ଧନ ଲୋ ତୋ କଥା ଭାରି ମନେ ପଡିବ,ପ୍ରେମିକାର ଶେଷ ଚିଠି।

ଧନ ମୁଁ ତତେ ଛାଡି ଚାଲି ଯାଉଛି। ଶୁଣେ ମୁଁ ନା ତୋ ପାଖରୁ ସବୁ ଦିନ ପାଇଁ ଯାଉଛି। ହେଲେ ଜାଣିଛୁ ଧନ ମୁଁ ଯେଉଁଠି ଥିଲେ ଯେମିତି ଥିଲେ ତୋ କଥା ମୋର ଖୁବ ମନେ ପଡିବ। ତତେ ନା ମୁଁ ବହୁତ ମିସ କରିବି ଲୋ। ଜାଣିଛୁ ତତେ ଛାଡି ଯିବାକୁ ମୋର ଟିକେ ହେଲେ ବି ଇଛା ନାହିଁ। ହେଲେ କଣ କରିବି କହିଲୁ ପରିସ୍ଥିତି ଏମିତି ବାଧ୍ୟ କରୁଛି ଯେ ମୁଁ ନ ଯାଇ ବି ରହି ପାରିବି ନାହିଁ। ମୁଁ ଚାଲିଯିବା ପରେ ତୋର କଣ ମୋ କଥା ଆଉ ମନେ ପଡିବ କି।

ଜାଣିନି ତୁ ମତେ ମନେ ରଖିବୁ କି ଭୁଲି ଯିବୁ। ହେଲେ ମୁଁ ମରିଗଲେ କଣ ହେଲା ମୋ ଆତ୍ମା କିନ୍ତୁ ତୋ ପାଖେ ପାଖେ ସବୁବେଳେ ରହିବ। ସବୁବେଳେ ତୋ ଛାଇ ହେଇ ତୋ ସାଥିରେ ଥିବ। କେମିତି ରହିବି ନାହିଁ କହିଲୁ ମୁଁ ପା ତତେ ଏତେ ଭଲ ପାଉଥିଲି। ମୋ ନିଜ ଠୁ ବି ଅଧିକ ଜାଣିଛୁ ତୋ ଆଖିରେ ମୁଁ ଭବିଷ୍ୟତର ସ୍ୱପ୍ନ ଦେଖିଥିଲି। ତତେ ବାହା ହେବି ତୁମ ଘରକୁ ଯିବି। ମୋ ମଥାରେ ସିନ୍ଦୁର ଆଉ ହାତରେ ସଙ୍ଖା ପିନ୍ଧାଇ ତୁ ମତେ ନିଜର କରିବୁ।

ଏମିତି ଅନେକ ସ୍ୱପ୍ନ ମୁଁ ତତେ ନେଇ ଦେଖିଥିଲି ହେଲେ କଣ କରିବି ମୋ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ସ୍ୱପ୍ନ ସତ ହେବା ଆଗରୁ ହିଁ ମତେ ଏ ଦୁନିଆ ଛାଡି ତତେ ଛାଡି ଯିବାକୁ ପଡିଲା। କେମିତି ସହିଥାନ୍ତି କହିଲୁ। ତୁ ଯେବେ ବ୍ରେ-କଅ-ପ କରିଦେଲୁ ତୋ ବିନା ମତେ କିଛି ଭଲ ଲାଗିଲାନି। ଯେଉଁଠି ବସିଲି ତୁ ମନେ ପଡ଼ିଲୁ।

ତତେ ଭୁଲିଯିବା ପାଇଁ ମୁଁ ଅନେକ କ-ଷ୍ଟ କରିଥିଲି ହେଲେ ଜାଣିଛୁ ମୁଁ ପାରିଲିନି। ଭୁଲିବାକୁ ଯେତେ ଅଧିକ ଚେଷ୍ଟା କରୁଥିଲି ତୁ ନା ସେତେ ଅଧିକ ମନେ ପଡୁଥିଲୁ। ଏବେ ମୁଁ ଆଉ ତୋ ରାସ୍ତାରେ ନାହିଁ। ତୁ ଏବେ ଖୁସି ହ ମୁଁ ତତେ ବହୁତ ହଇ-ରାଣ କରୁଥିଲି ନା ମୁଁ ଯାଉଛି । ଉପରେ ଥାଇ ସବୁକିଛି ମନେ ପଡିବ। ତୋ ବିତେଇଥିବା ପ୍ରତିଟି ମୁହୂର୍ତ୍ତ ମୋର ମନେ ପଡିବ ଲୋ।

ତୋ ସାଥିରେ ସାଥି ହୋଇ ସମୁଦ୍ର କୂଳରେ ବିତେଇଥିବା ପ୍ରତିଟି ମୁହୂର୍ତ୍ତ ମୋର ମନେ ପଡିବ। କେମିତି ତୁ ମୋ କାନ୍ଧରେ ହାତ ପକାଇ ମତେ ସମୁଦ୍ରର ଢେଉ ଦେଖାଉ ଥିଲୁ କେମିତି ମତେ କହୁଥିଲୁ ମୁଁ ତତେ ବିବାହ କରିବି। ଆଉ ବିବାହ କରି ସାରିବା ପରେ ତୁ ମତେ କେତେ ଖୁସିରେ ରଖିବୁ। ଆଉ ପ୍ରତି ସନ୍ଧ୍ୟାରେ ମତେ ବୁଲେଇବାକୁ ନେବୁ। ସବୁକିଛି ମୋର ଆଜିବି ସତେଜ ହୋଇ ମନେ ଅଛି ଲୋ ।

ତୁ ମତେ ଦେଇଥିବା ପ୍ରତି-ଶ୍ରୁତି ମୁଁ ଭୁଲି ପାରିନି। ଶୁଣେ ମୁଁ ଉପରେ ଥିଲେ ବି ତତେ ମନେ ରଖିବି ଆଉ ମୁଁ ଭାବୁଛି ତୁ ବି ମତେ ସାରା ଜୀବନ ମନେ ରଖିବୁ। ତୁ ମତେ ଆଦୌ ଭୁଲିବୁ ନାହିଁ। କି ଭୁଲିବାକୁ ଚେଷ୍ଟା କରିବୁ ନାହିଁ। ତୁ ମତେ ଯଦି ମନେ ରଖିବୁ ନା ମୁଁ ସ୍ୱର୍ଗରେ ଥାଇ ଖୁବ ଖୁସି ହେବି ଲୋ।

ଏ ଥିଲା ପ୍ରେମିକାର ଶେଷ ହାତ ଲେଖା ଚିଠି । ଏମିତି କହି ପ୍ରେମିକା ଆର ପାରିକୁ ଚାଲିଯାଇଥିଲା। +୨ ରେ ପଢ଼ୁଥିବା ଛାତ୍ରୀ ଜଣଙ୍କ ପ୍ରେମରେ ଧୋ-କାକୁ ସହଜରେ ଗ୍ରହଣ କରି ପାରିନଥିଲେ। ଆଉ ଶେଷରେ ପ୍ରେମିକ ଧନ ପାଇଁ ଏକ ହାତ ଲେଖା ଚିଠି ଛାଡି ଯାଇ ନିଜେ ଆ-ତ୍ମହ-ତ୍ୟା କରି ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛନ୍ତି। ହେଲେ ସେ ଯେଉଁ ହାତ ଲେଖା ଚିଠି ଛାଡି ଯାଇଛନ୍ତି ସେ ଚିଠି ଯେ କେହିବି ଦେଖିବେ ନିଜ ଲୁ-ହ ଆଉ କୋହକୁ ସମ୍ଭାଳିବା ବୋଧେ ହୁଏ ତାଙ୍କ ପାଇଁ ଖୁବ କ-ଷ୍ଟ ହେବ। କାରଣ ଚିଠି ଯିଏ ଶୁଣୁଛନ୍ତି ତାଙ୍କ ଆଖିରୁ ଚାଲି ଆସୁଛି ଧାର ଧାର ଲୁହ।

Leave a Reply

Your email address will not be published. Required fields are marked *