ରାସ୍ତାରେ ମୁଣ୍ଡ ଉଠାଇ ଚାଲି ପାରୁ ନାହିଁ , ଲୋକେ କହୁଛନ୍ତି ପଇସା ଖାଇ ଚୋ-ରଣୀ ଆସିଗଲା

ସୋସିଆଲ ମିଡ଼ିଆ ତଥା ୟୁଟ୍ୟୁବରେ ବିଶେଷ କରି ନାମ କମାଇ ଥିବା ଜଣେ ପରିଚିତ ଚେହେରା ହେଉଛନ୍ତି ବର୍ଷା ସାହୁ । ନିଜ ଭିଡିଓ ର ଯାଦୁରେ ରାତାରାତି ବନି ଯାଇଥିଲେ ଜଣେ ପରିଚିତ ମୁଁହ । ଆଉ ଲୋକଙ୍କ ଭଲ ପାଇବା ତାଙ୍କୁ ବହୁତ ମିଳି ଥିଲା । ୟୁଟ୍ୟୁବରେ ନିଜର ପରିବାର ସହିତ ଭିଡିଓ ବନାଇବା ସହିତ ସବୁକିଛି ସେୟାର କରିଥାନ୍ତି ସେ । ଆଉ ଏତେ ଅଳ୍ପ ବୟସରେ ବହୁତ ନାମ କମାଇଥିବା ବର୍ଷାଙ୍କୁ ଲୋକ ମାନେ ମଧ୍ୟ ଗ୍ରହଣ କରି ନେଇଛନ୍ତି । ୟୁଟ୍ୟୁବ ସହିତ ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଫୋଲୋଅର ଅଛନ୍ତି ତାଙ୍କର ।

ଏତେ କମ ବୟସରୁ ତାଙ୍କୁ ଏତେ ପରିଚୟ ମିଳିଥିବାରୁ ସେ ସଦାବେଳେ ଓଡ଼ିଶା ବାସୀଙ୍କ ପାଖରେ କୃତଜ୍ଞ ବୋଲି କହିଥାନ୍ତି । ତେବେ ଏଇ କିଛି ମାସ ହେବ ସେ ବହୁତ ଭା-ଙ୍ଗି ପଡିଛନ୍ତି । କାହିଁକି ନା ତାଙ୍କ ସହିତ ଏପରି କିଛି ହୋଇ ଯାଇଛି , ଯାହା ପରେ ସେ ବାଟରେ ମୁଣ୍ଡ ଉଠାଇ ଚାଲି ପାରୁ ନାହାଁନ୍ତି କି ତାଙ୍କ ପରିବାର ଲୋକ ତାଙ୍କ ପାଇଁ ଶାନ୍ତିରେ ଟିକିଏ ବଞ୍ଚି ପାରୁ ନାହାଁନ୍ତି । କାହିଁକି ନା ସେମାନଙ୍କୁ ଅନେକ ସମାଲୋଚନାର ଶି-କାର ହେବାକୁ ପଡ଼ିଛି । ଅନ୍ୟର ଏମିତି ଗୋଟିଏ ଭୁଲ ଯାହା ତାଙ୍କୁ ଏତେ ତଳକୁ ଖସାଇ ଦେଇଛି ବୋଲି ସେ କହିଛନ୍ତି ଆଉ ସେ ତାଙ୍କ ସମ୍ମାନ ହରାଇ ବସିଛନ୍ତି ।

ତେବେ ସୂଚନା ଅନୁଯାୟୀ , ବର୍ଷା ସାହୁ ପିହୁ ରାଠୋର ନାମକ ଏକ ଆଇଡିର ପ୍ରମୋଷନ୍ କରିଥିଲେ । ଯେଉଁଥିରେ ଟଙ୍କା ଲଗାଇ ଆପଣ ଭଲ ଟଙ୍କା କମାଇ ପାରିବେ ବୋଲି ଲୋକଙ୍କୁ କହିଥିଲେ । ଆଉ ତାପରେ ଲୋକେ ମଧ୍ୟ ସେଥିରେ ଟଙ୍କା ଲଗାଇ ଫସି ଯାଇଥିଲେ , କାହିଁକି ନା ତାହା ଏକ ଫେକ୍ ଆକାଉଣ୍ଟ ଥିଲା। ଯାହା ପରେ ଲୋକେ ବର୍ଷା ସାହୁଙ୍କୁ ଅନେକ କଥା ଶୁଣାଇଥିଲେ । ଏହାପରେ ଗଣମାଧ୍ୟମ ସାମ୍ନାକୁ ଆସି ବର୍ଷା ସାହୁ କହିଥିଲେ ଯେ , ଏପରି କିଛି ପ୍ରମୋସନ ସେ କରି ନାହାଁନ୍ତି । ଏହା ତାଙ୍କର ଫେକ ଆକାଉଣ୍ଟରେ କରାଯାଇଛି ।

ବୋଧ ହୁଏ କିଏ ତାଙ୍କ ମୁଁହ ଲଗାଇ ଏପରି କରିଛନ୍ତି । ଆଜି ବି ଲୋକ ତାଙ୍କୁ ରାସ୍ତାରେ ଗଲା ବେଳେ କହିଥାନ୍ତି , ଆସିଗଲା ପଇସା ଖାଇ ଚୋରଣି ବର୍ଷା ସାହୁ । ଯାହା ତାଙ୍କୁ ବହୁତ କଷ୍ଟ ଦେଇଥାଏ । ତେବେ ସେ କହିଛନ୍ତି ଯେ , ତାଙ୍କ ପ୍ରକୃତ ଆଇଡି ସେ ୭ ଲକ୍ଷ ଫେଲୋଅର ଅଛନ୍ତି କିନ୍ତୁ ପ୍ରମୋଷନ କରା ଯାଇଥିବା ଆଇଡିରେ ୨ ଲକ୍ଷ ଅଛନ୍ତି । ତେଣୁ ଏହା ତାଙ୍କ ବିରୁ-ଦ୍ଧରେ ଯୋଜନା । ତେଣୁ ସେ ଏହା ପାଇଁ କେ-ଶ୍ ମଧ୍ୟ କରିଛନ୍ତି । ଆଉ କେବଳ ସେହି ଦିନକୁ ଅପେକ୍ଷା କରିଛନ୍ତି , ଯେଉଁ ଦିନ ନିଜର ସମ୍ମାନ ଫେରି ପାଇବେ।

Leave a Reply

Your email address will not be published. Required fields are marked *