ୟୁଟ୍ୟୁବ ଟଙ୍କାରେ ଜିଣିଛନ୍ତି ୪ ଟି ଟ୍ରକ୍,ମାସକୁ ଇନକମ୍ କରୁଛନ୍ତି ୩ ଲକ୍ଷ ଟଙ୍କା

ଲୋକମାନେ ପଇସା କମେଇବା ପାଇଁ ଦୋକାନ କରନ୍ତି, କର୍ପୋରେଟ୍ ଯବ୍ କରନ୍ତି ଆଉ ଅନେକ ପ୍ରକାରର ଉପାୟ ଖୋଜନ୍ତି। ମାସକୁ କେମିତି ଲକ୍ଷ ଲକ୍ଷ ଟଙ୍କା କମେଇବେ ଆଉ ଘର ଚଳେଇବେ। କିନ୍ତୁ ଆଜି ମୋ ପାଖରେ ଜଣେ ଟ୍ରକ୍ ଡ୍ରାଇଭର ଅଛନ୍ତି ଯିଏ କି ୟୁଟ୍ୟୁବ୍ ପଇସାରୁ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଆଉ ଯଦି ଆମେ କହି ପାରିବା ୟୁଟୁବ୍ ପଇସାରୁ ସେ ଅନେକ ଟ୍ରକ୍ ମଧ୍ୟ କିଣିଛନ୍ତି। ଏବେ ଆମେ ତାଙ୍କଠୁ ଜାଣିବା ଯେ ୟୁଟୁବ୍ ଏକ ଏମିତି ସଂସ୍ଥା ଯେଉଁଟାକି ଏବେ ସବୁଆଡ଼େ ଚାଲିଛି। ଲୋକମାନେ ଏବେ ସବୁ ୟୁଟୁବ୍ କରିବାରେ ଲାଗିଛନ୍ତି। କିନ୍ତୁ କେବେ କେହି କୁହନ୍ତିନି ଯେ ୟୁଟୁବରୁ କେତେ ଟଙ୍କା କମାଉଛନ୍ତି।

ଆଜି ଆମେ ଜାଣି ଆଶ୍ଚର୍ଯ୍ୟ ହେଇଥିଲୁ ଯେ ୟୁଟୁବ୍ ପଇସାରୁ କେତେଟା ଟ୍ରକ୍ ସେ କିଣିଛନ୍ତି ଆଉ ମାସକୁ ସେ କେତେ ଟଙ୍କା କମାଉଛନ୍ତି। ମୋ ପାଖରେ ଅଛନ୍ତି ତେଲୁଗୁ ଟ୍ରକ୍ ଟ୍ରାଭେଲରର ଡ୍ରାଇଭର୍ ଭାଈ ଅଛନ୍ତି ତାଙ୍କଠୁ ଆମେ ଜାଣିବା । ଏଇଟା ତେଲୁଗୁ ଟ୍ରକ୍ ଡ୍ରାଇଭର ଏହାର ମାଲିକ ହାଇଦ୍ରାବାଦରେ ଅଛନ୍ତି। ମାସକୁ ତିନି ଲକ୍ଷ ଟଙ୍କା କମାଉଛନ୍ତି ମାଲିକ। ୟୁଟୁବରୁ ଦିନକୁ ଦଶ ହଜାରରୁ ବାର ହଜାର ରୋଜଗାର କରୁଛନ୍ତି। ପ୍ରଥମେ ସେ ଟ୍ରକ୍ ଡ୍ରାଇଭର ଥିଲେ। ସେ ଅନ୍ୟ ମାଲିକ ପାଖରେ କାମ କରୁଥିଲେ ,ନିଜର ଗାଡ଼ି ନଥିଲା।

ଏମିତି ୟୁଟୁବରୁ କମେଇ ଗୋଟେ ପରେ ଗୋଟେ ଗାଡ଼ି କିଣିଲେ। ପୁରା ଚାରଟି ଗାଡ଼ି କିଣିଲେ। ୟୁଟୁବ୍ ପଇସାରୁ ଏବେ ତାଙ୍କ ପାଖରେ ଚାରଟି ଗାଡ଼ି ଅଛି। ଆଉ ଏଥିରୁ ରୋଜଗାର ବି ଭଲ ହୁଏ। ଏବେ ତ ଚାରଟି ଗାଡ଼ିର ମୂଲ୍ୟ ହେଉଛି ଦୁଇ କୋଟି କୋଡ଼ିଏ ଲକ୍ଷ ଟଙ୍କା। ଆପଣ ଗୋଟେ କଥା କୁହନ୍ତୁ, ଆପଣ ଗାଡ଼ି ଚଳାଉଛନ୍ତି , ସବୁ ଜାଗା ବୁଲୁଛନ୍ତି ଓଡ଼ିଶା ଠାରୁ ଆରମ୍ଭ କରି ବିହାର ପର୍ଯ୍ୟନ୍ତ। ଏସବୁ ସମୟ କେମିତି ମିଳୁଛି ୟୁଟୁବ୍ ଚାନେଲ୍ ଖୋଲି ଭିଡ଼ିଓ ଅପଲୋଡ଼ କରିବାକୁ।

ସେ ଗାଡ଼ି ବି ଚଲାନ୍ତି ଆଉ ଭିଡ଼ିଓ ବି ବନାନ୍ତି। ତାଙ୍କ ସହ ଆହୁରି ଦୁଇ ତିନି ଜଣ ଡ୍ରାଇଭର୍ ବି ରୁହନ୍ତି। ଆପଣ ବହୁତ୍ ପରିଶ୍ରମ କଲେ ଯେଉଁ ସବୁ ସାଧାରଣ ଲୋକ ଅଛନ୍ତି ସେମାନେ ବି ୟୁଟୁବରୁ ଏମିତି ଲକ୍ଷପତି ହେଇ ପାରିବେ। ଏଥିପାଇଁ ସବସ୍କ୍ରାଇବର୍ ଦରକାର, ଫୋଲୋୱାରସ୍ ଦରକାର୍। ଯେତେ ଅଧିକ ଫୋଲୋୱାରସ୍ ସେତେ ବେଶୀ ପଇସା। ଏଇଟା ତ ଏକ ଜରିଆ ନା ପଇସା କମେଇବାର। ଆଉ ଏହା ସହିତ ନିଜର ନାଁ ଆଉ ପରିଚୟ ବି। ଆପଣ କୁହନ୍ତୁ ଲୋକ ଯେଉଁମାନେ ସବୁ କର୍ପୋରେଟ ଯବ୍ କରୁଛନ୍ତି ୟୁଟୁବରୁ ଯେଉଁମାନେ ପଇସା କମାଉଛନ୍ତି କଣ କର୍ପୋରେଟ ଯବ୍ ଛାଡ଼ି ଏହି ୟୁଟୁବ୍ ଚାନେଲ୍ ଖୋଲିବା ଉଚିତ୍।

ସରକାରୀ ଚାକିରୀ କାହିଁକି ଛାଡ଼ିବେ କିନ୍ତୁ ଅନ୍ୟ ଲୋକ ଯଦି ନିଜ ପାଖରେ ଦକ୍ଷତା ଅଛି ତାହାଲେ ୟୁଟୁବ୍ ଚାନେଲ୍ ଖୋଲି ନିଜର ଦକ୍ଷତା ପ୍ରଦର୍ଶନ କରି ପାରିବେ। ଏଇଟା ତ ସ୍ଵତନ୍ତ୍ର ଭାରତ। ଏଥିରେ ଯେ କୌଣସି ବ୍ୟକ୍ତି କରି ପାରିବେ। ଇଏ ଥିଲେ ସିକନ୍ଦର ଭାଈ ଯିଏ କି ଟ୍ରକ୍ ଚଲାଉଛନ୍ତି। ଆଉ ତାଙ୍କର ମାଲିକ ବି ଅଛନ୍ତି ଯିଏ କି ୟୁଟୁବ୍ ପଇସାରୁ କୋଟିପତି ହେଇଛନ୍ତି ବୋଲି ସେ କହୁଛନ୍ତି। ଆଶା କରୁଛି ଯେଉଁମାନେ କହୁଛନ୍ତି ସୋସିଆଲ ମିଡ଼ିଆକୁ ସୋସିଆଲ ମିଡ଼ିଆରେ ଟାଇମ୍ ନଷ୍ଟ ହେଉଛି। କିଛି କାମ ନାହିଁ ଯେଉଁମାନେ ସୋସିଆଲ ମିଡ଼ିଆରେ କାମ କରୁଛନ୍ତି। ଏହିଥିରୁ ସେମାନେ ଇନ୍ସପାଇୟାର୍ ହେଇ ପାରିବେ ଆଉ ସୋସିଆଲ ମିଡ଼ିଆକୁ ବଢ଼ିବା ପାଇଁ ମଧ୍ୟ ଚେଷ୍ଟା କରିବେ।

Leave a Reply

Your email address will not be published. Required fields are marked *