କିଟିମିଟି ଅନ୍ଧାରରେ ଠାକୁରଙ୍କୁ ଚୋରି କରୁଥିଲେ । ହଠାତ୍ ହାତରେ ଗୁଡ଼େଇ ହୋଇଗଲେ, ନାଗକୁ ବି ଧରି ଦୌଡ଼ିଲେ ଚୋର ।

ନିଶବ୍ଦ ରାତି । ଝିପ୍ ଝିପ ବର୍ଷା ସାଙ୍ଗକୁ କିଟିମିଟି ଅନ୍ଧାରରେ ମନ୍ଦିର ଭିତରକୁ ପଶିଥିଲେ ଦୁର୍ବୃତ୍ତ । କେହି କୁଆଡ଼େ ନଥିବାର ସୁଯୋଗ ନେଇ ଶାବଳରେ କବାଟ ତାଡ଼ି ଦେବ ଦେବ ମହାଦେବଙ୍କ ମୂର୍ତ୍ତିକୁ ଚୋରି କରି ନେଇଥିବା ବେଳେ ହଠାତ୍ ହାତରେ ଗୋଡ଼େଇ ହୋଇଗଲେ ନାଗ । ତେବେ ଗୋଟାଏ କି ଦୁଇଟା ନୁହେଁ ୨୫ କେଜିରୁ ଅଧିକ ନାଗ । ଆଜ୍ଞା ହଁ ବନ୍ଧୁଗଣ ଚୋର ନେଇଗଲା ନାଗ । ଗୋଟେ କି ଦୁଇଟା ଦୁଇଟା ନୁହେଁ କେଜି କେଜି ନାଗ । ବୋହି ନେଲେ ପନ୍ଦର ରୁ ପଚିଶ କେଜିର ନାଗସାପ । ଆଉ ଯାହାପରେ ଚୋରଙ୍କ ମନରେ ଛନକା ପଶି ଯାଇଥିଲା ।

କିଟମିଟ ଅନ୍ଧାରରେ ହାତରେ ସାପ ଗୁଡ଼େଇ ହୋଇଯିବା ଫଳରେ ଆଉ କିଛି ବୁଦ୍ଧିବାଟ ପାଇ ନଥିଲେ ଚୋର । ଶେଷରେ ହାତରେ ଯାହା ଯେତିକି ପଶିଲା ତାକୁ ଧରି ଦୌଡ଼ି ପଳାଇଥିଲେ । ଚୋର ମନ୍ଦିରରେ ବୁଲାଇଲା ସିନା କଳାକନା ହେଲେ ଡରରେ ଛାଡି ଦେଇଗଲେ ସାଙ୍ଗରେ ଆଣିଥିବା ଶାବଳ । ଏମିତି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ସ୍ଥିତ ସିଦ୍ଧେଶ୍ୱର ବାବା ମନ୍ଦିରରେ ।

ତେବେ ସୋମବାର ଥିବାରୁ ସକାଳୁ ସକାଳୁ ମନ୍ଦିରକୁ ପୂଜା ପାଇଁ ପୂଜକ ତର ତର ହୋଇ ଆସି ଦେଖିବା ବେଳକୁ ତାଙ୍କର ଯେମିତି ହୋସ ଉଡ଼ି ଯାଇଥିଲା । ମନ୍ଦିରର ଦ୍ବାର ଖୋଲା ରହିଥିବା ବେଳେ ମନ୍ଦିର ଭିତରେ ଚାରିଆଡ଼େ ଜିନିଷ ପତ୍ର ବିଛାଡ଼ି ହୋଇ ପଡ଼ିଥିଲା ଆଉ ସାମ୍ନାରେ ଏକ ଶାବଳ ପଡ଼ିଥିବା ଦେଖିବାକୁ ପାଇଥିଲେ ପୂଜକ । ମନ୍ଦିରରୁ କେଜି କେଜି ନାଗ ସାପ ଚୋରି ହୋଇଥିବା ବେଳେ ଦେବ ଦେବ ମହାଦେବଙ୍କର ମୂର୍ତ୍ତି ମଧ୍ୟ ଚୋରମାନେ ଚୋରି କରି ନେଇଛନ୍ତି । ଯେଉଁ ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହଁ ଦର୍ଶକବନ୍ଧୁ ଏବେ ଚୋରଙ୍କ ନଜରରେ ମନ୍ଦିର ରହିଛି ।

ଘର ଛାଡ଼ି ମନ୍ଦିରକୁ ଟାର୍ଗେଟ କରୁଛନ୍ତି ଚୋର । ଯାହାକି ଗତକାଲି ସିଦ୍ଦେଶ୍ୱର ବାବା ମନ୍ଦିରରେ ଚୋରି ହେବା ପରେ ଘଟଣାଟି ସକାଳେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା । କାହିଁକି ନା ମନ୍ଦିରରେ ଅନେକ ଜିନିଷ ଚୋରି ହୋଇଛି । ଯେମିତି କି ପିତ୍ତଳ ଶିବ ପାର୍ବତୀଙ୍କ ମୂର୍ତ୍ତି, ଘଣ୍ଟା, ହଣ୍ଡା, ଦୀପଦାନି ସହିତ ୨୫ କେଜିର ନାଗ ସାପ ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ । ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ପୋଲିସ୍ ସବୁ ଜାଣି ସୁଦ୍ଧା କାହିଁକି ଚୁପ୍ ରହୁଛି ।

Leave a Reply

Your email address will not be published. Required fields are marked *