ବିବାହ କଲେ ୟୁଟ୍ୟୁବର ଲବ ହାଁସଦା । ବିବାହକୁ ନେଇ ନିଜ ଭିଡ଼ିଓରେ ଏମିତି କିଛି କହିଲେ ଲବ ।

ଲବ ହାଁସଦା ହେଉଛନ୍ତି ମୟୁରଭଞ୍ଜ ବାସିନ୍ଦା ଯିଏକି ନିଜର ୟୁଟ୍ୟୁବ ଭିଡ଼ିଓ କାରଣରୁ ସାରା ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ମଧ୍ୟ ଲୋକପ୍ରିୟ । ତାଙ୍କ ୟୁଟ୍ୟୁବ ବ୍ଲଗରେ ଏକ ସ୍ୱତନ୍ତ୍ରତା ରହିଛି ଯେ ସେ ବିଭିନ୍ନ ଦେଶକୁ ଯାଇ ସେଠାକାର ଟ୍ରାଇବାଲ ଲୋକଙ୍କ ରହଣି ସହଣୀ ଭାଷା ଏବଂ ପରମ୍ପରାକୁ ଭଲ ଭାବରେ ବୁଝିବା ସହିତ ସେମାନଙ୍କ ଜୀବନକୁ ସାରା ଦୁନିଆର ଲୋକଙ୍କ ପାଖରେ ପହଞ୍ଚାନ୍ତି । ତାଙ୍କର ଭିଡ଼ିଓକୁ ଲୋକେ ଖୁବ ପସନ୍ଦ କରନ୍ତି ଏବଂ ସୋସିଆଲ ମିଡିଆରେ ମଧ୍ୟ ଅନେକ ସମୟରେ ତାଙ୍କର ଅନେକ ଭିଡ଼ିଓ ଭାଇରଲ ହୋଇଥାଏ । ଆଉ ବର୍ତ୍ତମାନ ସମୟରେ ମଧ୍ୟ ଏଭଳି କିଛି ଖବର ଭାଇରଲ ହେବାରେ ଲାଗିଛି ।

ୟୁଟ୍ୟୁବର ଲବ ହାଁସଦା ବିବାହ କରିଛନ୍ତି । ଆଉ ଏହାକୁ ନେଇ ଏକ ଭିଡ଼ିଓ ମଧ୍ୟ ବର୍ତ୍ତମାନ ଭାଇରଲ ହେଉଛି । ଯେଉଁଥିରେ ଲବ ହାଁସଦା ନିଜେ ବିବାହ କରିଥିବା କହିଥିଲେ ଏବଂ ଏହା ପଛରେ କଣ ପରିସ୍ଥିତି ତାହା ମଧ୍ୟ ଜଣାଇଥିଲେ । ଭିଡ଼ିଓରେ ଦେଖା ଯାଉଥିବା ଯୁବତୀଙ୍କୁ ତାଙ୍କୁ ବିବାହ କରିବାକୁ ପଡ଼ିଲା । ଲବ ହାଁସଦା ନିଜେ ନିଜେ ୟୁଟ୍ୟୁବରେ ଏହି ଭିଡ଼ିଓ ପୋଷ୍ଟ କରିଛନ୍ତି ।

କିନ୍ତୁ ଶେଷରେ ଆଉ କିଛି କଥା କହି ଦେଇଛନ୍ତି ଲବ । ଆଉ ଯେଉଁ କାରଣରୁ ତାଙ୍କ ପ୍ରଶଂସକ ମାନେ ଦ୍ଵନ୍ଦରେ ପଡ଼ିଛନ୍ତି । ଆଉ ସେହି ଭିଡ଼ିଓରେ ଲବ ଏହା ମଧ୍ୟ କହୁଛନ୍ତି ଯେ ” ମୋ ପରି କଳା ମୁଣ୍ଡିଆକୁ ବାହା ହୋଇ ତୁମକୁ କେମିତି ଲାଗୁଛି ଏବଂ ତୁମେ ମୋତେ କେମିତି ପସନ୍ଦ କଲ ” ।

ସ୍ୱାମୀ ସ୍ତ୍ରୀ ଭାବରେ ଏମିତି ଦୁଇଜଣ ଯାଇ ଆଶୀର୍ବାଦ ମଧ୍ୟ ନେଇଥିବାର ଦେଖିବାକୁ ମିଳିଛି । କିନ୍ତୁ ଭିଡ଼ିଓର ଶେଷ ବେଳକୁ ଲବ ହାଁସଦା କହିଛନ୍ତି ଯେ ଏହା କୁଆଡ଼େ ଏକ ଆଲବମର ସୁଟିଂ ବେଳର ଦୃଶ୍ୟ । ଗୋଟିଏ ଆଲବମ ସୁଟିଂ ପାଇଁ ସେ ଏଭଳି ବେଶଭୂଷା ନେଇଥିଲେ । କିନ୍ତୁ ଦୁଇଜଣଙ୍କୁ ଦେଖିଲେ ଲାଗୁଛି ଯେମିତି ଦୁଇ ଜଣ ବାହା ହୋଇ ଯାଇଛନ୍ତି । ଆଲବମରେ କିଛି ଏଭଳି ଦୃଶ୍ୟ ରହିଛି ଯେଉଁଥିରେ ଲବ ହାଁସଦାଙ୍କ ବିବାହର ଦୃଶ୍ୟକୁ ସ୍ଥାନିତ କରାଯାଇଛି । ଆଉ ସେତିକିବେଳେ ଲବ ହାଁସଦାଙ୍କର ଏଭଳି ବିବାହର ଭିଡ଼ିଓ ମଧ୍ୟ ଭାଇରଲ ହୋଇଛି । ଲବଙ୍କର ଫ୍ୟାନ ଫୋଲଇଂ ବିଷୟରେ କହିଲେ ବର୍ତ୍ତମାନ ବେଶ ଅଧିକ ।

Leave a Reply

Your email address will not be published. Required fields are marked *