ଭୁବେଶ୍ବରରେ ବୁଡ଼ିଲା ‘ ମୋ ବସ୍ ‘ ! ପହଁରି ପହଁରି ଜୀବନ ବଞ୍ଚାଇଲେ ଯାତ୍ରୀ :- ଦେଖନ୍ତୁ ଭିଡ଼ିଓ

ଗତ ଗୁରୁବାର ଠାରୁ ମୌସୁମୀ କାରଣରୁ ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ଦେଖାଯାଇଥିଲା । କିନ୍ତୁ କାଲିଠାରୁ ପୁଣିଥରେ ଲଘୁଚାପ କାରଣରୁ ରାଜ୍ୟରେ ଅନେକ ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇଛି । ତେବେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ଭୁବନେଶ୍ୱରର କିଛି ଅଞ୍ଚଳ ପାଣିରେ ବୁଡ଼ି ରହିଛି । ଏହା ମଧ୍ୟରେ ଏକ ଘଟଣା ମଧ୍ୟ ନଜରକୁ ଆସୁଛି ଯେ ବର୍ଷା ପାଣିରେ ‘ ମୋ ବସ ସ୍ ‘ ବୁଡ଼ି ଯାଇଛି ।

ସୂଚନା ଅନୁଯାୟୀ ‘ ମୋ ବସ୍ ‘ ଭୁବନେଶ୍ୱର ଉପକଣ୍ଠ ଜଟଣୀରୁ ବାହାରି ମାଷ୍ଟର କ୍ୟାଣ୍ଟିକୁ ଆସୁଥିଲା । ସେହି ସମୟରେ ଜଟଣୀ ଠାରେ ବର୍ଷା ଯୋଗୁଁ ହଠାତ ଜଳସ୍ତର ବୃଦ୍ଧି ପାଇଥିଲା । ଯେଉଁ କାରଣରୁ ବସ୍ ଜଳ ମଧ୍ୟରେ ଫସି ଯାଇଥିଲା । ବସ୍ କୁ ଡ୍ରାଇଭର ପାଣି ଭିତରୁ ଆଣିବାକୁ ଅକ୍ଷମ ହୋଇଥିଲେ । ସେହି ସମୟରେ ବସ୍ ମଧ୍ୟରେ ୮ ରୁ ୧୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।

ଜଳସ୍ତର ବୃଦ୍ଧି ଯୋଗୁଁ ଯାତ୍ରୀ ମାନେ ପହଁରି ପହଁରି ନିଜ ଜୀବନ ରକ୍ଷା କରିଛନ୍ତି । ଆଉ କିଛି ଯାତ୍ରୀଙ୍କୁ ଡ୍ରାଇଭର ନିଜେ ରକ୍ଷା କରିଥିବା ମଧ୍ୟ ସୂଚନା ମିଳିଛି । ତେବେ ଏହି ଘଟଣା ୨୨ ନମ୍ବର ରୁଟରେ ଘଟିଛି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ହେଉଛି । ସେପଟେ ଜଳ ସ୍ତର କମିଲେ ଯାଇ ବସ୍ ଉଦ୍ଧାର ହୋଇ ପାରିବ ବୋଲି କୁହାଯାଇଛି । ତେବେ ଗତ କାଲି ଠାରୁ ଜାରି ରହିଥିବା କିଛି ଜିଲ୍ଲାକୁ ରେଡ଼ ୱାର୍ନିଙ୍ଗ ଦିଆଯାଇଥିବା ବେଳେ ଆଉ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଦିଆଯାଇଛି ।

 

ଆଉ କିଛି ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ନାହିଁ । ପୁଣି ଲଘୁଚାପ କାରଣରୁ ଆସନ୍ତା ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଙ୍କ ଅନୁମାନ ଯେ ୧୦ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ବଢ଼ିବ ଏବଂ ସ୍ଥାନେ ସ୍ଥାନେ ବର୍ଷା କାରଣରୁ ଭୂସ୍ଖଳନ ମଧ୍ୟ ହୋଇପାରେ । ବର୍ତ୍ତମାନ ସମୟରେ ଅଧିକ ବର୍ଷା ହେଉଥିବା ସ୍ଥାନ ମାନଙ୍କ ମଧ୍ୟରେ କଟକ , ଭୁବନେଶ୍ୱର , ଜଗତସିଂହପୁର , ନୟାଗଡ଼ ଇତ୍ୟାଦି , ଯେଉଁଠି ରେଡ଼ ୱାର୍ନିଙ୍ଗ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *