ଗୁରୁ ହେଉଛନ୍ତି ଅନ୍ଧାର ରାତିର ଆଲୁଅ ସଦୃଶ୍ୟ।ଗୁରୁଙ୍କ ବିନା ଜୀବନ ଜୀବନ ନୁହେଁ। ଗୁରଙ୍କ ଶିକ୍ଷା ଗ୍ରହଣ କରିବା କେବେ ସମ୍ଭବ ନୁହେଁ। ଅବାଟରୁ ବାଟକୁ ହାତ ଧରି ରାସ୍ତା ପାର କରନ୍ତି ଗୁରୁ। କଣ୍ଟକିତ ରାସ୍ତାରୁ ହାତ ଧରି ଭଲ ରାସ୍ତାକୁ ଟାଣି ଆଣି ପାରନ୍ତି ଗୁରୁ। ସେଥିପାଇଁ ତ ଗୁରୁଙ୍କୁ ଭଗବାନ ବୋଲି ମାନଯାଇଥାଏ। ଛୋଟ ବେଳେ କୁନି ପିଲାଟିକୁ ବାପା ମା ଶିଖାଇ ଥାନ୍ତି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ବର ।
ହେଲେ ବର୍ତ୍ତମାନ ଏକ ଘଟଣା ଉତ୍ତର ପ୍ରଦେଶର ସୀତାପୁର ଜାହାଙ୍ଗିର ବାଦରେ ଘଟିଛି ଯାହା ସମସ୍ତଙ୍କ ପାଦ ତଳୁ ମାଟି ଖସାଇ ଦେଇଛି। ଯେଉଁ ଗୁରୁ ଦିନେ ଛାତ୍ରର ହାତ ଧରି ଶିଖାଇଥିଲେ ଅ ଆ। ଯେଉଁ ଗୁରୁ ଦିନେ ହାତ ଧରି ଅବାଟରୁ ଟାଣି ଆଣିଥିଲେ ବାଟକୁ। ଆଉ ଯେଉଁ ଗୁରୁ କହୁଥିଲେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର ସେହି ଗୁରୁଙ୍କ ଉପରକୁ ଏକ ଦଶମ ଶ୍ରେଣୀ ଛାତ୍ର ତିନି ରାଉଣ୍ଡ ଗୁଳି କରି ଗୁରୁଙ୍କୁ ଗୁରୁତର କରି ଦେଇଛି।
ସକାଳୁ ସକାଳୁ କେହି କିଛି ବୁଝିବା ପୂର୍ବରୁ ଛାତ୍ର ହାତରେ ଏକ ବନ୍ଧୁକ ଧରି ସ୍କୁଲର ପ୍ରିନ୍ସପାଲ ଙ୍କୁ ଗୋଡ଼ାଇ ଥିଲେ ଆଉ ଶିକ୍ଷକ ଦୌଡ଼ିବା ସମୟରେ ଆଖି ବୁଝା ଗୁଳି ମାଡ଼ କରିଥିଲେ। ଛାତ୍ରଙ୍କ ଗୁଳି ମାଡରେ ଶିକ୍ଷକ ଗୁରୁତର ହୋଇ ଟଳି ପଡିବା ପରେ ଶିକ୍ଷକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଜିଥିବା ବେଳେ କାରଣ ଜାଣିବାକୁ ଚେଷ୍ଟା କରିଥିଲେ ସ୍କୁଲର ଅନ୍ୟ ଶିକ୍ଷକ ଓ ସ୍ଥାନୀୟ ଲୋକେ। ଯେତେବେଳେ ଶିକ୍ଷକଙ୍କୁ ଗୁଳି ମାଡ଼ କରିବାର ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ସେତେବେଳେ ମଣିଷ ମୁଣ୍ଡରେ ହାତ ଦେଇ ଥିଲେ ।
ଜଣେ ଛାତ୍ର ସାମାନ୍ୟ ଏକ ଘଟଣା ପାଇଁ ଏପରି କାଣ୍ଡ ଭାଆଇ ପାରେ ବୋଲି କେହି ଚିନ୍ତା ମଧ୍ୟ କରି ପାରୁନଥିଲେ। ଦର୍ଶକ ବନ୍ଧୁ ଘଟଣା କିଛି ଏପରି ଥିଲା। ଅନ୍ୟ ଦଶ ଜଣ ଛାତ୍ରଙ୍କ ସହ ବିବାଦ ପରେ ଶିକ୍ଷକ ତାଙ୍କୁ ପାଟି କରିଥିବାରୁ ଶିକ୍ଷକଙ୍କ ଉପରେ ଛାତ୍ର ଜଣଙ୍କ ଗଭୀର ଭାବରେ ରାଗି ଯାଇଥିଲେ ଓ ରାଗରେ ଛାତ୍ର ଜଣଙ୍କ ନିଜ ହିତାହିତ ଜ୍ଞାନ ଭୁଲି ଶିକ୍ଷକଙ୍କ ପାଖରୁ ପ୍ରତିଶୋଧ ନେବାକୁ ଚେଷ୍ଟା କରୁଥିଲେ। ତେବେ ସକାଳେ ସୁଯୋଗ ଦେଖି ଅଭିଯୁକ୍ତ ଛାତ୍ର ଶିକ୍ଷକଙ୍କ ଉପରକୁ ତିନି ରାଉଣ୍ଡ ଗୁଳି କରିଦେଇଥିଲେ। ଏହା ପରେ ସେହି ସ୍ଥାନରେ ହିଁ ଶିକ୍ଷକ ଛାତ୍ରଙ୍କ ଗୁଳିରେ ଏକ ଦମ ଭାବେ ଟଳି ପଡ଼ିଥିଲେ।
ଏ ଘଟଣା ଯେତେବେଳେ ପୋଲିସ ନିକଟରେ ପହଞ୍ଚିଥିଲା ସେହି ସମୟରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଓ ତଦନ୍ତ ପରେ ଏହି ଘଟଣାକୁ ନେଇ ଏକ ମାମଲା ମଧ୍ୟ ରୁଜ୍ଜୁ କରିଥିଲା। ତେବେ ଯାହା ସୂଚନା ମିଳୁଛି କି ଯେତେବେଳେ ଛାତ୍ର ଜଣଙ୍କ ଉତ୍କ୍ଷିପ୍ତ ହୋଇ ଶିକ୍ଷକଙ୍କ ଉପରକୁ ଗୁଳି ଚାଳନା କରିଥିଲେ ସେତେବେଳେ ଛାତ୍ର ତିନି ଥର ଗୁଳି ମାରିଥିଲେ। ହେଲେ ଭଗବାନଙ୍କ ଦୟାରୁ ଗୁଳି ଗୁଡିକ ଶିକ୍ଷକଙ୍କ ଗୁରୁତର ଅଙ୍ଗରେ ବାଜିବା ପରିବର୍ତ୍ତେ ଅନ୍ୟ ସ୍ଥାନରେ ବାଜିଥିଲା। ହେଲେ ଅନ୍ୟ ସ୍ଥାନରେ ବାଜି ଥିଲେ ମଧ୍ୟ ଶିକ୍ଷକ ଗୁରୁତର ଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜୀବ ଦୀକ୍ଷିତ କହିଛନ୍ତି। ତେବେ ଏକ ହସ୍ପିଟାଲରେ ଶିକ୍ଷକ ଚିକିତ୍ସା ହେଉଥିବା ବେଳେ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଶିକ୍ଷକ ଅଧିକ ଗୁରୁତର ହୋଇ ପଡିବାରୁ ଶିକ୍ଷକଙ୍କୁ ଅଧିକ ଚିକିତ୍ସା ପାଇଁ ଲଖନଂ କୁ ପଠା ଯାଇଛି।
ତେବେ ଯେତେବେଳେ ଛାତ୍ର ଓ ଶିକ୍ଷକଙ୍କ ଭିତରେ ଏପରି ଘଟଣା ଘଟିଥିଲା ସେହି ସମୟରେ ସିସିଟିଭି କ୍ୟାମେରାରେ ଏହି ଭୟଙ୍କର ଦୃଶ୍ୟ କଏଦ ହୋଇଥିଲା। କିପରି ଶିକ୍ଷକ ପ୍ରାଣ ବକକଳରେ ଜୀବନ ବଞ୍ଚାଇବାକୁ ଦୌଡୁଥିବା ବେଳେ ଛାତ୍ର ଜଣଙ୍କ ଅତି ନୃଶଂସ ଭାବେ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ତିନି ରାଉଣ୍ଡ ଗୁଳି କରିଥିଲେ। ତେବେ ଏହି ଘଟଣା ବିଷୟରେ ଶିକ୍ଷକଙ୍କୁ ପଚରା ଯାଇଥିଲେ ମଧ୍ୟ ଶିକ୍ଷକ ଏହି ଘଟଣାରେ କିଛି ଜାଣିନଥିବା ପ୍ରକାଶ କରିଥିଲେ।
Video: Class 10 Student Shoots Teacher Thrice In UP https://t.co/Nu1mUbLOdz pic.twitter.com/b9njp6aXaX
— NDTV (@ndtv) September 24, 2022
ତେବେ ଛାତ୍ର ଜଣଙ୍କ ଏତେ କମ ବୟସରୁ ହାତରେ ଖେଳଣା ଧରି ଖେଳିବା ପରିବର୍ତ୍ତେ ଯେଉଁଭଳି ଜଣେ ଶିକ୍ଷକଙ୍କୁ ଆକ୍ରମଣ କରି ତାଙ୍କୁ ମୃତ୍ୟୁ ମୁଖରେ ପକାଇ ଦେଇଛନ୍ତି ସେହି ଘଟଣାକୁ ନେଇ ସାରା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାକୁ ଯିଏ ଶୁଣୁଛନ୍ତି ସେ ମଧ୍ୟ ଚକିତ ହେଉଛନ୍ତି ଆଉ କହୁଛନ୍ତି କି ଛାତ୍ର ଜଣଙ୍କ ଏତେ କମ ବୟସରୁ ଅଭିଯୁକ୍ତ ସାଜି ଜଣେ ଶିକ୍ଷକଙ୍କୁ ଗୁଳି କରିବା ଅତି ନିନ୍ଦନୀୟ ଘଟଣା। ଏହି ଘଟଣାକୁ ପୋଲିସ ଅଧିକ ଗୁରୁତର ସହ ନେଇ ତଦନ୍ତ କରୁଥିବା ସୂଚନା ମିଳିଛି।