ପୁଣି ଛେଚିବ,ଆସୁଛି ଆଉ ଏକ ଲଘୁଚାପ ଦୁର୍ଗା ପୂଜାରେ ଭିଜିବ କି ଓଡିଶା।

ଆସୁଛି ଆଉ ଏକ ଲଘୁଚାପ, ଏହି ଲଘୁଚାପ ପ୍ରଭାବରେ ଓଡି଼ସାରେ ଆକାଶ ଫଟା ବର୍ଷା ହେବ ବୋଲି କୁହାଯାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ଦୁଇ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ କୁହାଯାଉଛି। ଏହାର ପ୍ରଭାବରେ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନମାନ କରିଛି ପାଣିପାଗ ବିଭାଗ।

ଏପରିକି ମୌସୁମୀ ଜନିତ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ବେଳେ ଅକ୍ଟୋବର ୨ରୃ ୪ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଅକ୍ଟୋବର ମାସକୁ ଆମ ଓଡିଶାରେ ବାତ୍ୟାର ମାସ ବୋଲି କୁହାଯାଏ ତେଣୁ ଚଳିତ ବର୍ଷ ମଧ୍ୟ ଅକ୍ଟୋବର ଆରମ୍ଭରୁ ଲଘୁଚାପ ଆଉ ଏହି ଲଘୁଚାପ କାରଣରୁ ପ୍ରବଳ ଛେଚିବ ରାଜ୍ୟର ଅନେକ ସ୍ଥାନରେ। ଉପକୂଳ ଓଡିଶାର ଅନେକ ସ୍ଥାନରେ ମଧ୍ୟ ପ୍ରବଳ ଛେଚିବ। ଏପରିକି ମୌସୁମୀ ବର୍ଷା ଲାଗିରହିଥିବା ବେଳେ ଗତକାଲି ଟ୍ଵିନ ସିଟିରେ ପ୍ରବଳରୁ ଅତି ବେଗରେ ଛେଚିଥିଲା ବର୍ଷା। ଆଉ ଅତି ପ୍ରବଳ ଛେଚି ଥିବାରୁ ଟ୍ଵିନ ସିଟିର ଅବସ୍ଥା ଏକ ଦମ ବେହାଲ ହୋଇ ପଡ଼ିଥିଲା।

ଚାଲିଛି ପାର୍ବଣ ଋତୁ ଆସୁଛନ୍ତି ମା ଜଗତ ଜନନୀ ଦୁର୍ଗା। ତେବେ ଦୀର୍ଘ ୨ ବର୍ଷ ପରେ ମାଙ୍କ ପୂଜା ଆଡମ୍ବର ସହକାରେ ଧୁମଧାମର ପାଳନ କରିବାକୁ ଚିନ୍ତା କରି ମାଙ୍କ ସାଜ ସଜା ଆରମ୍ଭ ହୋଇଯାଇଥିଲା ହେଲେ ଏବେ ବର୍ଷା ହେବା ଓ ପାଣିପାଗ ବିଶେଷଜ୍ଞ ମାନଙ୍କ ସୂଚନା ଅନୁଯାୟୀ 2 ରୁ 4 ତାରିଖ ମାନେ ଦୁଇ ତିନି ଦିନ ପାଇଁ ରାଜ୍ୟରେ ମୋୖସୁମୀ କାରଣରୁ ପ୍ରବଳ ବେଗରେ ବର୍ଷା ହେବା ନେଇ କୁହାଯାଉଛି। ତେବେ ଏହି ଖବର ଆସିବା ପରେ ସମସ୍ତଙ୍କ ମନରେ ସାମାନ୍ୟ ଛନକା ସୃଷ୍ଠି ହୋଇଛି କି ଯଦି ଦୁର୍ଗା ପୂଜାରେ ବର୍ଷା ହୁଏ ତେବେ ଦୁଇ ବର୍ଷ ଦୁର୍ଗା ପୂଜା ଫିକା ପଡିଲା ଭଳି ଏହି ବର୍ଷ ମଧ୍ୟ ବର୍ଷା ଭକ୍ତଙ୍କ ଖୁସିରେ ପାଣି ମିଶାଇ ଦେବ ବୋଲି କୁହାଯାଉଛି।

ତେବେ ଆଞ୍ଚଳିକ ପାଣିପାଗ ଠାରୁ ମିଳିଥିବା ସୂଚନା ଅନୁସାରେ ଗତ ୪୮ ଘଣ୍ଟା ମଧ୍ୟରେ ଭଦ୍ରକରେ ସବୁଠୁ ଅଧିକ ବର୍ଷା ହୋଇଥିବା ନେଇ ଚନା କରାଯାଇଥିଲେ । ତେବେ କେବଳ ଭଦ୍ରକ ନୁହେଁ ଆସନ୍ତା 24 ଘଣ୍ଟା ମଧ୍ୟରେ କେଉଁଝର, ସମ୍ବଲପୁର,ବାଲେଶ୍ଵର, ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ନେଇ ମଧ୍ୟ ବେଶ ସମ୍ଭାବନା ରହିଥିବା କୁହାଯାଉଛି। ଚଳିତ ବର୍ଷ ରାଜ୍ୟରେ ଭଲ ବର୍ଷା ହୋଇଛି ମୋୖସୁମୀ ବାୟୁ ଓଡି଼ସା ଛୁଇଁବା ପରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି ଏବଂ ସେପଟେ ଉପର ମୁଣ୍ଡରେ ଲଗାତର ଆକାଶ ଫଟା ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।

ସେପଟେ କିନ୍ତୁ ଚଳିତ ବର୍ଷ ବର୍ଷାରେ ଚାଷୀଙ୍କ ମନରେ ଖୁସିର ଲହରୀ ଖେଳୁଥିବା ଦେଖିବାକୁ ମିଳିଛି କାରଣ ଚଳିତ ବର୍ଷ ବର୍ଷା ଯୋଗୁଁ ଚାଷୀର ଚାଷକୁ ଉଚିତ ପରିମାଣର ପାଣି ମିଳିପାରିଛି। ତେବେ ଏବେ ପାଣି ପାଗ ବିଭାଗ ବର୍ଷା ହେବା ନେଇ ସୂଚନା ଦେବା ପରେ ଦୁର୍ଗା ପୂଜାରେ ବର୍ଷା ନହେଉ ବୋଲି ସମସ୍ତେ ଭଗବାନ ଙ୍କୁ ଡାକୁଛନ୍ତି।କାରଣ ଅଦୃଶ୍ୟ ମହାମାରୀ କିଲର କରନା ପାଇଁ ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଦୂରତା ଆସିଯାଇଥଲା

ଯଦିଓ ମା ନିରାଡ଼ମ୍ବର ସହକାରେ ପୂଜା ପାଉଥିଲେ ହେଲେ ଚଳିତ ବର୍ଷ କରୋନାର ତାଣ୍ଡବଲୀଳା କମ ହୋଇଥିବାରୁ ମା ପୂଜା ପାଉଛନ୍ତି ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳି ଯାଉଛି । ହେଲେ ଏପଟେ ଲଘୁଚାପ ହେବାର ଖବର ଭକ୍ତଙ୍କ ମନକୁ ସାମାନ୍ୟ ଦୁଃଖ ପହଞ୍ଚାଇଛି ।

Leave a Reply

Your email address will not be published. Required fields are marked *