ନିଜର ତିନି ବର୍ଷର ପୁଅକୁ କୋଳରେ ଉଠାଇ ନଦୀକୁ ଡେଇଁ ପଡିଲେ ବାପା…

ହ-ତ୍ୟା , ଆତ୍ମ-ହତ୍ୟା ଏସବୁର ଗନ୍ତାଘର ହୋଇଗଲାଣି ଏ ପୃଥିବୀ । ପ୍ରତିଦିନ ନୂଆ ନୂଆ ଘଟଣା ବିଷୟରେ ଶୁଣିବାକୁ ମିଳୁଅଛି । କିଏ କାହାକୁ ହ-ତ୍ୟା କରିଦେଲାଣି ତ ଆଉ କିଏ ନିଜେ ନିଜେ କୌଣସି କାରଣ ପାଇଁ ଆତ୍ମହତ୍ୟା କରିଦେଉଛି । ତେବେ ଏ ସବୁ ଘଟଣା ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ । ଏସବୁ ଘଟଣାକୁ ଆଦୌ ରୋକି ହେଉନାହିଁ । ପ୍ରତିଦିନ ଖବରକାଗଜର ପୃଷ୍ଠାରେ ନିଶ୍ଚିତ ଭାବରେ ଏ ସବୁ ଘଟଣା ରହୁଅଛି । ତେବେ ପୁଣିଥରେ ଆଉ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ସାମ୍ନାକୁ ଆସିଅଛି ।

ଯେଉଁଠାରେ ଜଣେ ପିତା ଡିପ୍ରେସନର ଶିକାର ହୋଇ ଆତ୍ମହତ୍ୟା କରି ଦେଇଛନ୍ତି । ତେବେ ଏହି କଥା ଶୁଣି ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ , କିନ୍ତୁ କଥାଟା ସତ । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ , ସେ ଏକୁଟିଆ ନୁହେଁ ବରଂ ତାଙ୍କର ତିନି ବର୍ଷର ପୁଅ ସହ ସେ ଆତ୍ମହତ୍ୟା କରି ଦେଇଛନ୍ତି । ତେବେ ମାମଲାଟି ଟିକିଏ ଅଲଗା ପ୍ରକାର ଲାଗୁଅଛି । ପୋଲିସ ନିକଟରେ ଏହି ଘଟଣା ପହଞ୍ଚିବା ପରେ ପୋଲିସ ମଧ୍ୟ ସ୍ତବ୍ଧ ହୋଇ ଯାଇଥିଲା । ଆଉ ଭାବିଥିଲା କାହିଁକି ପିତା ନିଜ ପୁଅର ଜୀବନ ନେଇଗଲା । ପୋଲିସ ଘଟଣାଟିର ତଦନ୍ତ କରି ଏକ ଭିଡ଼ିଓ ଜବତ କରିଥିଲା ।

ତେବେ ସୂଚନା ଅନୁଯାୟୀ , ଏହି ମାମଲାଟି ଉତ୍ତରାଖଣ୍ଡର ଋଷିକେଶର ଅଟେ । ଏଠାରେ ଜଣେ ପିତା ସୁନୀଲ ବଂଶଲ ରାତିରେ ପୋଲିସ ଥାନାକୁ ଯାଇ କହିଥିଲେ କି , ତାଙ୍କ ପୁଅ ଅର୍ଚିତ ଆତ୍ମହତ୍ୟା କଥା କହି ଘରୁ ବାହାରି ଯାଇଛନ୍ତି ଆଉ ସାଥିରେ ତାଙ୍କର ତିନି ବର୍ଷର ନାତି ରାଘବକୁ ମଧ୍ୟ ନେଇ ଯାଇଛନ୍ତି । ତେବେ ଏପର୍ଯ୍ୟନ୍ତ ଦୁହିଁଙ୍କ ବିଷୟରେ କୌଣସି ଖବର ମିଳି ପାରିନାହିଁ । ତେବେ ସୁନିଲଙ୍କର କହିବା ଅନୁଯାୟୀ , ତିନି ବର୍ଷର ପୁଅକୁ ଧରି ସେ ଘରୁ ବାହାରି ଯାଇଛନ୍ତି ଏବଂ ରୁଦ୍ରପ୍ରୟାଗ ଯାଇ ଆତ୍ମହତ୍ୟା କରିବା କଥା ମଧ୍ୟ କହିଛନ୍ତି । କିନ୍ତୁ ଏତେ ବିଳମ୍ବ ପର୍ଯ୍ୟନ୍ତ ଘରକୁ ନ ଫେରିବା କାରଣରୁ ସେ ଭୟଭୀତ ହୋଇ ଯାଇଛନ୍ତି ।

ତାପରେ ପୋଲିସ ସୁନିଲଙ୍କର କଥାକୁ ଗମ୍ଭୀରତାର ସହ ନେଇ ମାମଲା ଦାୟର କରିଥିଲା ଆଉ ସିସିଟିଭି ଫୁଟେଜ ଦେଖିବା ଆରମ୍ଭ କରିଥିଲା । ଗୋଟିଏ ଫୁଟେଜରେ ସେମାନେ କାରରେ ବ୍ୟାରେଜ ନିକଟକୁ ଯାଉଥିବାର ଦେଖା ଯାଇଥିଲେ ଆଉ ଗୋଟିଏ ରେ ଚିଲା ଆଡକୁ ଯାଉଥିବାର ଦେଖା ଯାଇଥିଲେ କିନ୍ତୁ ତାପରେ ଆଉ କୌଣସି ଖବର ମିଳି ପାରିନଥିଲା । ରବିବାର ଦିନ ସନ୍ଧ୍ୟାରେ ଲକ୍ଷ୍ମଣଝୁଲା ପ୍ରଭାରୀଙ୍କୁ ଏକ ଭିଡ଼ିଓ ଭାଇରାଲ ହୋଇଥିବା ବିଷୟରେ ଶୁଣିବାକୁ ମିଳିଥିଲା । ଭିଡ଼ିଓରେ ଦେଖା ଯାଇଥିଲା କି , ବ୍ୟାରେଜକୁ ଡେଇଁ କେହି ଆତ୍ମହତ୍ୟା କରୁଛନ୍ତି ଆଉ କେହି ଜଣେ ଭିଡ଼ିଓ ମଧ୍ୟ ଶୁଟିଂ କରି ନେଇଥିଲେ ଆଉ ଏହା ବହୁମାତ୍ରାରେ ଭାଇରାଲ ହୋଇଥିଲା ।

ତେବେ ଏହା ପରେ ଋଷିକେଶ ଏବଂ ଲକ୍ଷ୍ମଣଝୁଲାର ପୋଲିସ ମିଶି ଏକ ଦଳ ଗଠନ କରିଥିଲେ ଆଉ ମାମଲାର ତଦନ୍ତ ଆରମ୍ଭ କରିଥିଲେ । ଆଖପାଖର ଲୋକମାନଙ୍କୁ ପଚରାଉଚରା ମଧ୍ୟ କରିଥିଲେ । ଅଗ୍ନିଶ୍ରମ ବାହିନୀକୁ ଡାକି ପାଣି ମଧ୍ୟରେ ଖୋଜାଖୋଜି କରିଥିଲେ କିନ୍ତୁ କାହାର ମଧ୍ୟ ଖବର ମିଳି ପାରିନଥିଲା । ଏପର୍ଯ୍ୟନ୍ତ ଘଟଣାରେ କୌଣସି ସଫଳତା ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *