ଗରୁଡ ପୁରାଣ:- କଣ ଆପଣ ଜାଣିଛନ୍ତି ହିନ୍ଦୁ ଧର୍ମରେ ମୃ-ତ ଶିଶୁର ଶରୀରକୁ ଦାହ କରାଯାଏ ନାହିଁ କାହିଁକି ? ଯଦି ଜାଣି ନାହାଁନ୍ତି ତେବେ ଜାଣନ୍ତୁ ଏହି ବିଷୟରେ।

ଜନ୍ମ ଏବଂ ମୃ-ତ୍ୟୁ ଏହି ୨ଟି ଜିନିଷ ସତ୍ୟ ଏବଂ ପରିପୂରକ ଅଟେ। ଜଣେ ଜନ୍ମ ଲାଭ କରିଛ ମାନେ ମୃ-ତ୍ୟୁ ସୁନିଶ୍ଚିତ। ତେବେ ମୃ-ତ୍ୟୁର ଦେବତା ଯମରାଜ ନିଜ ଗୁପ୍ତଚର ଙ୍କୁ ପଠାଇ ଆୟୁଷ ପୂରି ଯାଇଥିବା ବ୍ୟକ୍ତିଙ୍କ ଜୀବନ ହରଣ କରିଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ ଯେଉଁ ବିଷୟରେ ବହୁତ କମ୍ ଲୋକ ଜାଣିଥିବେ।

ତେବେ ହିନ୍ଦୁ ଧର୍ମର ଲୋକମାନଙ୍କ ମୃତ ଶରୀରକୁ ଦାହ କରାଯାଉଥିବାର ଆପଣ ଦେଖିଥିବେ କିନ୍ତୁ ଯଦି ଗୋଟେ ଶିଶୁର ମୃ-ତ୍ୟୁ ଘ-ଟୁଛି ତେବେ ଶିଶୁର ମୃ-ତ ଶରୀରକୁ ଦାହ ନ କରାଯାଇ ପୋତା ଯାଇଥାଏ। ତେବେ ଏପରି କାହିଁକି କରାଯାଇଥାଏ ତାହାକୁ ନେଇ ଆପଣ ମନରେ ପ୍ରଶ୍ନ ଆସୁଥିବ। ଆଜି ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

ଗରୁଡ଼ ପୁରାଣରେ ପକ୍ଷୀରାଜ ଗରୁଡ ଓ ଭଗବାନ ବିଷ୍ଣୁଙ୍କ ମଧ୍ୟରେ ହେଉଥିବା ଜ୍ଞାନ ଆଲୋଚନା ତାହା ଗରୁଡ଼ ପୁରାଣରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରୁ ପକ୍ଷୀରାଜ ଗରୁଡ଼ ଭଗବାନ ବିଷ୍ଣୁଙ୍କୁ ପ୍ରଶ୍ନ କରିଥିଲେ ଯେ ନବଜାତ ଶିଶୁଙ୍କ ଯଦି ମୃ-ତ୍ୟୁ ଘଟେ ତେବେ ତାଙ୍କ ଶରୀରକୁ କାହିଁକି ପୋତା ଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ଉତ୍ତରରେ ଭଗବାନ ବିଷ୍ଣୁ କଣ କହିଥିଲେ।

ଭଗବାନ ବିଷ୍ଣୁ କହିଥିଲେ ଯଦି କୌଣସି ସ୍ତ୍ରୀର ଗ-ର୍ଭପା-ତ ହୁଏ କିମ୍ବା ଜନ୍ମ ପରେ ଦୁଇ ବର୍ଷ ବୟସ ପର୍ଯ୍ଯନ୍ତ ଯଦି କୌଣସି ବାଳକ ଏବଂ ବାଳିକାଙ୍କର ମୃ-ତ୍ୟୁ ହୁଏ ତେବେ ତାକୁ ଦାହ କରିବା ପରିବର୍ତ୍ତେ ପୋତା ଯାଇଥାଏ। କିନ୍ତୁ ଦୁଇରୁ ଅଧିକ ବଯସର ବ୍ୟକ୍ତିଙ୍କ ମୃ-ତ୍ୟୁ ହେଲେ ତାଙ୍କୁ ଦାହ କରାଯାଏ। ତେବେ ଏହା ପଛରେ ଏକ ମୁଖ୍ୟ କାରଣ ରହିଛି। ତାହା ହେଉଛି ମଣିଷ ଜନ୍ମ ହେବାର ଦୁଇ ବର୍ଷ ଯାଏଁ ମୋହମାୟାରୁ ଦୂରେଇ ରହିଥାଏ ଅର୍ଥାତ କିଛି ଜାଣି ନଥାଏ।

ଏପରି ସ୍ଥିତିରେ ତାଙ୍କ ଶରୀରରେ ଅବସ୍ଥାନ କରିଥିବା ଆତ୍ମାର କୌଣସି ମୋହ ନଥାଏ। ଏମିତିରେ ଦୁଇ ବର୍ଷରୁ କମ୍ ଶିଶୁଙ୍କର ମୃ-ତ୍ୟୁ ହେଲେ ତାଙ୍କ ଆତ୍ମା ସେହି ଶରୀରକୁ ଅତି ସହଜରେ ତ୍ୟା-ଗ କରି ଦିଅନ୍ତି। ମଣିଷ ଯେତେ ବଡ ହୁଏ ମୋହମାୟାରେ ବାନ୍ଧି ହୋଇଯାଏ ଓ ସେହି ଶରୀର ପ୍ରତି ମୋହବନ୍ଧନର ଆକର୍ଷଣ ବଢେ। ଆଉ ଯେ ପର୍ଯ୍ୟନ୍ତ ମୃ-ତ ଶରୀରକୁ ଦାହ କରା ନଯାଏ ସେ ସେହି ଶରୀରରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥାଏ। ତେଣୁ ହିନ୍ଦୁ ଧର୍ମରେ ମୃ-ତ ଶରୀରକୁ ଅ-ଗ୍ନିରେ ଦାହ କରାଯାଏ।

Leave a Reply

Your email address will not be published. Required fields are marked *