ଖୁସି ଖବର:- ୪୦ ଟଙ୍କା କମିଲା ସୋରିଷ ତେଲର ମୂଲ୍ୟ, ଜାଣନ୍ତୁ ଆଗକୁ ଆଉ କଣ କମିବ….

ଭୁବନେଶ୍ୱର:- ପେଟ୍ରୋଲର ମୂଲ୍ୟ କମିବା ପରେ ଲୋକଙ୍କୁ ଟିକେ ଆଶ୍ୱସ୍ତି ମିଳିଛି। କାରଣ ଲଗାତାର କିଛି ବର୍ଷ ହେବ ପେଟ୍ରୋଲର ଏବଂ ଡିଜେଲ ସହିତ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ହେଉଥିଲା। କାରଣ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୧୫ ଟଙ୍କା ଥିଲା। ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮ ଓ ୬ ଟଙ୍କା କମେଇବା ପରେ ଲୋକମାନଙ୍କୁ ଆଶ୍ୱସ୍ତି ମିଳିଛି। ହେଲେ ଆଉ ଏକ ପ୍ରଶ୍ନ ଉଠିଛି ଯେ ପେଟ୍ରୋଲ ଏବଂ ଡିଜେଲ ଭଳି କଣ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର କମିବ କି ?

ମହଙ୍ଗା ପେଟ୍ରୋଲରୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କିଛି ମାତ୍ରାରେ ଶୁଳ୍କ ଛାଡ଼ କରିଛନ୍ତି। ତେବେ ତୈଳ ଦର କମିବା ଦ୍ୱାରା ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ଉପରେ ପଡିବକି ଏହାର ପ୍ରଭାବ? ଏହାକୁ ନେଇ ଖାଉଟି ଚିନ୍ତାର ପଡିଛି। କାରଣ କେବଳ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହୋଇ ନଥିଲା ବରଂ ଅତ୍ୟାବଶ୍ୟକ ସାମଗ୍ରୀର ଦର ଦାମ୍ ମଧ୍ୟ ବୃଦ୍ଧି ପାଇଥିଲା। ଆଉ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି ତାହା ହେଉଛି ସୋରିଷ ତେଲ ଦର ୪୦ ଟଙ୍କା କମିଛି।

ପରିବହନ ସଂସ୍ଥାଙ୍କ ଯୁକ୍ତି ହେଲା, ଡିଜେଲ ଦର କମିବା ଦ୍ୱାରା ମାର୍କେଟ ଉପରେ ଏହାର ତତକ୍ଷଣାତ୍ ପ୍ରଭାବ ପଡିବା ସମ୍ଭାବନା କମ୍।କାରଣ କାରଣ ପରିବହନ ସଂସ୍ଥା ବାର୍ଷିକ ଚୁକ୍ତିଭିତ୍ତିରେ ଗାଡ଼ି ନିଅନ୍ତି। ତେଣୁ ଡିଜେଲ ଓ ପେଟ୍ରୋଲ ଦର ହଠାତ୍ ବଢିବା କମିବା ଦ୍ୱାରା କୌଣସି ଫରକ ପଡେ ନାହିଁ। ଘଣା ସୋରିଷ ତେଲ ଦର କମ ହେବା ସହ ଲୋକେ ଟିକେ ଆଶ୍ବସ୍ତ ହୋଇଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଇଣ୍ଡୋନେସିଆରୁ ଖାଇବା ତେଲ ରପ୍ତାନୀ ହେବା ଆରମ୍ଭ ହେବା ପରଠାରୁ ଭାରତୀୟ ବଜାରରେ ଏହାର ପ୍ରଭାବ ପଡିଛି। ପୂର୍ବ ସପ୍ତାହ ତୁଳନାରେ ସୋରିଷ ମଞ୍ଜି ମୂଲ୍ୟ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା କମ ହୋଇଛି। ଯାହାଫଳରେ ଘଣା ସୋରିଷ ତେଲର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଯାହାକି ୧୫ ଲିଟର ପିଛା ୪୦ ଟଙ୍କା ହ୍ରାସ ପାଇଛି। ଆଗକୁ ଏହା ଆହୁରି କମିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *