ପାଞ୍ଚ ବର୍ଷର ପୁଅ ଏବଂ ସ୍ୱାମୀକୁ ଛାଡ଼ି ଫେରାର ହେଲା ସ୍ତ୍ରୀ, ପୁଅର କଥା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହେବେ :- ଦେଖନ୍ତୁ ଭିଡିଓ

ପ୍ରେମ କରି ବିବାହ କରିଥିଲେ । ଆଉ ବିବାହ ପରେ ପୁଅଟିଏ ହେଲା । ଏମିତି ସଂସାର ଖୁସିରେ କଟୁ କଟୁ ଦିନେ ପାରିବାରିକ ବିବାଦ ପାଇଁ ଘର ଛାଡ଼ିଦେଲେ ସ୍ତ୍ରୀ । କେଉଁଠି ଅଛନ୍ତି କଣ କରୁଛନ୍ତି ତାର କୌଣସି ଖବର ନାହିଁ । ପରିବାର ଲୋକେ ବୋହୂ , ବାପଘର ଲୋକେ ଝିଅ , ସ୍ୱାମୀ ତା ସ୍ତ୍ରୀ ଏବଂ ପୁଅଟିଏ ନିଜ ମା କୁ ହରାଇଛି ଆଉ କାନ୍ଦି କାନ୍ଦି ଯାହା କହୁଛି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଘଟଣା ଅନୁଯାୟୀ ସୁମିତ୍ରା ନାମକ ଜଣେ ମହିଳା ପାରିବାରିକ କଳହ କାରଣରୁ ସ୍ୱାମୀ ଏବଂ ପାଞ୍ଚ ବର୍ଷର ପୁଅକୁ ଛାଡ଼ି ଘର ଛାଡ଼ି ଚାଲି ଯାଇଥିବାର ଥାନାରେ ଅଭିଯୋଗ ଆଣିଛନ୍ତି ସ୍ୱାମୀ । ଶତ ଖୋଜାଖୋଜି ପରେବି କୌଣସି ଖବର ନାହିଁ ସ୍ତ୍ରୀ ର । ବର୍ତ୍ତମାନ ସମୟରେ ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଅତା ଗ୍ରାମର ଅଟେ । ଯେଉଁଠି ସୁମିତ୍ରା ନାମକ ଜଣେ ମହିଳା ଘର ଛାଡ଼ି ପଳାଇଛନ୍ତି । ତାଙ୍କ ସ୍ୱାମୀଙ୍କ ଅନୁଯାୟୀ ପାଞ୍ଚ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟେ ବିବାହ କରିଥିଲେ । ଏବଂ ବିବାହ ପରେବି ସାତ ବର୍ଷର ସଂସାର । ବିବାହ ପରେ ଦୁହିଁଙ୍କର ପାଞ୍ଚ ବର୍ଷର ପୁଅଟିଏ ମଧ୍ୟ ଅଛି । ତେବେ ତାଙ୍କ କହିବା ଅନୁଯାୟୀ ଗତ ଅପ୍ରେଲ ମାସ ୧୬ ତାରିଖ ଦିନ ସୁମିତ୍ରା ଘର ଛାଡ଼ି କୁଆଡ଼େ ଚାଲି ଯାଇଛନ୍ତି ।

ପାରିବାରିକ କଳହ କାରଣରୁ ସେ ରାଗି ଚାଲି ଯାଇଥିବା କଥା ସ୍ୱାମୀ ଥାନାରେ କହିଛି । ଯେଉଁ କାରଣରୁ ପାଞ୍ଚ ବର୍ଷର ପୁଅ ମଧ୍ୟ ମା କୁ ଖୋଜିଖୋଜି ଖାଇବା ପିଇବା ଛାଡ଼ି ସାରିଲାଣି । ତା ମୁଁହରେ କେବଳ ଗୋଟିଏ କଥା ‘ ମା କେବେ ଆସିବ ? ‘ ତେଣୁ ସ୍ୱାମୀ ସୁକିନ୍ଦା ଥାନା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଯଥାଶୀଘ୍ର ସୁମିତ୍ରାଙ୍କୁ ଫେରାଇ ଆଣିବାକୁ ।

କିନ୍ତୁ ଏବେ ସୁଦ୍ଧା ତାଙ୍କର କୌଣସି ଖବର ନାହିଁ । କୁଆଡ଼େ ଗଲେ , କେଉଁଠି ଅଛନ୍ତି , କାଳେ କିଛି ଅସୁବିଧାରେ ଅଛନ୍ତି , ଏପରି ଅନେକ ଦ୍ଵନ୍ଦରେ ବର୍ତ୍ତମାନ ତାଙ୍କ ପରିବାର ଲୋକେ ରହିଛନ୍ତି । କେହିବି ତାଙ୍କ ସମ୍ବନ୍ଧରେ କିଛିବି ଜାଣି ନାହାଁନ୍ତି । ତେବେ କେବଳ ପୋଲିସ ପ୍ରଶାସନର ସାହାଯ୍ୟ ଆବଶ୍ୟକ ବୋଲି କହିଛନ୍ତି ସୁମିତ୍ରାଙ୍କ ସ୍ତ୍ରୀ ।

Leave a Reply

Your email address will not be published. Required fields are marked *