କାର ବିକିଲା ସ୍ୱାମୀର ଆତ୍ମା, ପୁରା ଘଟଣା ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ :-

ମୃତ ବ୍ୟକ୍ତି କେତେବେଳେ ଆସି କୁଆଡ଼େ କାର ବିକ୍ରି କରି ଚାଲିଗଲେ । କଥା ଶୁଣି ଆପଣଙ୍କୁ ହସ ଲାଗୁଥିବ ନିଶ୍ଚୟ । ଆମେ ବି ଏହା ଭାବୁଛୁ । ଏପରି କିପରି ସମ୍ଭବ ହୋଇପାରେ ? ଖୋର୍ଦ୍ଧା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏପରି ଏକ ଘଟଣା ଘଟିଛି ଯେଉଁଠି ଜଣେ ମୃତ ଲୋକ ସ୍ୱର୍ଗରୁ ଆସି ଗାଡ଼ି ବିକ୍ରି କରିବା ଭଳି ଅସମ୍ଭବ ଘଟଣା ସମ୍ଭବ ହୋଇଛି ।

ସୂଚନା ଅନୁଯାୟୀ ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତ ହାଡ଼ପଦା ଓରମି ଗ୍ରାମର ରୋଜାଲିନ ବାରିକ ଏନେଇ ଖୋର୍ଦ୍ଧା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ସୂଚନା ଅନୁଯାୟୀ ରୋଜାଲିନ ୨୦୧୮ ମସିହାରେ ଯତୀନଙ୍କୁ ବିବାହ କରିଥିଲେ । ତାଙ୍କର ବର୍ତ୍ତମାନ ୩ ବର୍ଷର ଗୋଟିଏ ପୁଅ । ତେବେ ଯତୀନ ପରିବାର ଚଳାଇବା ପାଇଁ ନିଜ ସ୍ତ୍ରୀ ର ଗହଣା ବନ୍ଧା ପକାଇ ଏବଂ ଋଣ କରି ଗୋଟିଏ ମାରୁତି ସୁଜିକ କାର କିଣିଥିଲେ ।

କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଯତୀନଙ୍କର ଦେଢ଼ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯିବା ସତ୍ତ୍ୱେ ବି ତାଙ୍କ କାରକୁ ଏକ ମାସ ତଳେ ତାଙ୍କ ସ୍ୱାମୀ କୁଆଡ଼େ ନିଜେ ଆସି ଖୋର୍ଦ୍ଧା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବିକ୍ରି କରି ଯାଇଛନ୍ତି । ତେବେ ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି । ତେବେ ଏନେଇ ତାଙ୍କ ସ୍ତ୍ରୀ ଯିଏକି ଗାଡ଼ିର ନୋମିନି କାର୍ଯ୍ୟାଳୟରେ ଏକ ଲିଖିତ ଅଭିଯୋଗ ଆଣିଛନ୍ତି ଏବଂ ଘଟଣା ସମ୍ବନ୍ଧରେ ପ୍ରଶ୍ନ କରିଛନ୍ତି ।

ରୋଜାଲିନଙ୍କ କହିବା ଅନୁଯାୟୀ ଯତୀନ ଗାଡ଼ିର ବ୍ୟବହାର ଏତେ କରି ନଥିଲେ । ଆଉ ୨୦୨୦ ମସିହାରେ ଅନ୍ୟ ଜଣଙ୍କର ଗାଡ଼ି ନେଇ ଭୁବନେଶ୍ୱର ଯାଉଥିବା ସମୟରେ ଯତୀନଙ୍କର ଦୁର୍ଘ-ଟଣାରେ ମୃ-ତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃ-ତ୍ୟୁ ପରେ ରୋଜାଲିନ ନିଜ ପୁଅ ସହିତ ନିଜ ବାପ ଘରେ ରହୁଥିଲେ ଏବଂ ଗାଡ଼ି ତାଙ୍କ ଶ୍ୱଶୁର ଘରେ ଥିଲା । କିନ୍ତୁ କୌଣସି ସୂତ୍ରରୁ ଏବେ ରୋଜାଲିନ ଏହା ଜାଣିବାକୁ ପାଇଛନ୍ତି ଯେ ଗାଡ଼ିଟି ବିକ୍ରି ହୋଇ ଯାଇଛି ।

ରୋଜାଲିନ ଜାଣିବାକୁ ପାଇଛନ୍ତି ଯେ ପରିବହନ ପୋର୍ଟାଲରେ କେହି ଜଣେ ପ୍ରଭାସିନୀ ବାରିକଙ୍କ ନାମରେ ଗାଡ଼ି ବିକ୍ରି ହୋଇଛି । ଆଉ ଖୋର୍ଦ୍ଧା ପରିବହନ କାର୍ଯ୍ୟାଳୟକୁ ଯୋଗାଯୋଗ କରିବା ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ମାସେ ତଳେ ନିଜେ ଆସି ପ୍ରଭାସିନୀ ନାମକ ବ୍ୟକ୍ତିଙ୍କୁ ଗାଡ଼ି ବିକ୍ରି କରିଛନ୍ତି ।

ତେବେ ରୋଜାଲିନଙ୍କ ଅଭିଯୋଗ ପରେ ଏବଂ ସମସ୍ତ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ସମ୍ବନ୍ଧିତ ସମସ୍ତ ଡକ୍ୟୁମେଣ୍ଟର ଯାଞ୍ଚ କରିବା ପରେ ଅଧିକାରୀ ଏହାର ସଠିକ ତଦନ୍ତ କରିବା ସହିତ ଦୋଷୀ ବିରୋଧରେ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି । ଆଉ ଅନ୍ୟ ପଟେ ଅଧିକାର ଘଟଣା ସମ୍ବନ୍ଧରେ କହିବାକୁ ରୋକଠୋକ ମନା କରିଛନ୍ତି । ତେବେ ବର୍ତ୍ତମାନ କଥା ଏହା ଯେ ଯତୀନ କେଉଁ ପରିସ୍ଥିତିରେ ଏହି ଗାଡ଼ି ବିକ୍ରି କଲେ ଏବଂ ଏହାର ଅସଲ ମାଲିକ କିଏ ।

Leave a Reply

Your email address will not be published. Required fields are marked *