ସକ୍ରିୟ ହେଉଛି ଘୁର୍ଣ୍ଣିବଳୟ, ୬ ରେ ଲଘୁଚାପ, ଜାଣନ୍ତୁ କେଉଁଠି ହେବ ଲ୍ୟାଣ୍ଡଫଲ :-

ଆଣ୍ଡାମାନ ସାଗରରେ ଗତକାଲି ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ପାଣିପାଗ ବିଜ୍ଞାନୀ ମାନେ ଲଘୁଚାପର ସମୟ ଏବଂ ବାତ୍ୟା ଆଶଙ୍କା ଅନୁମାନ କରିଛନ୍ତି । ବର୍ତ୍ତମାନ ପାଣିପାଗ ବିଭାଗ କେନ୍ଦ୍ର ଅନୁଯାୟୀ ଏହା ସ୍ପଷ୍ଟ ହୋଇଛି ଯେ ଘୁର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଏବଂ ଆଗାମୀ ୨୪ ରେ ଏହା ପୁଣି ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ ।

ତେବେ ଆଞ୍ଚଳିକ ପାଣିପାଗ ପକ୍ଷ ତରଫରୁ ବାତ୍ୟାକୁ ନେଇ ସମ୍ୟକ ଆଶଙ୍କା କରାଯାଇଛି ଯେ ହୁଏତ ଆସନ୍ତା ୧୦ ବେଳକୁ ଏହା ଲ୍ୟାଣ୍ଡଫଲ କରିବ । ବାତ୍ୟା ଆସାନିର ଗତିପଥ କେଉଁ ଦିଗକୁ ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଗଭୀର ଅବପାତ ଏବଂ ପରେ ବାତ୍ୟାରେ ପରିଣତ ହେବା ପରେ ହିଁ ଜଣା ପଡ଼ିବ । ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଥିଲେ ହେଁ ବର୍ତ୍ତମାନ ଫନିର କରାଳ ରୂପକୁ ମନେ ପକାଇ ଓଡ଼ିଶା ବାସୀ ଭୟରେ ରହୁଛନ୍ତି ।

ଏପଟେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଆସନ୍ତା ୬ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଆଗାମୀ ସମୟରେ ଗଭୀର ଅବପାତରେ ପରିଣତ ହେବ । ବାତ୍ୟାର ରୂପ ନେବା ପରେ ବାତ୍ୟା ଆସାନି ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବୋଲି ଆଇଏମଡି ଡିଜି ମତ ଦେଇଛନ୍ତି । କିନ୍ତୁ ଏହା ଏବେ ସୁଦ୍ଧା ସ୍ପଷ୍ଟ ନୁହେଁ । ବାତ୍ୟାର ପ୍ରାଥମିକ ରୂପ ରେଖ ଏବଂ ତୀବ୍ରତା ଅନୁଯାୟୀ ହିଁ ଏହା ସ୍ପଷ୍ଟ କରାଯାଇ ପାରିବ ବୋଲି କହିଛନ୍ତି ।

ଏପଟେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବା ଆଶଙ୍କା କରାଯାଉଥିବାରୁ ବାତ୍ୟା ପୂର୍ବରୁ ଏବଂ ପରେ କେଉଁ ସବୁ ପଦକ୍ଷେପ ନିଆଯିବ ତାହାର ପ୍ରସ୍ତୁତି ଜାରି କରାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ ପ୍ରାକ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି । ତେଣୁ ବାତ୍ୟା ପରେ ହିଁ ଏହା ସ୍ପଷ୍ଟ ହୋଇ ପାରିବ ଯେ ବାତ୍ୟା ଓଡ଼ିଶା ନା ଆନ୍ଧ୍ର ଉପକୂଳ ଛୁଇଁବ । ତେବେ ଆସନ୍ତା ୬ ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଅଫିସିଆଲ ଟ୍ୱିଟର ଯୋଗେ ସୂଚିତ କରାଯାଇଛି ।

Leave a Reply

Your email address will not be published. Required fields are marked *