ଦୀର୍ଘ ଦିନ ହେବ ଲୋକୋଟିକୁ ଆକ୍ର-ମଣ କରୁଛନ୍ତି କାଉ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ :-

ହୁଏତ ମଣିଷର ମାନସିକତା ସ୍ତର ଯେପରି ପଶୁ ପକ୍ଷୀ ମାନଙ୍କର ସେମିତି ନୁହେଁ । ତଥାପି ପଶୁ ପକ୍ଷୀ ମଧ୍ୟ ମଣିଷକୁ ଚିହ୍ନି ପାରନ୍ତି । ଅନେକ ସମୟରେ ପଶୁ ପକ୍ଷୀ ନିଜର ଭାବ ବିନିମୟ ମଧ୍ୟ କରି ପାରୁଛନ୍ତି । ଆଉ ସେମାନେ ମଣିଷକୁ ଚିହ୍ନି ପ୍ରତିଶୋଧ ପରାୟଣ ମଧ୍ୟ ହୋଇ ପାରନ୍ତି । ଏହାର ଏକ ସତ୍ୟ ଘଟଣା ଘଟିଛି ଭୋପାଳର ଜଣେ ବ୍ୟକ୍ତିଙ୍କ ସହିତ । ତେବେ ଏହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୁଚନା ଅନୁଯାୟୀ ଭୋପାଳର ଏହି ବ୍ୟକ୍ତିଙ୍କ ନାମ ନାମ ହେଉଛି ଶିବ । ଶିବ ଏମିତିରେ ତ ଘରୁ ବାହାରିବାକୁ ଭୟ କରନ୍ତି । କିନ୍ତୁ ଯେତେବେଳେ ବାହାରକୁ ବାହାରନ୍ତି ସେତେବେଳେ ହାତରେ ଏକ ବାଡ଼ି ନେଇ ଯାଆନ୍ତି । କାରଣ ସେ ଘରୁ ବାହାରିଲେ ବାହାରେ କାଉ ଦଳ ତାଙ୍କୁ ଆକ୍ର-ମଣ କରିବାକୁ ଅପେକ୍ଷା କରି ବସିଥାନ୍ତି । ଆଉ ସେ ଘରୁ ବାହାରିବା ମାତ୍ରେ ତାଙ୍କ ଉପରକୁ ଆକ୍ର-ମଣ କରିବାରେ ଲାଗି ପଡ଼ନ୍ତି । ଏହା ପଛରେ ଏକ କାରଣ ମଧ୍ୟ ରହିଛି ।

ବାସ୍ତବରେ ୩ ବର୍ଷ ପୂର୍ବେ ଶିବଙ୍କର ଏକ ଭୁଲ ହୋଇ ଯାଇଥିଲା । ଏକ ଲୁହା ଜାଲି ମଧ୍ୟରେ ଫସି ରହିଥିବା ଏକ କାଉକୁ ବାହାର କରିବା ସମୟରେ କାଉଟିର ଜୀବନ ଚାଲି ଯାଇଥିଲା । ଶିବ ଖୁବ ଚେଷ୍ଟା କରିବା ସତ୍ତ୍ୱେ ବି କାଉଟିର ଜୀବନ ବଞ୍ଚାଇ ପାରି ନଥିଲେ । କିନ୍ତୁ କାଉ ଗୁଡ଼ିକୁ ଏହା ଆଜି ପର୍ଯ୍ୟନ୍ତ ଲାଗୁଛି ଯେ ଶିବହିଁ କାଉଟିକୁ ମା-ରି ଦେଇଥିଲା । ତେଣୁ ବର୍ତ୍ତମାନ ସୁଦ୍ଧା ବି କାଉ ଦଳ ପ୍ରତିଶୋଧ ପରାୟଣ ହୋଇ ଶିବ ପଛରେ ପଡ଼ି ରହିଛନ୍ତି ।

ଯେତେବେଳେ ଶିବ ଘରୁ ବାହାରକୁ ବାହାରନ୍ତି ତାଙ୍କ ଉପରେ ଆକ୍ର-ମଣ କରନ୍ତି । ଶିବଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇ ଯାଇଛି । ତାଙ୍କ ଦେହରେ ଅନେକ କ୍ଷତ ବିକ୍ଷତ ହୋଇଛି । ହାତରେ ବାଡ଼ି ଥିଲେବି ସୁଦ୍ଧା ସେ କେବେବି ଭୁଲରେ ବି କାଉ ଉପରେ ପ୍ରହାର ଦେଇ ନାହାଁନ୍ତି । ହୁଏତ କେବଳ ଘଉଡ଼ାଇ ଦେଇଛନ୍ତି । ତେବେ ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ଆଉ ଏହି ଘଟଣାରୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରୁଥିବେ ଯେ ପଶୁ ପକ୍ଷୀ ମାନଙ୍କର ବି ବୁଝିବା ଶକ୍ତି ରହିଛି ।

Leave a Reply

Your email address will not be published. Required fields are marked *