କିଏ କାନ୍ଦୁଛି ତ ପୁଣି କିଏ ହସୁଛି… ସ୍କୁଲରେ ୯ ଛାତ୍ରୀଙ୍କ ଦେହରେ ଲାଗୁଛି ଭୂ-ତ

କିଏ କାନ୍ଦୁଛି,କିଏ ହସୁଛି,କିଏ ତଳେ ଗଡିଯାଉଛି ତ ଆଉ କିଏ ଅଦ୍ଭୁତ କା-ଣ୍ଡ ଭିଆଉଛି। ସାରା ଗାଁରେ ଗୋଟିଏ ଚର୍ଚ୍ଚା ସ୍କୁଲରେ ପ୍ରେ-ତାତ୍ମା।
ପିଲାମାନେ ସ୍କୁଲ ଆସିବାକୁ ଡରୁଛନ୍ତି।ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡିବାକୁ ଭ-ୟ କରୁଛନ୍ତି। ଗାଁ ସାରା ଗୋଟିଏ କଥା ଗୋଟିଏ ଚର୍ଚ୍ଚା ଭୂ-ତ ପଶୁଛି ଛାତ୍ରଛାତ୍ରୀଙ୍କ ଭିତରେ।

ଯୁଗ ଯାଇଁ କେଉଁଠି ପହଂଚିଲାଣି। ମଣିଷ ୨୦୨୨ରେ ପାଦ ଥାପିଲାଣି। ସ୍ମାର୍ଟ ଯୁଗରେ ଲୋକେ ଜହ୍ନରେ ଜାଗା କିଣି ସ୍ୱର୍ଗକୁ ରାସ୍ତା ତିଆରି କରିବା କଥା ମଧ୍ୟ ଭାବିଲେଣି ହେଲେ କିନ୍ତୁ ଆଜିବି କିଛି ଲୋକଙ୍କ ମନରେ ଅନ୍ଧ ବିଶ୍ୱାସ ବସା ବାନ୍ଧିଛି। ଆଜିବି ଆଧୁନିକ ଯୁଗରେ ଲୋକେ ଡାକ୍ତରୀ ଚିକିତ୍ସା ନନେଇ ପ୍ରଥମେ ଝଡା ଫୁଙ୍କା,ଗୁଣି ଗାରେଡି ଉପରେ ବିଶ୍ୱାସ ରଖିଛନ୍ତି।

ଗଞ୍ଜାମ ଜିଲ୍ଲାର ଏକ ସ୍କୁଲରେ ୯ ଜଣ ଛାତ୍ରୀଙ୍କ ଅଦ୍ଭୁତ କା-ଣ୍ଡ ଦେଖିବାକୁ ମିଳିଛି। କିଏ କହୁଛି ଏମାନଙ୍କୁ ଭୂ-ତ ଲାଗିଛି ତ ଆଉ କିଏ କହୁଛି ଏମାନଙ୍କ ଦେହରେ ପ୍ରେତାତ୍ମା ପ୍ରବେଶ କରିଛି। କେଉଁ ଛାତ୍ରୀ ରା ଧରି କା-ନ୍ଦୁଛି ତ ଆଉ କିଏ ତଳେ ଆପେ ଆପେ ଲୋଟି ପଡୁଛି। ସେପଟେ ଛାତ୍ରଛାତ୍ରୀଙ୍କ ଏପରି କା-ଣ୍ଡ ଦେଖି ଅଭିଭାବକ ମାନେ ଭ-ୟରେ ପିଲାମାନଙ୍କୁ ନେଇ ଝଡା ଫୁଙ୍କା ଆରମ୍ଭ କରିଦେଇଛନ୍ତି ତାହା ପୁଣି ସ୍କୁଲ ମଧ୍ୟରେ।

ସ୍କୁଲର ପ୍ରଧାନ ଶିକ୍ଷକଙ୍କ କହିବା କଥା କି ସ୍କୁଲରେ ୯ ଜଣ ଛାତ୍ରଛାତ୍ରୀଙ୍କ ଏପରି ସ୍ୱାସ୍ଥ୍ୟ ଅବସ୍ଥା ଦେଖା ଦେବାରୁ ସେମାନେ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ, ଏକ ଡାକ୍ତରୀ ଟିମ ବିଦ୍ୟାଳକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯା-ଞ୍ଚ କରିଯାଇଥିଲେ କିଛି ଛାତ୍ରୀ ମଧ୍ୟ ସୁସ୍ଥ ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି। ସେପଟେ ଡାକ୍ତର ମଧ୍ୟ କହିଛନ୍ତି କି ଆମେ ରୁଟିନ ଟେଷ୍ଟ କଲୁ ଯାହା ଦେଖିଲୁ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି। ହେଲେ ପିଲାଙ୍କର କୌଣସି ପାରିବାରିକ ସମସ୍ୟା ଥାଇ ପାରେ ଯାହା ଦ୍ୱାରା ପିଲାମାନେ ଏଭଳି କା-ଣ୍ଡ କରୁଛନ୍ତି।

ତେବେ ଅଞ୍ଚଳର ବୁଦ୍ଧିଜୀବୀଙ୍କ କହିବା କଥା ଭୂତ ପ୍ରେତ ନୁହେଁ ସଚେତନର ଅ-ଭାବ ଏହି ଅଂଚଳରେ ଅନେକ ଥର ଗୁଣି ଗାରେଡି ଉପରେ ସଚେତନ କରାଯାଇଥିଲେ ମଧ୍ୟ ଲୋକେ ଆଜିବି ଝଡା ଫୁଙ୍କା ଉପରେ ନି-ର୍ଭର କରୁଛନ୍ତି ।

ତେବେ ଅଭିଭାବକ ମାନେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଠି କରି ସ୍କୁଲ ପରିସରରେ ମନ୍ତ୍ର ପାଠ ଓ ପୂଜା ର୍ଚ୍ଚନା କରିବା ସହିତ ସେମାନଙ୍କ ଦେହରେ ପ୍ରେତାତ୍ମା ଥିବା କହିଛନ୍ତି ଓ ଯାହା ଫଳରେ ଅଭିଭାବକ ଗୁଣିଆକୁ ଡାକି ବିଦ୍ୟାଳୟ ପରିସରରୁ ଭୂତ ବାହାର କରିବା ସହିତ ଛାତ୍ରୀଙ୍କ ଦେହରୁ ମଧ୍ୟ ଭୁ-ତ ଛଡାଉଛନ୍ତି। ତେବେ ଦେଖିବାକୁ ବାକି ରହିଲା ଆଉ କେବେ ଲୋକଙ୍କ ମନରୁ ଅନ୍ଧ ବିଶ୍ୱାସ ଦୁରେଇବ। ଲୋକେ କେବେ ସଚେତନ ହେବେ।

Leave a Reply

Your email address will not be published. Required fields are marked *