ଆସୁଛି କରୋନା ଭଳି ଲକ୍ଷଣ ଥିବା ଆଉ ଏକ ନୂଆ ମହାମାରୀ , ରୋଗୀମାନଙ୍କୁ ଅଲଗା ରହିବାପାଇଁ ନିର୍ଦ୍ଦେଶ

ସାରା ବିଶ୍ୱକୁ ଥରହର କରି ରଖି ଦେଇଥିବା କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବରେ ରୋକିବା ପାଇଁ ନାମ ନେଉନାହିଁ। ଗତ ଦୁଇ ବର୍ଷ ମଧ୍ୟରେ ଏ ବିଶ୍ୱକୁ କଣ କଣ ନ ଦେଖିବାକୁ ଆଉ ନ ସହିବାକୁ ପଡିଛି , ସେ କଥା କହି ହେବନାହିଁ । କେତେ ପରିବାର ବର୍ଗକୁ ସେ ବିଚ୍ଛିନ୍ନ କରିଦେଇଛି । ବାପା ଠାରୁ ଛୁଆ , ଭାଇ ଠାରୁ ଭଉଣୀ ଏଭଳି ଭାବରେ ସମସ୍ତଙ୍କୁ ସମସ୍ତଙ୍କ ଠାରୁ ଅଲଗା ହେବାକୁ ପଡିଛି । ଆଉ ପୁଣି କେତେକ ଲୋକ ମୃ-ତ୍ୟୁର କରାଳ ଛାୟାରୁ ମୁକୁଳି ଘରେ ଆସି ପହଞ୍ଚି ଯାଇଛନ୍ତି ।

ତେବେ ଏହା କେବେ ଶେଷ ହେବ ସେ କଥା କେହି ମଧ୍ୟ ଜାଣି ନାହାଁନ୍ତି । ଆଶା ରଖିବା ଭୁଲ୍ ଯେ , ଏହି ମହାମାରୀ ଏବେ ଶେଷ ହେବ । ଗୋଟିଏ ଭୁତାଣୁ ଶେଷ ନ ହେଉଣୁ ଆଉ ଏକ ମହାମାରୀ ଆସି ବିଶ୍ୱକୁ ଗ୍ରାସ କରିଦେଉଛି ଆଉ କୋଟି କୋଟି ଲୋକମାନଙ୍କର ଜୀବନ ପୋକ ମାଛି ଭଳି ନେଇଯାଉଛି । ବିଶ୍ୱକୁ କେତେ ଯେ , ସ-ଙ୍କ-ଟ ଦେଇ ଗତି କରିବାକୁ ପଡୁଛି । କେତେ ଯେ , ନିଜର ଲୋକଙ୍କୁ ଛଡାଇ ନେଉଛି , ସେ କଥାକୁ ଗଣନା କରାଯାଇପାରିବ ନାହିଁ । ତେବେ ପୁଣିଥରେ ବିଶ୍ୱକୁ ଆଉ ଏକ ନୂତନ ଭୁତାଣୁ ଆସିବାକୁ ଯାଉଛି ବୋଲି କୁହାଯାଉଛି । ଆଉ ଯାହାର ଲକ୍ଷଣ କରୋନା ସହ ପୁରାପୁରି ସମାନ ଅଟେ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ଡେଲି ମିରର ର ଖବର ମୁତାବିକ , କରୋନା ଭୁତାଣୁର ଅନେକ ସାଧାରଣ ଲକ୍ଷଣ ଦେଖା ଯାଇଥାଏ ଆଉ ସେଗୁଡ଼ିକ ହେଉଛି , ଜ୍ଵର , ସ୍ୱାଦ ଏବଂ ଗନ୍ଧ ନ ବାରି ପାରିବା , କାଶ ହେବା ଇତ୍ୟାଦି । ତେବେ ବିଶେଷଜ୍ଞ ମାନଙ୍କ ଅନୁଯାୟୀ , ବିଶ୍ୱରେ କରୋନା ଭୁତାଣୁର ଏକ ନୂତନ ରୋଗ ବ୍ୟାପିବାକୁ ଯାଉଛି । ଆଉ ଯାହାର ଲକ୍ଷଣ ସମ୍ପୂର୍ଣ୍ଣ ଭାବରେ କରୋନା ସହ ସମାନ ଅଟେ । ତେବେ ଏହି ଲକ୍ଷଣ ଗୁଡିକୁ ଦେଖିବା ପରେ ଆପଣଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଲେ ମଧ୍ୟ ଆପଣ ବି-ପ-ଦରେ ପଡିପାରନ୍ତି । କରୋନା ଭୁତାଣୁ ଦ୍ୱାରା ଆପଣ ଆ-କ୍ରା-ନ୍ତ ହୋଇ ଥାଇପାରନ୍ତି ଏବଂ ଯାହା ଆପଣଙ୍କ ସାହାଯ୍ୟରେ ଅନ୍ୟମାନଙ୍କ ନିକଟକୁ ବିସ୍ତାର ହୋଇପାରେ ।

ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ ଦୁଇଟି ଭୁତାଣୁ ମଧ୍ୟରେ ପାର୍ଥକ୍ୟ ଜଣାଇବା ପାଇଁ ଏକ ଗାଇଡ଼ଲାଇନ ପ୍ରସ୍ତୁତ କରିଥିବା କଥା ବେଲଫାଷ୍ଟ ଲାଇଭ ନାମକ ଏକ ମିଡିଆ ପ୍ରକାଶ କରିଛି । ତେବେ ଏହା ଦ୍ୱାରା ଲୋକମାନଙ୍କୁ ଅବଗତ କରାଯାଇପାରିବ ଏବଂ ଏହାଦ୍ବାରା କରୋନା ଭୁତାଣୁର ବିସ୍ତାରକୁ ରୋକା ଯାଇପାରିବ । ବ୍ରିଟିଶ ସରକାରଙ୍କ ଦ୍ଵାରା ଜାରି କରା ଯାଇଥିବା ଏକ ଗାଇଡ଼ଲାଇନ ଅନୁଯାୟୀ , କରୋନା ଟେଷ୍ଟ ନେଗେଟିଭ ଆସିବା ପରେ ମଧ୍ୟ ଯଦି ଆପଣଙ୍କ ପାଖରେ ଜ୍ଵର , କାଶ , ମୁଣ୍ଡବିନ୍ଧା , ଗଳା ଯ-ନ୍ତ୍ର-ଣା ଆଦି ଲକ୍ଷଣ ଦେଖା ଯାଉଛି , ତେବେ ଏହା ରୋହିନା ଭୁତାଣୁର ଲକ୍ଷଣ ହୋଇପାରେ ।

ତେବେ ଏଭଳି ପରିସ୍ଥିତିରେ ବାହାରକୁ ନ ବାହାରି ଘର ଭିତରେ ସମସ୍ତଙ୍କ ଠାରୁ ଅଲଗା ହୋଇ ରୁହନ୍ତୁ । ଏହାଦ୍ବାରା ଭୁତାଣୁ ବ୍ୟାପି ପାରିବ ନାହିଁ । ଏଭଳି ପରିସ୍ଥିତିରେ ରୋଗୀ ନିଜକୁ ଅଲଗା କରିବା ସହ ପୋଷାକ , ବାସନ , ଶୌଚାଳୟ ଆଦି ନିଜ ପରିବାର ଲୋକ ଠାରୁ ଅଲଗା କରିନେବା ଉଚିତ । ଏହାଦ୍ବାରା ପରିବାର ଲୋକଙ୍କ ନିକଟକୁ ଭୁତାଣୁ ପହଞ୍ଚି ପାରିବନାହିଁ ଆଉ ସେମାନେ ଭୁତାଣୁରେ ଆ-କ୍ରା-ନ୍ତ ହେବେ ନାହିଁ । ତେବେ ଖାଲି ଏତିକି ନୁହେଁ , ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଟେଲିଫୋନ ମାଧ୍ୟମରେ କଥାବାର୍ତ୍ତା ମଧ୍ୟ କରିପାରିବେ ଏବଂ ଆପଣଙ୍କ ରୋଗ ସମ୍ବନ୍ଧୀୟ ସମସ୍ତ ଅସୁବିଧା ତାଙ୍କୁ ଜଣାଇ ପାରିବେ ।

Leave a Reply

Your email address will not be published. Required fields are marked *