ପ୍ରେମ ପାଇଁ ଛାତ ଉପରୁ ଡେଇଁ ପଡିଲା ପ୍ରେମିକା, ଜୀବନ ତା ଗଲାଣି ଭାଙ୍ଗିଗଲା ଅଣ୍ଟା ହାଡ଼….

ପ୍ରେମ କେତେବେଳେ କେଉଁ ସମୟରେ ହେବ ତାହା କହି ହେବ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଆଜିର ଯୁବପିଢ଼ି ମାନେ ପ୍ରେମରେ ପଡିବା ପରେ ନିଜର ହିତାହିତ ଜ୍ଞାନ ହରେଇ ବସୁଛନ୍ତି। କେବଳ ସେତିକି ନୁହେଁ ନିଜ ଉପରୁ ନିୟନ୍ତ୍ରଣ ହରାଇ ଶାରୀ-ରିକ ସ-ମ୍ପ-ର୍କ ମଧ୍ୟ ରଖୁଛନ୍ତି। ଶାରୀ-ରିକ ସମ୍ପର୍କ ରଖିବା ପରେ ପ୍ରେମିକା ଓ ପ୍ରେମିକ ମଧ୍ୟରୁ ଜଣଙ୍କର ମନ ବଦଳି ଯାଏ। ଦୁହେଁ ଦେଖି ଥିବା ବିବାହର ସ୍ୱପ୍ନ ଧୂଳି ସାତ ହୋଇଯାଏ। ଏହିଭଳି ଖବର ଅନେକ ସମୟରେ ଦେଖିବାକୁ ମିଳିଥାଏ। କିନ୍ତୁ ଆଉ କିଛି ସମ୍ପର୍କ ଅତୁଟ ହୋଇଥାଏ। ପ୍ରେମ ପାଇଁ ଜୀବନ ଦେଇଦେବ ପଛେ ବିଚ୍ଛେଦ ହେବେ ନାହିଁ। ତେବେ ଏହାସହ ଜଡିତ ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି।

ବିଳମ୍ବିତ ରାତିରେ ପ୍ରେମୀ ଯୁଗଳ ଜୀବନ ସାଥି ହେବାରେ ହତାଶ ହେବା ପରେ ଆତ୍ମ-ହତ୍ୟା ବାଟକୁ ଆପଣେଇଲେ। ଘଟଣା ହେଉଛି ଉତ୍ତର ପ୍ରଦେଶ ରାୟବରେଲି ଅଞ୍ଚଳର। ମିଳିଥିବା ସୂଚନା ଅନୁସାରେ, ଯୁବକ ଓ ଯୁବତୀ ଦୀର୍ଘ ୫ ବର୍ଷ ହେବ ପ୍ରେମ ଡୋରୀରେ ବାନ୍ଧି ହୋଇ ରହିଛନ୍ତି। ଏହାପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦୁହିଁଙ୍କ ପରିବାର ସଦସ୍ୟ ସହମତି ଦେଇ ନଥିଲେ। ଯାହାକି ସେମାନଙ୍କୁ ଆଶଙ୍କାରେ ପକେଇ ଦେଇଥିଲା।

କିନ୍ତୁ ପୁଅ ଓ ଝିଅଙ୍କ ଜିଦ ଆଗରେ ପରିବାର ଲୋକେ ହାର ମାନିଥିଲେ। ଶେଷରେ ଦୁହିଁଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ। ପରବର୍ତ୍ତୀ ସମୟରେ ପାରିବାରିକ କୋଳାହଳ ଯୋଗୁଁ ବିବାହ ଭାଙ୍ଗି ଯାଇଥିଲା। ହେଲେ ପ୍ରେମୀ ଯୁଗଳଙ୍କ ସମ୍ପର୍କ ଅତୁଟ ହୋଇ ରହିଥିଲା। ବାହା ହେବାକୁ ଚାହୁଁଥିଲେ ମଧ୍ୟ ଘର ଲୋକଙ୍କ ଅରାଜିକତା ସେମାନଙ୍କ ପାଇଁ କାଳ ସାଜୁଥିଲା। ଶେଷରେ କୌଣସି ଉପାୟ ନ ପାଇ ଆ-ତ୍ମହ-ତ୍ୟା କରିବା ପାଇଁ ଯୁବକ ଓ ଯୁବତୀ ସ୍ଥିର କଲେ।

ବିଳମ୍ବିତ ରାତିରେ ଯୁବକ ଜଣକ ଯୁବତୀଙ୍କ ଘରେ ପହଁଞ୍ଚି ଥିଲେ। ଏହାପରେ ଦୁହେଁ ଯୁବତୀ ଓ ଯୁବକ ହାତ ଧରାଧରି ହୋଇ ଛାତ ଉପରକୁ ଯାଇଥିଲେ ଡେଇଁବା ପାଇଁ। ଦୁହେଁ ଯେତେବେଳେ ଡେଉଁ ଥିଲେ ପଛରୁ ଯୁବତୀଙ୍କ ପରିବାର ଲୋକେ ଆସି ଯୁବକଙ୍କୁ ଧରି ପକେଇ ଥିଲେ କିନ୍ତୁ ଯୁବତୀ ପ୍ରେମିକର ନାଁ ଧରି ଜୋର୍‌ରେ ପାଟି କରି କହିଲା ‘ଆଜମ କେବଳ ମୋର’ କହି ଡେଇଁ ପଡ଼ିଥିଲେ। ଫଳରେ ଯୁବତୀଙ୍କ ଅ-ଣ୍ଟା ଭାଙ୍ଗି ଯାଇଥିଲା। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ପ୍ରେମିକକୁ ପ୍ରେମିକା ଘର ଲୋକେ ପୋଲିସ୍‌ରେ ଦେଇଛନ୍ତି।

Leave a Reply

Your email address will not be published. Required fields are marked *