ସମସ୍ତେ କୁକୁରକୁ ଖୋଜୁଥିଲେ କିନ୍ତୁ ସିସିଟିଭିରେ ଯାହା ଦେଖାଗଲା ସମସ୍ତଙ୍କ ହୋସ ଉଡ଼ିଗଲା। ଦେଖନ୍ତୁ ଭିଡିଓ

ବନ୍ଧୁମାନେ ଆଜି ଆମେ ଆପଣଙ୍କୁ କିଛି ଏପରି ଘଟଣା ବିଷୟର କହିବୁ ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ। ଏପରି କିଛି ଲୋକ ଟାଙ୍କୁରା ଘଟଣାକୁ ଆମେ ଆପଣଙ୍କୁ ଜଣାଇବୁ ଯାହା ଆପଣ କେବେ ଶୁଣିନଥିବେ ବା ଦେଖି ନଥିବେ।
ଡିସେମ୍ବର ୨୦୧୯ ରେ ଆମ ଓଡ଼ିଶାର କରଞ୍ଜିଆ ଜାଗାରେ ଗୋଟେ ପିଲା ହାତୀ ବିଲରେ ଚରୁଥିଲା।ହେଲେ ଏହି ସମୟରେ ଗୋଟେ ଲୋକ ନିଜକୁ ସାହାସୀ ଭାବି ହାତୀର ପଛପଟୁ ବାଡ଼ି ଧରି ଘଉ ଡ଼ାଉଥିଲା।

ହେଲେ ଏହି କଥା ହାତୀକୁ ପସନ୍ଦ ଆସିଲା ନାହିଁ।ତାପରେ ସେ ହାତୀ ସେ ଲୋକଟିର ପଛେ ପଛେ ଦୌଡ଼ି ବାକୁ ଲାଗିଲା। ହେଲେ ଲୋକଟିର ଭାଗ୍ୟ ସେତେବେଳେ ଭଲ ଥିଲା କି ଅଙ୍କା ବଙ୍କା ରାସ୍ତା ଲାଗି ଲୋକଟି ବଞ୍ଚିଗଲା। ନହେଲେ ଏହା ତା ଜୀବନର ଶେଷ ନିଷ୍ପତି ହୋଇଥାନ୍ତା।

ଡିସେମ୍ବର ୨୦୨୧ରେ ଥାଇଲାଣ୍ଡର ୟଶୋଥାନ ପଲିଶିରେ ଜଣେ ବୃଦ୍ଧ ଭିକ୍ଷୁ ତପସ୍ୟା କରୁଥିଲେ। ସେହି ସମୟରେ ଗୋଟେ ଗ୍ରୀନ ଟ୍ରୀ ପ୍ରଜାତିର ସାପ ଆସି ଦେଖା ଗଲା। ପ୍ରଥମେ ତ ବୃଦ୍ଧ ଭୀକ୍ଷୁ ନିଜ ଶିଷ୍ୟ ମାନଙ୍କ ଆଗରେ ପ୍ରକୃତି ଏବଂ ଜୀବ ଜନ୍ତୁଙ୍କୁ ପ୍ରେମ କରିବା କଥା କହିଲେ। ହେଲେ ସାପ ସେଠାରୁ ଗଲା ନାହିଁ ଓଲଟା ବୃଦ୍ଧ ଭୀକ୍ଷୁଙ୍କ ପାଖକୁ ଯିବାକୁ ଚେଷ୍ଟା କଲା। ସାପକୁ ଅତି ନିକଟରେ ଦେଖି ବୃଦ୍ଧଭୀକ୍ଷୁଙ୍କର ସମସ୍ତ ପ୍ରକୃତି ପ୍ରେମ ଗାୟବ ହୋଇଗଲା ଏବଂ ସେ ତୁରନ୍ତ ସେଠାରୁ ପାଖେଇ ଯିବାକୁ ଲାଗିଲେ।

ନେପାଳର କାଠମାଣ୍ଡୁରେ ଗୋଟେ ସିସିଟିଭି ଫୁଟେଜରୁ ଜଣା ପଡ଼ିଛି କି ରାତିରେ ଗୋଟେ କୁକୁର ଗେଟ୍ ବାହାରେ ଭୁକୁଥିଲା। ଏହି ସମୟରେ କୁକୁର ଏପରି କିଛି ଭୟାନକ ଜିନିଷ ଦେଖିଲା। ଯାହା ଫଳରେ ଦେ ଭୟରେ ଦୌଡ଼ି ପଳାଇ ଗଲା। ଅସଲରେ ବାହାରେ ଚିତା ବାଘ ଥିଲା ଓ ସେ କୁକୁରର ପିଛା କରି ପାଚେରୀ ଡେଇଁ ଚାଲି ଆସିଲା।

କୁକୁରର ଭାଗ୍ୟ ଖରାପ୍ ଥିଲା ଯାହା ଫଳରେ ସେ ଚିତା ବାଘ୍ ହାତରୁ ଖସି ଯାଇ ପାରିଲାନି ଓ ଚିତା ବାଘ ତାକୁ କାମୁଡି ଧରି ପାଚେରୀ ଡେଇଁ ଚାଲିଗଲା।ଏହାପରେ କୁକୁର ସାଙ୍ଗେ କଣ ହେଲା ତାହା ତ ଜାଣି ହେଲା ନାହିଁ।ହେଲେ ପରଦିନ ଯେବେ ଘର ମାଲିକ ସିସିଟିଭି ଫୁଟେଜ ଦେଖିଲେ ତାଙ୍କ ହୋସ ଉଡ଼ିଗଲା।

ନଭେମ୍ବର ୨୦୨୧ରେ ଫ୍ଲୋରିଡାର କିସିମେ ସହରରେ ଜଣେ ମହିଳା ଦେଖିଲେ କି ତାଙ୍କ କୁକୁର ପାଟିରେ ଏକ ଗୁଣ୍ଡୁଚି ମୂଷା କାମୁଡି ଧରିଛି।ଏହାଦେଖି ମହିଳା ଜଣକ ତୁରନ୍ତ ପହଞ୍ଚି କୁକୁରକୁ ତାକୁ ଛାଡ଼ିଦେବାକୁ କହିଲେ ।ହେଲେ ରାଗି କୁକୁର ଟି ଗୁଣ୍ଡୁଚିମୂଷାକୁ ନିଜ ମାଲିକ ଉପରେ ଫୋପାଡି ଦେଲା।ମୂଷା ଟି ମହିଳାଙ୍କ ଉପରେ ପଡ଼ିବା କାରଣରୁ ମହିଳା ଜଣକ ଡରିଗଲେ।ହେଲେ ଯାହା ହେଉ ଏକ ନିରୀହ ଜୀବନ ବଞ୍ଚିଗଲା।

ଜୁଲାଇ ୨୦୨୧ରେ ଥାଇଲାଣ୍ଡର ଚୋନବୁରି ପାଲେସରେ ରାସ୍ତାରେ ଲୋକେ ଦେଖିଲେ ଡ୍ରେନର ଢାଙ୍କୁଣିରେ ଏକ ବିଶାଳ ଅଜଗର ଫାଶୀ ଯାଇଛି।ଅଜଗର କୌଣସି ପଶୁକୁ ଖାଇବା ପରେ ଡ୍ରେନରେ ପଶିବାକୁ ଚେଷ୍ଟା କରିଥିଲା। ହେଲେ ମୁଣ୍ଡ ଛୋଟ ଓ ପେଟ ବଡ଼ ଯୋଗୁଁ ଢାଙ୍କୁଣିର କଣାରେ ଫଶୀ ରହିଗଲା। ଲୋକମାନେ ତୁରନ୍ତ ସାପ ଧରାଳିକୁ ଫୋନ୍ କଲେ। ଯାହା ଫଳରେ ସାପକୁ ସେଠାରୁ ଉଦ୍ଧାର କରାଯାଇ ପାରିଲା।

ଅକ୍ଟୋବର ୨୦୨୧ରେ ମେକ୍ସିକୋରେ ଘଟିଥିଲା ଏହି ଘଟଣା ଯେଉଁଠି ବାହାଘର ଚାଲୁଥିବା ବେଳେ ଏକ ଭାଲୁ ଚାଲି ଆସିଲା।ଏହାସହ ଗେଷ୍ଟଙ୍କ ସହ ଖାଦ୍ୟ ଖାଇବାକୁ ଲାଗିଲା।ଜାଣି ଆଶ୍ଚର୍ଯ୍ୟ ହେବେ କି କେହି ବି ଏହି ଭାଲୁକୁ ଦେଖି ଡରିଲେ ନାହିଁ କାରଣ ଯେଉଁଠି ବାହାଘର ହେଉଥିଲା ତା ପାଖରେ ଏକ ଜଙ୍ଗଲ ଥିଲା। ତେଣୁ ଭାଲୁ ଆସିବା ଏକ ସାଧାରଣ କଥା ଅଟେ।

ମେ ୨୦୨୦ରେ ଜାପାନର କ୍ୟୁଟୋ ସହରରେ ଏକ ଝିଅ ମନ ଖୁସିରେ ଆଇସକ୍ରିମ ଖାଉଥିଲା।ହେଲେ ସେ ଜାଣିନଥିଲା କି ସେହି ଆଇସକ୍ରିମ ଉପରେ ଆଉ କାହାର ନଜର ଥିଲା।ଯେବେ ସେହି ଝିଅଟି ଆଇସକ୍ରିମ ଥରେ ଖାଇଛି।ତୁରନ୍ତ ଏକ ପକ୍ଷୀ ଆସି ସେହି ଆଇସକ୍ରିମ ଝାମ୍ପୀ ନେଇ ପାଲେଇଗଲା।ଏତେ ଶୀଘ୍ର ସେସବୁ ହେଲା ଯେ ବିଚରା ଝିଅଟି ଡରିଗଲା।ଏହା ଥିଲା କିଛି ସିସିଟିଭି ଘଟଣା ମାନ ଯାହା ଇଣ୍ଟରନେଟ ଦୁନିଆରେ ଭାଇରାଲ୍ ହବାକୁ ଲାଗିଛି।

Leave a Reply

Your email address will not be published. Required fields are marked *