ଜେଲ ଭିତରେ ହାଇଡ୍ରାମା:- ଶର୍ମିଷ୍ଠା ଓ ନିରଞ୍ଜନ ଜେଲ ଭିତରେ ହେଲେ ମୁଁହା ମୁଁହି, ଦୁହେଁ ଦୁହିଁଙ୍କ ଉପରେ ଲଦୁଛନ୍ତି ଦୋଷ…

ଦୀର୍ଘ ଦୁଇ ମାସର ତଦନ୍ତ ପରେ କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁଙ୍କ ରହସ୍ୟମୟ ମୃ-ତ୍ୟୁ ଉପରୁ ପରଦା ଉଠି ପାରିଛି। ମାନସ ସ୍ବାଇଁଙ୍କ ରହସ୍ୟମୟ ମୃ-ତ୍ୟୁ ଉପରୁ କ୍ରାଇମବ୍ରାଞ୍ଚ ପରଦା ଉଠେଇବାରେ ସଫଳ ହୋଇପାରିଛି। ମାନସଙ୍କ ହ-ତ୍ୟା ପଛରେ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ଙ୍କ ହାତ ରହିଛି। ତେବେ ତଦନ୍ତକାରୀ ଟିମ କହିବାନୁଯାୟୀ ନିରଞ୍ଜନ ସମସ୍ତ ସତ ମାନିଛନ୍ତି। ଶର୍ମିଷ୍ଠାଙ୍କୁ ସେ ୧୦ ହଜାର ଟଙ୍କା ଦେବା ସହ ଭଡ଼ାରେ କାର୍ କରାଇ ଦେଇଥିବା ମଧ୍ୟ ମାନିଛନ୍ତି।

ନିରଞ୍ଜନ ସ୍ୱାଇଁ ଦେଇଥିବା ବୟାନ ଅନୁସାରେ, ମାନସ ସ୍ବାଇଁଙ୍କ ହ-ତ୍ୟା ସମୟରେ ସେ ନିଜେ, ଶର୍ମିଷ୍ଠା, ଝୁନା ଭୋଇ ଓ ତାଙ୍କ ସ୍ୱାମୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ତେବେ ନିରଞ୍ଜନ ତାଙ୍କୁ ହ-ତ୍ୟା କରିଛନ୍ତି କି ନାହିଁ ସେ ବିଷୟରେ କହି ନଥିଲେ ମଧ୍ୟ ହ-ତ୍ୟା ସମୟରେ ନିରଞ୍ଜନ ସେଠାରେ ରହିଥିବା ମାନିଛନ୍ତି। ନିରଞ୍ଜନ ଙ୍କ କହିବାନୁଯାୟୀ, ସେ ଶର୍ମିଷ୍ଠା ଙ୍କୁ ଫେରାର କରିବାରେ ସହଯୋଗ କରିଥିଲେ। ବର୍ତ୍ତମାନ କୋର୍ଟରେ କେସ ଚାଲିଛି। ତେବେ ଏତିକି ବେଳେ ନିରଞ୍ଜନ ଏବଂ ଶର୍ମିଷ୍ଠା ମୁଁହା ମୁହିଁ ହୋଇଛନ୍ତି।

ତେବେ ଆପଣମାନେ ଜାଣିଛନ୍ତି ନିରଞ୍ଜନ ଏବଂ ଶର୍ମିଷ୍ଠା ଚୌଦ୍ଵାର ଜେଲରେ ରହିଛନ୍ତି। ତେବେ କୋର୍ଟରେ ହାଜର ପୂର୍ବରୁ ହିଁ ଦୁହେଁ ମୁଁହା ମୁଁହି ହୋଇଥିଲେ ସତ୍ତ୍ୱେ ନିରଞ୍ଜନ ପାଟି ଖୋଲି ନଥିଲେ। କିନ୍ତୁ ଯାହା ସୂଚନା ମିଳିଛି ନିରଞ୍ଜନ ଏବଂ ଶର୍ମିଷ୍ଠାଙ୍କ ମଧ୍ୟରେ ଜେଲ ଭିତରେ ଘମାଘମ ପାଟି ତୁଣ୍ଡ ହୋଇଛି। ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ନିରଞ୍ଜନ ଏବଂ ଶର୍ମିଷ୍ଠା ମିଶିକରି ଅନେକ ବେଆଇନ କାରବାରରେ ଲିପ୍ତ ରହିଥିଲେ। ତେବେ ସେମାନଙ୍କ କଳାକାରନାମା ବିଷୟରେ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ଜାଣିଥିଲେ। ସେ ମଧ୍ୟ ଦୁହିଁଙ୍କ କାରନାମାର ସମସ୍ତ ପ୍ରମାଣ ରଖିଥିଲେ। କିନ୍ତୁ ତାଙ୍କ ପରଦା ଫାର୍ସ ନ ହେଇ ଯାଉ ବୋଲି ଦୁହେଁ ମିଶିକରି ମାନସଙ୍କୁ ହ-ତ୍ୟା କରିଥିଲେ। ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ କୋଳାହଳ ଦେଖିବାକୁ ମିଳିଛି।

ନିରଞ୍ଜନ କହିଛନ୍ତି, ‘ହଁ ତୋ ପ୍ରେମ ମୋ ପାଇଁ ବରବାଦୀ ଆଣିଦେଇଛି। ମୁଁ ଜାଣିନଥିଲି ତୁ ଏମିତି ନାରୀ ବୋଲି।ତୋ ପ୍ରେମରେ ବାୟା ହୋଇ ମୁଁ ମୋର ସର୍ବସ୍ୱ ହରାଇଛି ଆଉ ତୁ କହୁଛୁ ମୁଁ ତତେ ବଦନାମ କରୁଛି।’ କେବଳ ସେତିକି ନୁହେଁ ଦୁହିଁଙ୍କ ପ୍ରେମ ସମ୍ପର୍କ ରେ ବର୍ତ୍ତମାନ ଫାଟ ପଡି ଯାଇଛି। ଦୁହେଁ ଦୁହିଁଙ୍କୁ ଏବେ ଦେଖିବାକୁ ବି ଚାହୁଁନାହାନ୍ତି। ନିରଞ୍ଜନ ଶର୍ମିଷ୍ଠାକୁ ଏବେ ପଚାରୁ ନାହାଁନ୍ତି। କେବଳ ସେତିକି ନୁହେଁ ନିରଞ୍ଜନ ଯେତେବେଳେ ଶର୍ମିଷ୍ଠାଙ୍କ ଜାମିନ ଆବେଦନ ବିଷୟରେ ଜାଣିବାକୁ ପାଇଲେ ସେତେବେଳେ ରାଗି ଯାଇଥିଲେ। ରାଗରେ କହିଥିଲେ କି ତତେ ଜାମିନ ମିଳିବ ନାହିଁ।

Leave a Reply

Your email address will not be published. Required fields are marked *