ଯେଉଁ ହାତରେ ରାକ୍ଷୀ ବାନ୍ଧିଥିଲେ ସେଇ ହାତରେ ଭଉଣୀ ପିନ୍ଧାଇଲା ହାତକଡ଼ି , ଭାଇର କାରନାମା ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ :- ଦେଖନ୍ତୁ ଭିଡିଓ

ଜଣେ ଭାଇ ନିଜ ଭଉଣୀକୁ ସବୁବେଳେ ରକ୍ଷା କରିବାକୁ ପ୍ରତିଶୃତି ଦେଇ ଭଉଣୀକୁ ଆଶୀର୍ବାଦ କରିଥାଏ ଏବଂ ଭଉଣୀ ଭାଇ ହାତରେ ନିଜ ମାନ ମହତ ରଖିବାକୁ କହି ରାକ୍ଷୀ ବାନ୍ଧିଥାଏ । କିନ୍ତୁ ସେଇ ଭାଇ ଯଦି ଭଉଣୀର ସର୍ବନାଶ କରିବାକୁ ବସେ ତେବେ ଜଣେ ଭଉଣୀ ନିଜ ଭାଇ ଉପରେ ଆଉ ବିଶ୍ୱାସ କରିବ କି ? ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହିପରି ଏକ ମାମଲା ସମ୍ବନ୍ଧରେ କହିବୁ ଯେଉଁଠି ଜଣେ ଭାଇ ନିଜ ଭଉଣୀ ଘରୁ ସ୍କୁଟି , ୫୦ ହଜାର ଟଙ୍କା ଏବଂ ଗହଣା ଲୁଟି ନେଇଛି । ଆଉ ଏହା କରିବା ପଛରେ କାରଣ ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ । ତେବେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ମାମଲା ଅନୁଯାୟୀ ରଞ୍ଜିତ ବିଶ୍ୱାଳ ନାମକ ଜଣେ ଯୁବକ ନିଜ ପ୍ରେମିକାକୁ ଖୁସି କରିବା ପାଇଁ ନିଜ ଭଉଣୀ ଘରୁ ହିଁ ସ୍କୁଟି , ୩୦ ହଜାର ଟଙ୍କା ଏବଂ ଗହଣା ଚୋରି କରି ଚମ୍ପଟ ମାରିଛି । ଯାହାକୁ ନେଇ ଭଉଣୀ ଥାନାରେ ଅଭିଯୋଗ କରିଛି । ତେବେ ଅଭିଯୋଗ ଆଧାରରେ ପୋଲିସ ରଞ୍ଜିତ ବିଶ୍ୱାଳଙ୍କୁ ଗିରଫ କରିଛି ।

ଏହି ଘଟଣା ଜଗତସିଂହପୁର ଜିଲ୍ଲା ତୀର୍ତ୍ତଲ ଅଞ୍ଚଳର ଅଟେ । ବାସ୍ତବ ମାମଲା ଏହା ଯେ ଅଭିଯୁକ୍ତ ରଞ୍ଜିତ ବିଶ୍ୱାଳ ନିଜ ଭଉଣୀ ଘରେ ରହି କାମ ଧନ୍ଦା କରେ । ତେବେ ଘରେ ଭଉଣୀ ଏବଂ ଅନ୍ୟାନ୍ୟ ଲୋକଙ୍କ ଅନୁପସ୍ଥିତିରେ ରଞ୍ଜିତ ଭଉଣୀ ଘରେ କଳାକନା ବୁଲାଇ ଦେଇଛନ୍ତି । ଘରୁ ଏକ ସ୍କୁଟି , ୩୦ ହଜାର ଟଙ୍କା ସମେତ ଗହଣା ନେଇ ଘରୁ ଚମ୍ପଟ ମାରିଛନ୍ତି । ତେବେ ଏସବୁ ସମ୍ବନ୍ଧରେ ରଞ୍ଜିତଙ୍କ ଭଉଣୀ ଜାଣିବା ପରେ ନିଜ ଭାଇ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଆଧାରରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ରଞ୍ଜିତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶେଷରେ ରଞ୍ଜିତଙ୍କୁ ଗିରଫ କରିଛି ଏବଂ ତାଙ୍କ ପାଖରୁ ସ୍କୁଟି , ଟଙ୍କା ଏବଂ ଗହଣା ଜବତ କରାଯାଇଛି । ପୁଣି କମିଶନରେଟ ପୋଲିସର ସୂଚନା ଅନୁଯାୟୀ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ରଞ୍ଜିତଙ୍କ ନାମରେ ଏପରି ଅନେକ ମାମଲା ରହି ଆସିଛି ।

ତେବେ ସବୁଠାରୁ ଲଜ୍ଜା ଜନକ କଥା ଏହା ଯେ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ପରେ ନିଜ ଦୋଷ ସ୍ୱୀକାର କରିନାହିଁ ବରଂ ଫିଲ୍ମ ଷ୍ଟାଇଲ ରେ ‘ ପୁଷ୍ପା ନୟଙ୍ଗା ନେହିଁ ‘ କହିବାରେ ଲାଗିଛି । ତେବେ ଯାହାବି ହେଉ ବର୍ତ୍ତମାନ ପୋଲିସ ସୂଚନା ମୁତାବିକ ଆଗାମୀ ସମୟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *