ଏଭଳି ଏକ ଘଟଣାକୁ ବର୍ତ୍ତମାନ ସମୟରେ ଚାରିଆଡେ ଚର୍ଚ୍ଚା ଲାଗିରହିଛି, ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ମୁଣ୍ଡ ବି ଲଜ୍ଜାରେ ତଳକୁ ହୋଇଯିବ । ତେବେ ଅନ୍ୟପକ୍ଷରେ କହିବାକୁ ଗଲେ ଏଭଳି ଘଟଣା ବର୍ତ୍ତମାନର ଦୁନିଆଁରେ ଘଟିବା ସାଧାରଣ କଥା ହୋଇଗଲାଣି । ପ୍ରତିଦିନ ନିଶ୍ଚିତ ଭାବରେ ଏଭଳି ଖବର ସାମ୍ନାକୁ ଆସୁଅଛି । ଆଉ ଆମେ ସେ ବିଷୟରେ ଶୁଣିବାକୁ ପାଉଛୁ । ତେବେ ବର୍ତ୍ତମାନ ସମୟରେ ଆଉ ଏକ ଖବର ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ତେବେ ଘଟଣାଟି ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳର ଅଟେ । ଏହି ଅଞ୍ଚଳର ଜଣେ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଛନ୍ତି , ଯାହା ବିଷୟରେ ଶୁଣିବା ପରେ ଆପଣ ଲଜ୍ଜିତ ଅନୁଭବ କରିବେ । ତେବେ ସୂଚନା ମୁତାବିକ , ଜଣେ ବିବାହିତ ପୁରୁଷ ଜଣେ ବିବାହିତା ମହିଳା ସହିତ ଚୋରା ପୀରତି କରୁଥିବା ସମୟରେ ଧରା ପଡି ଯାଇଛନ୍ତି । ଆଉ ତାଙ୍କୁ ସେହି ଗ୍ରାମର ଲୋକମାନେ ଧରି ପକାଇଛନ୍ତି । ଆଉ ତାପରେ ସେମାନଙ୍କୁ ଧରି ଗୋଟିଏ ସ୍ଥାନରେ ବାନ୍ଧି ପକାଇଛନ୍ତି ।
ସୂଚନା ଅନୁଯାୟୀ, ଗଗନ ମଲ୍ଲିକ ନାମକ ଜଣେ ବ୍ୟକ୍ତି ସେହି ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ୪ ବର୍ଷ ଧରି ଭଲ ପାଉଥିଲେ । ଆଉ ସେମାନେ ଶାରୀ-ରିକ ସ-ମ୍ପ-ର୍କ ମଧ୍ୟ ରଖୁଥିଲେ । ତେବେ ଏହି କଥା ବିବାହିତ ପୁରୁଷଙ୍କ ଘର ଲୋକେ ମଧ୍ୟ ଜାଣିଥିଲେ । ଆଉ ତାଙ୍କୁ ବାରଣ କରିବାରୁ ସେ ତାଙ୍କ ପରିବାର ଲୋକଙ୍କୁ ମାର-ପିଟ କରୁଥିଲେ ଆଉ ତାଙ୍କୁ ପାଖରୁ ଦୂରେଇ ଦେଇଥିଲେ । ତେବେ ଦିନେ ରାତିରେ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା ଆଉ ତାପରେ ସେମାନେ ଗଗନଙ୍କ ପଛେ ପଛେ ଯାଇଥିଲେ ।
ଏହାପରେ ସେମାନେ ଦେଖିବାକୁ ପାଇଥିଲେ କି ସେ ସେହି ବିଧବା ମହିଳାଙ୍କ ସହ ଖରାପ ଅବସ୍ଥାରେ ଅଛନ୍ତି । ତେବେ ଏହାପରେ ସେମାନେ ଗାଁ ଲୋକମାନଙ୍କୁ ପାଟି କରି ଡାକିଥିଲେ ଆଉ ଗାଁ ଲୋକ ଆସି ସେମାନଙ୍କୁ ବାନ୍ଧି ପକାଇଥିଲେ । କିନ୍ତୁ ଏହାପରେ ତାଙ୍କୁ ପଚାରିବାରୁ ମହିଳା ଜଣକ କହିଥିଲେ କି , ଗଗନ ତାଙ୍କ ସମ୍ପର୍କୀୟ ତେଣୁ ମଝିରେ ମଝିରେ ସେ ତାଙ୍କୁ ସାହାଯ୍ୟ କରିବାପାଇଁ ଆସିଥାନ୍ତି । ଏହାବ୍ୟତୀତ ସେମାନଙ୍କ ଭିତରେ ଆଉ କିଛି ନାହିଁ । ତେବେ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି , ଗ୍ରାମବାସୀ ସେମାନଙ୍କୁ ଧରି ମା-ଡ଼ ମାରି-ବା କେତେ ପର୍ଯ୍ୟନ୍ତ ଯୁକ୍ତିଯୁକ୍ତ । ଯଦି ସେମାନେ ଗଗନ ଏବଂ ମହିଳାଙ୍କୁ ଧରିଥିଲେ ତେବେ ପୋଲିସକୁ ବି ଡାକି ପାରିଥାନ୍ତେ ।