ବାହାଘରର ଗୋଟିଏ ଦିନ ପରେ ପୁଅକୁ ଶ୍ୱଶୁର ଘର ଲୋକଙ୍କ ଆକ୍ର-ମଣ , “ପୋଲିସ ବାବୁଙ୍କ ପାଇଁ ମୋ ପୁଅର ଜୀବନ ବଞ୍ଚିଗଲା :- ଦେଖନ୍ତୁ ଭିଡିଓ

ଆଜିକା ସମୟରେ ଆପଣ ମାନେ ଦେଖୁଥିବେ ଯେ କିପରି ଲୋକେ ସମ୍ପର୍କର ମୂଲ୍ୟ ବୁଝୁ ନାହାଁନ୍ତି । ସ୍ୱାମୀ କେତେବେଳେ ସ୍ତ୍ରୀ ର ହ-ତ୍ୟା କରୁଛି ତ ସ୍ତ୍ରୀ କେତେବେଳେ ସ୍ୱାମୀ । ଏପରି ଘଟଣା ପ୍ରାୟ ପ୍ରତ୍ୟେକ ଦିନ ଶୁଣିବାକୁ ମିଳିଥାଏ । ତେଣୁ ଆଜିକା ସମୟରେ ନିଜର କେହି ଅଛି ବୋଲି କହିବା ଭୁଲ ଅଟେ । ଆଜିକାର ଲେଖାରେ ଆମେ ଏପରି ଏକ ଘଟଣା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଘଟଣା ସମ୍ବନ୍ଧରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ଘଟଣାର ଭୁବନେଶ୍ୱରର ଅଟେ । ସୂଚନା ଅନୁଯାୟୀ ଏକ ବ୍ରାହ୍ମଣ ପରିବାରରେ ଜଣେ ଯୁବକଙ୍କ ବିବାହ ଗତ କିଛି ଦିନ ତଳେ ପୁରୀର ଜଣେ ଯୁବତୀଙ୍କ ହୋଇଥିଲା । ବିବାହ ପରେ ଘରର ମାହୋଲ ବେଶ ଭଲ ଥିଲା । ମାତ୍ର ବୋହୂ ବିବାହର ଗୋଟିଏ ଦିନ ପରେ ମନ୍ଦିର ଦର୍ଶନ କରିବା କଥା କହିବାରୁ ପୁଅ ବୋହୂକୁ ମନ୍ଦିର ଯିବାକୁ ଘରେ ଅନୁମତି ଦେଲେ । ମାତ୍ର ଘରକୁ ଆସିବାକୁ ବିଳମ୍ବ ହେବାରୁ ଘର ଲୋକେ ଯୁବକଙ୍କୁ କଲ କରିଥିଲେ । କିନ୍ତୁ ଯାହା ଶୁଣିଲେ କେହିବି ବିଶ୍ୱାସ କରି ପାରିଲେ ନାହିଁ ।

ପରିବାର ଲୋକେ ଲିଙ୍ଗରାଜ ମନ୍ଦିର ଯାଇ ଶୁଣିଲେ ଯେ ତାଙ୍କ ପୁଅ ଲିଙ୍ଗରାଜ ଥାନାରେ ଅଛନ୍ତି । ଆଉ ମନ୍ଦିରର ପୂଜାରୀ ଏବଂ ମିଡ଼ିଆଙ୍କ ଅନୁଯାୟୀ ବୋହୂର ପରିବାର ଲୋକେ ଯୁବକଙ୍କୁ ନିର୍ଧୂମ ମାଡ଼ ମାରିଥିବା କୁହାଯାଇଛି । ଏନେଇ ଯୁବକଙ୍କ ବାପା ଗଣମାଧ୍ୟମରେ ନିଜର ମତ ରଖିଛନ୍ତି ଯେ ବୋହୂର ପୁରା ପରିବାର ଅର୍ଥାତ ବାପା , ମା , ଭଉଣୀ , ଭିଣୋଇ ଏବଂ କକା ମଧ୍ୟ ଯୁବକଙ୍କୁ ମାରି ଦେବାକୁ ଷଡ଼ଯନ୍ତ୍ର କରି ଡାକିଥିଲେ ।

ଏପଟେ ଯୁବତୀଙ୍କ ମା ମିଛରେ ଯୁବକଙ୍କ ବାପାଙ୍କ ପାଖକୁ କଲ କରି ଝିଅ ଜ୍ବାଇଁ କଲ ଉଠାଉ ନଥିବା ମିଛ ଡ୍ରାମା କରିଥିଲେ । ଆଉ ମାମଲା ସମ୍ବନ୍ଧରେ ପୋଲିସ ଜାଣିବା ପରେ ବର୍ତ୍ତମାନ ବୋହୂର ପରିବାର ଲୋକେ ସମାଧାନ କରିବାକୁ କହିଛନ୍ତି । ମାତ୍ର ଯୁବକଙ୍କ ବାପା ରୋକଠୋକ ମନା କରିଛନ୍ତି । ସେ କହିଛନ୍ତି ଯେ ଘରେ ସାପକୁ କ୍ଷୀର ପିଆଇ ରଖିଲେ ସେ ଦିନେ ନା ଦିନେ ଘର ଲୋକଙ୍କୁ ଦଂଶନ କରିବ । ତେଣୁ ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କ ପୁରା ପରିବାର ଉପରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛନ୍ତି ।

ଯୁବକଙ୍କ ବାପା କହିଛନ୍ତି ଯେ କେବଳ ପୋଲିସ ବାବୁଙ୍କ ପାଇଁ ତାଙ୍କ ପୁଅର ଜୀବନ ବଞ୍ଚି ଯାଇଥିବାରୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପୁଣି ଗଣମାଧ୍ୟମରେ ଦାବି କରିଛନ୍ତି ଯେ ଏପରି ଅଭିଯୁକ୍ତକାରୀଙ୍କୁ କଠିନରୁ କଠିନ ଶାସ୍ତି ଦିଆଯାଉ ।

Leave a Reply

Your email address will not be published. Required fields are marked *