ବର ଗାଡ଼ିକୁ ମଝି ରାସ୍ତାରେ ଓଗାଳିଲା ପୁରୁଣା ପ୍ରେମିକ , ଧରା ପଡ଼ିଲା ପ୍ରେମିକାର କା-ରନା-ମା :-

ଲୋଭ , ଲୁଟ ଏବଂ ଧୋକା , ତାପରେ ଅନ୍ୟ ଜଣେ ଯୁବକଙ୍କୁ ବିବାହ କଲେ ଯୁବତୀ । ଘଟ-ଣାକୁ ନେଇ ଏବେ ଭଦ୍ରକ ଜିଲ୍ଲା ସାବରଙ୍ଗ ବରାଙ୍ଗ ଗାଁ ରେ ଚର୍ଚ୍ଚା ହେଉଛି । ବିବାହ ଚାଲିଥିବା ବେଳେ ପ୍ରେମିକ ଆସି ପହଞ୍ଚି ଯାଇଛନ୍ତି ଯୁବତୀଙ୍କ ଘର ନିକଟରେ । ଆଉ ବର କନିଆଙ୍କ ଗାଡ଼ିକୁ ଅଟକ ରଖି ନିଜ ଜିଦରେ ଅଡ଼ି ବସିଛନ୍ତି । ବର୍ତ୍ତମାନ ସମୟରେ ପ୍ରେମରେ ଲୁ-ଟ ଏବଂ ପ୍ରତା-ରଣା ଏକ ସାମାନ୍ୟ କଥା ହୋଇ ଗଲାଣି ଯାହା ବାସ୍ତବରେ ଅନେକଙ୍କ ଜୀବନ ବ-ର୍ବା-ଦ କରୁଛି । ତେବେ ଆଜିକାର ଏହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ବରାଙ୍ଗ ଜିଲ୍ଲାର ନିଶାକର ବାରିକଙ୍କ ପୁଅ ଦୀନବନ୍ଧୁ ବାରିକ ବାସୁଦେବପୁର ଲୁଙ୍ଗା ପଞ୍ଚାୟତର ସୁଶାନ୍ତ ବାରିକଙ୍କ ଝିଅ ପୁଷ୍ପଲତା ବାରିକଙ୍କୁ ଦୀର୍ଘ ୮ ବର୍ଷ ହେବ ଭଲ ପାଉଥିଲେ । ଏପରିକି ଦୀନବନ୍ଧୁ ଝିଅର ପରିବାର ଲୋକଙ୍କ ସହିତ କଥା ମଧ୍ୟ ହେଉଥିଲେ । ଦୀନବନ୍ଧୁଙ୍କ ଅନୁଯାୟୀ ଉଭୟଙ୍କ ବିବାହ କରାଇ ଦେବାକୁ ଝିଅର ବାପା ପ୍ରତିଶୃତି ବି ଦେଲେ । ଏହା ବ୍ୟତୀତ ସମୟ ସମୟରେ ଟଙ୍କା ମଧ୍ୟ ମାଗୁଥିଲେ । ଯେହେତୁ ଦୀନବନ୍ଧୁଙ୍କୁ ସେମାନେ ନିଜର ଭାବୁଥିଲେ ତେଣୁ ଦୀନବନ୍ଧୁ ତାଙ୍କୁ ତାଙ୍କ ମଧ୍ୟ ଦେଇ ଦେଉଥିଲେ ।

ସବୁକିଛି ଠିକଠାକ ଥିଲା । ଦୀନବନ୍ଧୁ ଝିଅର ପରିବାର ଲୋକଙ୍କ ସହିତ କଥା ମଧ୍ୟ ହେଉଥିଲେ । ଗତ ଆଠ ଦିନ ତଳେ ଝିଅ ଯୁବକଙ୍କୁ କଲ କରି ପୁଣିଥରେ କଥା ହେବା ଏବଂ କଲକାତା ଯିବା କଥା କହିଥିଲେ । କିନ୍ତୁ ସେ ପର୍ଯ୍ୟନ୍ତ ବିବାହ ଠିକ ହେବା କଥା ଜଣାଇ ନଥିଲେ । ଦୀନବନ୍ଧୁ ନିଜର ଜଣେ ସାଙ୍ଗ ଠାରୁ ଜାଣିବାକୁ ପାଇଲେ ଯେ ତାଙ୍କ ପ୍ରେମିକାଙ୍କ ବିବାହ ଅନ୍ୟତ୍ର ଠିକ ହୋଇଛି ଏବଂ ବିରହାର ଥାନା ଦୈଲତପୁର ଅଞ୍ଚଳରେ ଝିଅର ବିବାହ ହେଉଛି । ଏହାପରେ ଦୀନବନ୍ଧୁ ଝିଅ ଘର ପରିବାର ସହ ଯୋଗାଯୋଗ କଲେ । କିନ୍ତୁ କେହି ତାଙ୍କ ଫୋନ ଉଠାଇ ନଥିଲେ ।

ଏନେଇ ଦୀନବନ୍ଧୁ ସାଇବର ଥା-ନାରେ ଅଭି-ଯୋଗ କରିଥିଲେ । ଏବଂ ଗତ କାଲି ବିବାହ ସାରି ଫେରୁଥିବା ବର ଗାଡିକୁ ଇଚ୍ଛାପୁର ଠାରେ ଅଟକାଇ ଥିଲେ । ଗାଡ଼ି ଅଟକାଇବା ପରେ ପୋ-ଲି-ସ ମଧ୍ୟ ସେଠାରେ ପହଞ୍ଚି ଥିଲା । ଉଭୟ ପରିବାରକୁ ଏବଂ ଦୀନବନ୍ଧୁଙ୍କୁ ଥା-ନାକୁ ନେଇଥିଲା । ସେଠାରେ କିଛି ସମୟ ପରେ ବର କନିଆକୁ ପୋ-ଲି-ସ ଛାଡ଼ି ଦେଇଥିଲା ମାତ୍ର ଯୁବତୀଙ୍କ ବାପା ଏବଂ ଦୀନବନ୍ଧୁଙ୍କୁ ପୋ-ଲି-ସ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।

Leave a Reply

Your email address will not be published. Required fields are marked *