ପୁଅ ଯେମିତି ବାପା ମାଙ୍କୁ କନ୍ଦାଇ ଥିଲା, ସେମିତି ନିଜେ କାନ୍ଦିଲା , କର୍ମ ଦେଲା ଦଣ୍ଡ…

ପ୍ରେମରେ ଅନ୍ଧ ହୋଇ ଆଜିକାର ଯୁବସମାଜ କିଛି ବି ମାନୁ ନାହାଁନ୍ତି । ବାସ୍ ଯାହା ମନ ହେଉଛି ତାହା କରି ପକାଉଛନ୍ତି । ବାପା ମାଆ କି ଆଉ କାହା କଥା ସେମାନେ ଭାବୁ ନାହାଁନ୍ତି । ଯେଉଁମାନେ ସେମାନଙ୍କୁ ଛୋଟରୁ ବଡ଼ କରୁଛନ୍ତି , ସେମାନଙ୍କୁ ସେମାନେ ଭୁଲି ଯାଉଛନ୍ତି । ଆଉ ନିଜ ମନ ଇଚ୍ଛା କାମ କରିବାରେ ଲାଗି ପଡିଛନ୍ତି । ତେବେ ଏଭଳି କାମ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ ଏଭଳି ଅନେକ ପୁଅ ଆଉ ଝିଅ ନିଜ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ନିଜ ମନ ମୁତାବିକ କାମ କରୁଛନ୍ତି ।

ତେବେ ଆପଣ ମାନେ ସମସ୍ତେ ବହୁ ଚର୍ଚ୍ଚିତ ବୋହୁ ଫେରାର ମାମଲା ବିଷୟରେ ଜାଣିଥିବେ । କିପରି ଜଣେ ବୋହୁ ନିଜ ସ୍ୱାମୀ ଆଗରେ ଆଉ ଜଣେ ପୁଅ ସହିତ ଫେରାର ହୋଇଗଲେ ଆଉ ସ୍ୱାମୀଙ୍କୁ ଚକମା ଦେଇ ଦେଲେ । ତେବେ ସେ କୁଆଡ଼େ ଗଲେ ଆଉ କେଉଁଠି ଅଛନ୍ତି ସେ କଥା କିଏ ବା ଜାଣିଛନ୍ତି । ଏପଟେ ସ୍ୱାମୀ କାନ୍ଦି କାନ୍ଦି ହାଲିଆ ହୋଇ ପଡୁଛନ୍ତି । ପ୍ରଥମେ ଘରୁ ଫେରାର ହୋଇ ବାପା ମାଆଙ୍କୁ ଚକମା ଦେଲେ ଝିଅ ଆଉ ଏବେ ସ୍ୱାମୀଙ୍କୁ ।

ଆଉ ତାପରେ ଯାଇ ମନ୍ଦିରରେ ବିବାହ କରିଥିଲେ । ଏହାପରେ ଝିଅକୁ ପୁଅ ଘର ଲୋକ ଖୁସି ଖୁସିରେ ଗ୍ରହଣ କରି ନେଇଥିଲେ । ଆଉ ଝିଅର ଜିଦ୍ ପରେ ସ୍ବାମୀ ତାଙ୍କୁ ମହାବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ମଧ୍ୟ ପଠାଇଥିଲେ । ତେବେ କାଲି ଝିଅର ପରୀକ୍ଷା ଥିବା କାରଣରୁ ସ୍ୱାମୀଙ୍କ ସହ ସେ ଯାଇଥିଲେ । କିନ୍ତୁ ପରୀକ୍ଷା ପରେ ଆଉ ସ୍ୱାମୀଙ୍କ ଗାଡ଼ିରେ ନ ବସି ପାଖରେ ଛିଡା ହୋଇଥିବା ଆଉ ଗୋଟିଏ କାରରେ ବସି ଛୁ ହୋଇ ଯାଇଥିଲେ ।

ଏହାପରେ ସ୍ୱାମୀ ସ୍ତ୍ରୀଙ୍କ ପାଇଁ କାନ୍ଦି କାନ୍ଦି ନୟାନ୍ତ ହୋଇ ଯାଇଥିଲେ । ଆଉ ପରିବାର ଲୋକେ ଏହାକୁ ଦେଖି ସହି ପାରିନଥିଲେ । ତେବେ ଏହା ମଧ୍ୟରେ କଥା ଉଠୁଛି କି , ପୁଅକୁ ବର୍ତ୍ତମାନ ନିଜର କର୍ମ ଫଳ ମିଳୁଛି । ସେ ଯେମିତି ଝିଅର ବାପା ମାଆଙ୍କ ଆଖିରେ ଲୁହ ଦେଇ ଝିଅକୁ ଉଠାଇ ଆଣିଥିଲେ । ଆଜି ସେଥିପାଇଁ ତାଙ୍କୁ ତାଙ୍କ ସ୍ତ୍ରୀ ଧୋକା ଦେଇ ଆଉ କାହା ସହିତ ପଳାଇଛନ୍ତି । ଆଉ ଏପଟେ ତାଙ୍କ ଆଖିରୁ ଲୁହ ଝରୁଛି । ତେବେ ଆପଣଙ୍କୁ ଛୋଟିଆ ଅନୁରୋଧ କି , କୌଣସି ପଦକ୍ଷେପ ନେବା ପୂର୍ବରୁ ଥରେ ବାପା ମାଆଙ୍କ କଥା ଚିନ୍ତା କରନ୍ତୁ ।

Leave a Reply

Your email address will not be published. Required fields are marked *