ଲକ୍ଷ ଥିଲା ହିରୋଇନ ହେବାକୁ ମୋଟା ପାଇଁ ଲକ୍ଷ ପୁରଣ ହେଲାଣି। ମୁଁ ହିରୋଇନ ହେଇଥିଲେ ସମସ୍ତେ ଫେଲ ମାରିଥାନ୍ତେ

ଦିନେ ସେ ବି ଭାବୁଥିଲେ ସେ ଓଡ଼ିଶାର ଏକ ପ୍ରସିଦ୍ଧ ହିରୋଇନ ହେବା ପାଇଁ। ସେଥିପାଇଁ ସେ ଅନେକ ସ୍ୱପ୍ନ ମଧ୍ୟ ଦେଖିଥିଲେ। ହେଲେ ସବୁ ସ୍ୱପ୍ନ ଚୁନା ହୋଇଯାଇଥିଲା ଯେତେବେଳେ ଶରୀର ଅହେତୁକ ଭାବେ ମୋଟା ହେବାକୁ ଲାଗିଲା। ତେବେ ସେ ଏବେ ମଧ୍ୟ କୁହନ୍ତି କି ସେ ଯଦି ହିରୋଇନ ହୋଇଥାନ୍ତେ ତେବେ ସେ ସବୁ ହିରୋଇନ ମାନଙ୍କୁ ପଛରେ ପକାଇ ଦେଇଥାନ୍ତେ।

ମାତ୍ର ଭଗବାନ ବୋଧେ ଚାହିଁଲେ ନାହିଁ ସେ ହିରୋଇନ ହୁଅନ୍ତୁ ବୋଲି ତେଣୁ ତାଙ୍କ ମୋଟା ଶରୀର ପାଇଁ ସେ ଫିଲ୍ମରେ ଅଫର ପାଇଲେ ନାହିଁ। ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଧାରା ବାହିକରେ ଅନେକ ନାମ ଅର୍ଜନ କରିଥିବା ଅଭିନେତ୍ରୀ ସୋନାକ୍ଷୀଙ୍କ କଥା। ସୋନାକ୍ଷୀ ଖୁବ ହଶାନ୍ତି ଓ ନିଜେ ମଧ୍ୟ ହସନ୍ତି। ତେବେ ସେ କୁହନ୍ତି କି ସେ ଯେତିକି ମଧ୍ୟ ମିୟୁଜିକ ଭିଡିଓ କରିଛନ୍ତି ସେ ସବୁଥିରେ ହିରୋଇନ ହେଇଛନ୍ତି ହେଲେ ସିରିଏଲ କିମ୍ବା ଫିଲ୍ମରେ ହିରୋଇନ ହୋଇ ନାହାଁନ୍ତି ତାହା ପଛର ପ୍ରକୃତ କାରଣ ହେଉଛି ଶିରିଏଲରେ ପତଲା ପତଲା ଝିଅ ମାନେ ହିରୋଇନ ହୁଅନ୍ତି ହେଲେ ସେ ଟିକେ ଅଧିକ ମୋଟା ହୋଇ ଯାଇଛନ୍ତି।

ତେବେ ସୋନାକ୍ଷୀ କୁହନ୍ତି କି ଯଦି ସେ ହିରୋଇନ ହୋଇଥାନ୍ତେ ତେବେ ସେ କ୍ୟାମେରାରେ ମା ପରି ଦେଖା ଯାଇଥାନ୍ତେ। ଆଉ ଯଦି ସେ ଥରେ ହିରୋଇନ ହେବେ ତେବେ ଓଡ଼ିଶାରେ ଯେତେ ହିରୋଇନ ଅଛନ୍ତି ସମସ୍ତଙ୍କୁ ଫ୍ଲପ କରିଦେବେ।

ତେବେ କେବଳ ସିରିଏଲ ଅଭିନେତ୍ରୀ ସୋନାକ୍ଷୀ ଅଭିନୟ କରନ୍ତି ସେ କଥା ନୁହେଁ ସେ ଜଣେ ବହୁତ ଭଲ ଝିଅ ମଧ୍ୟ। ଘରେ ପରିବାର ଲୋକଙ୍କୁ ନିଜ ସ୍ନେହ ବନ୍ଧନରେ ବାନ୍ଧି ରଖିବା ସହିତ। ବାହାରେ ଲୋକ ମାନଙ୍କୁ ଖୁବ ହସାଇ ଥାନ୍ତି। ଆଉ ସୋନାକ୍ଷୀଙ୍କ ମା କୁହନ୍ତି ତାଙ୍କ ଝିଅ ମାନେ ସୋନାକ୍ଷୀ ସର୍ବ ଗୁଣା ସମ୍ପୂର୍ଣ୍ଣ ।କାରଣ ସୋନାକ୍ଷୀ ଚୁଲି ଠୁ ନେଇ ଆଞ୍ଚ ପର୍ଯ୍ୟନ୍ତ ସବୁଥିରେ ରୋଷେଇ କରି ପାରନ୍ତି। ସେଥିପାଇଁ ତ ସୋନାକ୍ଷୀଙ୍କୁ ପରିବାରରେ ଗେଲ୍ହା ଝିଅ ହୋଇଥିବା ବେଳେ ପ୍ରଶଂସକ ମାନେ ସୋନାକ୍ଷୀଙ୍କୁ ବେଶ ଅଧିକ ଭଲ ପାଆନ୍ତି। ସମସ୍ତେ କୁହନ୍ତି କି ସୋନାକ୍ଷୀଙ୍କ ମନରେ ଟିକେ ହେଲେ ଗର୍ବ ନାହିଁ। ସେ ସମସ୍ତଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି।

ତେବେ ସୋନାକ୍ଷୀ କେବଳ ଅଭିନେତ୍ରୀ ନୁହନ୍ତି ସେ ଜଣେ ଭଲ ମଣିଷ ତାହା ସହିତ ସେ ଓଡ଼ିଆ ଘରର ପ୍ରତ୍ୟକଟି ପରମ୍ପରା ଓ ସାଧସିଧା ଜୀବନ ଶୈଳୀ ଆପଣାଇ ନେଇ ଆଗକୁ ବଢିଥାନ୍ତି। ତେବେ ଏହାର ଭିତରେ ସେ ଅନେକ ଧାରା ବାହିକରେ କାର୍ଯ୍ୟ ମଧ୍ୟ କରିଛନ୍ତି।

ଯାହା ତାଙ୍କୁ ଅନ୍ୟ ଏକ ପରିଚୟ ଦେଇଛି। ଛୋଟ ବେଳୁ ହିରୋଇନ ହେବାକୁ ଲକ୍ଷ୍ ରଖିଥିଲେ ସୁଦ୍ଧା କୌଣସି ପରିସ୍ଥିତିକୁ ନେଇ ସେ ହିରୋଇନ ହୋଇ ପାରି ନଥିଲେ ହେଲେ କିନ୍ତୁ ତାଙ୍କ ଶିରିଏଲ ରେ ସେ ଏପରି ନିଖୁଣ ଅଭିନୟ କରନ୍ତି ଯାହା ଦର୍ଶକଙ୍କୁ ବାନ୍ଧି ରଖେ ତାଙ୍କ ଅଭିନୟର ଯାଦୁରେ। ତେବେ ସୋନାକ୍ଷୀ କେବେ ବିବାହ କରିବେ ସେ ନେଇ କୌଣସି କଥା କହି ନାହାନ୍ତି।

ଜୀବନରେ ଅନେକ ଆଗକୁ ଆସିଥିବା ସୋନାକ୍ଷୀ ସମସ୍ତଙ୍କ ନଜରରେ ବହୁତ ଭଲ। ଆଜି ପର୍ଯ୍ୟନ୍ତ ସେ ଅନେଲ ଧାରା ବାହିକରେ କାର୍ଯ୍ୟ କରିଛନ୍ତି। ତାଙ୍କ ନିଖୁଣ ଅଭିନୟ ପାଇଁ ସନ୍ଧ୍ୟା ହେଲେ ଗାଁ ଠୁ ସହର ସମସ୍ତେ ଟିଭି ଖୋଲି ବସି ପଡନ୍ତି ତାଙ୍କ ଅଭିନୟ ଦେଖିବାକୁ। କାରଣ ସୋନାକ୍ଷୀ ସବୁ ପ୍ରକାର ଅଭିନୟ କରି ପାରନ୍ତି। ଆଉ ସବୁ ପ୍ରକାର ଅଭିନୟକୁ ବେଶ ଭଲ ଭାବରେ ଲିଭାଇ ପାରନ୍ତି।

ତେବେ ଆଗକୁ ସୋନାକ୍ଷୀ ନିଜ କ୍ୟାରିଆରକୁ ନେଇ ଅନେକ ସ୍ୱପ୍ନ ଦେଖିଛନ୍ତି। ଓ ଆଗକୁ ନିଜ କ୍ୟାରିଅର ଆହୁରି ଭଲ କରିବା ସହିତ। କିପରି ସେ ଦର୍ଶକଙ୍କ ମନରେ ସବୁବେଳେ ଘର କରି ରହି ପାରିବେ ସେ କଥା ମଧ୍ୟ କରୁଛନ୍ତି। ଆଗକୁ ଆହୁରି ଭଲ ଭଲ ଅଭିନୟ କରିବେ। ବହୁତ ଭଲ କ୍ୟାରେକ୍ଟର ରେ ଦର୍ଶକଙ୍କ ସାମ୍ନାକୁ ଆସିବେ। ତେବେ ସୋନାକ୍ଷୀଙ୍କୁ ସମସ୍ତେ ବେଶ ଭଲ ପାଉଥିବା ବେଳେ ସମସ୍ତେ ତାଙ୍କୁ ବହୁତ ଆଶ୍ରିବାଦ କରନ୍ତି।

Leave a Reply

Your email address will not be published. Required fields are marked *