ଯାଙ୍କ ରୁମରେ ଡ୍ରେସ ଖୋଲି ଭିଡିଓ କରନ୍ତି ମୋ ସ୍ଵାମୀ

ବର୍ତ୍ତମାନ ଘୋର କଳିଯୁଗ ଚାଲିଛି । ଯାହା ସବୁ ଘଟଣା ବର୍ତ୍ତମାନ ଯୁଗରେ ଘଟି ଯାଉଛି , ତାକୁ ବିଶ୍ୱାସ କରିବା ଏତେ ସହଜ ନୁହେଁ । କେହି ଆଉ କାହାର ହୋଇ ରହୁ ନାହିଁ । ବାପା କରୁଛି ଝିଅ ସହିତ ଦୁଷ୍କର୍ମ ତ ଆଉ କେଉଁଠି ନିଜ ରକ୍ତର ଭାଇକୁ ଭାଇ କରୁଛି ହତ୍ୟା ।

ଆଉ ପୁଣି ପରକୀୟା ପ୍ରୀତିକୁ ନେଇ ଚାରିଆଡ଼େ ଆଲୋଚନା । ତେବେ ବର୍ତ୍ତମାନ କହିବାକୁ ଗଲେ ପରକୀୟା ପ୍ରୀତି ଏକ ମୁଖ୍ୟ ଘଟଣା ପାଲଟି ଯାଇଛି । ଆଗରୁ ଆମେ ଯେତେ ବି ପ୍ରେମ କାହାଣୀ ଶୁଣୁଥିଲେ ତାହା ବିବାହ ପୂର୍ବରୁ ଥିଲା କିନ୍ତୁ ଏବେ ଆଉ ବିବାହ ପୂର୍ବରୁ ନୁହେଁ ବରଂ ପରେ ଏହି ରାସଲୀଳା କରିବାରେ ଲାଗିଛନ୍ତି ଆଜିର ପୁରୁଷ ମହିଳା ।

ତେବେ ବିବାହ ପରେ ନିଜ ସ୍ବାମୀଙ୍କୁ ଛାଡି କିମ୍ବା ନିଜ ସ୍ତ୍ରୀଙ୍କୁ ଛାଡି ଆଉ ଜଣଙ୍କ ଉପରେ ମନ ବଳାଉଛନ୍ତି । ଘରେ ନ ରହି ତାଙ୍କ ପ୍ରେମରେ ହୋଇ ଯାଉଛନ୍ତି ବାୟା । ଯାହା ବିଷୟରେ ଶୁଣିବା ପରେ ବାସ୍ତବରେ ଛି ଛି କରିବାକୁ ଇଚ୍ଛା ହେଉଛି । ସମୟ ଯାଇ କେଉଁଠି ପହଞ୍ଚି ଗଲାନି । କେଉଁଠି ମାମୁଁ ଭାଣିଜୀ ସମ୍ପର୍କ ରଖିଛନ୍ତି ତ ଆଉ କେଉଁଠି ଦିଅର ଭାଉଜ । ତେବେ ବର୍ତ୍ତମାନ ମଧ୍ୟ ଏପରି କିଛି ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ନିଜ ସ୍ଵାମୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ ।

ସ୍ଵାମୀ ତାଙ୍କ ବାପାଙ୍କ ପଇସା ଦେଖି ତାଙ୍କୁ ବାହା ହୋଇଥିବା କଥା କହିଛନ୍ତି ସ୍ତ୍ରୀ । ଏହା ବ୍ୟତୀତ ତାଙ୍କ ଭାଇ ମାନେ ମଧ୍ୟ ବଡ ବଡ ଚାକିରୀଆ ଅଟନ୍ତି ଆଉ ସେ ମଧ୍ୟ ଜଣେ ଚାକିରୀ କରୁଥିବା ସ୍ତ୍ରୀ ଲୋକ ହୋଇଥିବାରୁ ତାଙ୍କ ସ୍ଵାମୀ ତାଙ୍କୁ ବିବାହ କରି ପକାଇଲେ । ଚାଲାକି କରି ସ୍ଵାମୀ ପ୍ରସ୍ତାବ ପକାଇଥିଲେ ଆଉ ଅଳ୍ପ ବୟସରୁ ତାଙ୍କୁ ବିବାହ କରିଥିଲେ ବୋଲି ମହିଳା ଜଣକ କହିଛନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ତାଙ୍କ ସ୍ଵାମୀ ତାଙ୍କୁ ଆଦୌ ଭଲ ପାଆନ୍ତି ନାହିଁ । କାହିଁକି ନା ସ୍ଵାମୀଙ୍କର ଅନ୍ୟ କେଉଁଠି ରହିଛି ସମ୍ପର୍କ ।

ବାସ୍ତବରେ ତାଙ୍କ ସ୍ଵାମୀ ନିଜ ଭାଉଜ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି । ସେଥିପାଇଁ ସେ ରାତିରେ ନିଜ ଭାଉଜ ରୁମ୍ ରେ ପୋଷାକ ଖୋଲି ରଖି ଦିଅନ୍ତି । ଆଉ ଭାଉଜଙ୍କ ସହିତ ସମ୍ପର୍କ ରଖିବା ସହିତ ଭିଡିଓ ମଧ୍ୟ କରିଥାନ୍ତି । କିନ୍ତୁ ଏହାକୁ ଅନେକ ଥର ପ୍ରତିବାଦ କରିବା ପରେ ମଧ୍ୟ ତାଙ୍କ ସ୍ଵାମୀ ତାଙ୍କୁ ମାନନ୍ତି ନାହିଁ । ଆଉ ଆଶ୍ଚର୍ଯ୍ୟର କଥା ଏହା ଯେ , ସ୍ଵାମୀ , ତାଙ୍କ ଭାଉଜ ଏବଂ ଝିଆରୀ ମିଶି ତାଙ୍କ ଗୋଡ଼କୁ ହାଣି ଦେଇଛନ୍ତି । ତେବେ ଏପରି ଘଟଣା ଅତ୍ୟନ୍ତ ଲଜ୍ଜାକର ଅଟେ । ବର୍ତ୍ତମାନ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *