ଘଟିଗଲା ଚମକାଇ ଦେବା ଭଳି ଘଟଣା , ଜଣେ ଯୁବକଙ୍କୁ ୪ ଜଣ ମହିଳା ଅପହରଣ ପରେ କଲେ ଦୁଷ୍କ-ର୍ମ

ସାଧାରଣତଃ ଦୁନିଆଁରେ ଦିନକୁ ଦିନ ଦୁ-ଷ୍କ-ର୍ମ ମାମଲା ବଢ଼ି ବଢି ଚାଲିଛି । ମୁଖ୍ୟତଃ କହିବାକୁ ଗଲେ ସାରା ଭାରତରେ ଆଇନ କାନୁନ୍ ଠିକ୍ ନ ଥିବା କାରଣରୁ ଦୁ-ଷ୍କ-ର୍ମ କରିବାକୁ ରଖି ଭୟଭୀତ କରୁ ନାହାନ୍ତି । ଆଉ ଅନାଇ ବସିଛନ୍ତି ଜଣେ ନାରୀର ଦେହର ବାସ୍ନା ପାଇବା ପାଇଁ ଏବଂ ନିଜ ମନକୁ ଶାନ୍ତି ଦେବା ପାଇଁ । ତେବେ ଆମେ ପ୍ରାୟତଃ ଶୁଣିବାକୁ ପାଉଛୁ କି , ଦୁ-ଷ୍କ-ର୍ମ ମହିଳା ମାନଙ୍କୁ କରାଯାଉଛି । କିନ୍ତୁ ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଟିକିଏ ଆଶ୍ଚର୍ୟ୍ଯ ଲାଗିବ ।

ତେବେ ଜଳନ୍ଧର ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । କାହିଁକି ନା ଏଠାରେ ଝିଅ ନୁହେଁ ବରଂ ଜଣେ ପୁଅ ବଳା-ତ୍କାରର ଶିକାର ହୋଇଛନ୍ତି । ତାଙ୍କୁ ପ୍ରଥମେ ଅପହରଣ କରା ଯାଇଥିଲା ଆଉ ପରେ ଜଙ୍ଗଲକୁ ନେଇ ବଳା-ତ୍କାର । ତେବେ ବ୍ୟକ୍ତି ଜଣଙ୍କୁ ଜଣେ ନୁହେଁ ଚାରି ଜଣ ମହିଳା ଦୁ-ଷ୍କ-ର୍ମ କରିଥିଲେ । ଏପରି ଏକ ବିପରୀତ ଘଟଣାକୁ ନେଇ ବର୍ତ୍ତମାନ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । ତେବେ ବ୍ୟକ୍ତି ଜଣକ ଥାନାରେ ନ ଜଣାଇ ସିଧାସଳଖ ଗଣମାଧ୍ୟମ ଆଗରେ ସବୁ କଥା ବଖାଣି ଥିଲେ ।

ଯୁବକ ଜଣଙ୍କର ସ୍ତ୍ରୀ ତାଙ୍କୁ ପୋଲିସକୁ ନ ଜଣାଇବାକୁ କହିଥିଲେ । ତେବେ ଯୁବକ ଜଣକ କହିବା ଅନୁସାରେ , ସେ ଚମଡ଼ା କାରଖାନାରେ ଶ୍ରମିକ ଭ‌ାବେ କାମ କରନ୍ତି । ତେବେ ରାତିରେ କାମ ସାରି ଘରକୁ ଫେରୁଥିବା ସମୟରେ ଚାରି ଜଣ ଯୁବତୀ କାରରେ ତାଙ୍କ ପାଖକୁ ଆସିଥିଲେ । ସେମାନେ କାଗଜରେ ଏକ ଠିକଣା ଦେଖାଇଥିଲେ ଆଉ ଏହି ସମୟରେ ତାଙ୍କ ମୁହଁ ଉପରକୁ ଏକ ଗ୍ୟାସ ସ୍ପ୍ରେ କରି ବେହୋସ୍ କରି ଦେଇଥିଲେ । ଆଉ ତାଙ୍କ ହାତ ମୁହଁ ବାନ୍ଧି ଦେଇ ଏକ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ । ସେଠାରେ ଚାରି ଜଣ ଯାକ ମଦ ପିଇଥିଲେ ।

ଆଉ ଯୁବକଙ୍କୁ ମଧ୍ୟ ମଦ ପିଇବାକୁ ବାଧ୍ୟ କରି ଦେଇଥିଲେ । ଯୁବକ ଜଣକ ଆହୁରି ମଧ୍ୟ କହିଥିଲେ କି , ଚାରି ଜଣ ଯୁବତୀ ୨୦-୨୫ ବର୍ଷ ମଧ୍ୟରେ ଥିଲେ । ଆଉ ସେମାନେ ଉଚ୍ଚ ଶିକ୍ଷିତ ଘରର ତଥା ସମ୍ଭ୍ରାନ୍ତ ପରିବାରର ବୋଲି ଜଣା ପଡୁଥିଲେ । ସେମାନେ ଇଂରାଜୀରେ କଥାବାର୍ତ୍ତା କରୁଥିଲେ ଏବଂ ଯୁବକଙ୍କ ସହିତ ପଞ୍ଜାବୀରେ କଥାବାର୍ତ୍ତା କରୁଥିଲେ ।

ତେବେ ଏହାପରେ ଜଣକ ପରେ ଜଣେ ତାଙ୍କୁ ବଳା-ତ୍କାର କରିଥିଲେ ଆଉ ତାଙ୍କୁ ନେଇ ହାତ ଆଖି ବାନ୍ଧି ଦେଇ ଆଉ ଏକ ନିଛାଟିଆ ଜାଗାରେ ଫୋପାଡ଼ି ଦେଇଥିଲେ । ତେବେ ହୋସ ଫେରିବା ପରେ ଯୁବକ ଜଣକ ଘରକୁ ଫେରି ଆସିଥିଲେ ।

Leave a Reply

Your email address will not be published. Required fields are marked *