ଚଳନ୍ତା ଗାଡି ଉପରେ ବସି ରୋମାନସ୍ କରୁଛନ୍ତି ପ୍ରେମୀ ଯୁଗଳ।

ଆପଣ ମାନେ ଜାଣିଥିବେ ପ୍ରେମ ରେ ଲୋକ ପାଗଳ ହେଇ ଯାଆନ୍ତି । ପ୍ରେମରେ ଲୋକ ଅନ୍ଧ ହେଇ ଯାଆନ୍ତି ତାଙ୍କୁ କିଛି ଦେଖା ଯାଏ ନାହିଁ। ବିଲେଇ ଆଖି ବୁଜି ବୁଜି କ୍ଷୀର ପିଇ ଯେମିତି ଭାବେ ତାକୁ କେହି ଦେଖୁ ନାହାଁନ୍ତି ସେମିତି ଆଜିର ଯୁବ ପିଢ଼ି ଜନଗଣ ସାମ୍ନାରେ ରୋମାନ୍ସ କରି ଭାବୁଛନ୍ତି ତାଙ୍କୁ କେହି ଦେଖୁ ନାହାନ୍ତି।

ଗୋଟେ ବହୁ ପୁରୁଣା ଓଡ଼ିଆ ଗୀତ ଅଛି ” ଏ ମୋର ମାନସୀ ଆସ, ପ୍ରେମ ରାଇଜେ ଗଢ଼ିବା ଆମ ଘର, ଡେଣା ମେଲି ଉଡି ଯିବା ପ୍ରେମ ପକ୍ଷୀ ଆମେ ଦୁନିଆର”। ଏହି ଗୀତ ଟିକୁ ଆପଣ ମାନେ ଏ ଭିଡ଼ିଓ ସହ ଦେଖିଲେ ଗୀତର ଅର୍ଥ ଭଲସେ ଜାଣି ପାରିବେ।

ଆଜିର ଯୁଗ ପିଢ଼ିଙ୍କୁ ଆଉ ଘରେ ରହି ପ୍ରେମ କରିବାକୁ ଇଚ୍ଛା ହଉନି ସେମାନେ ଏବେ ଗାଡ଼ି ଉପରେ ବସି ପ୍ରେମ କରିବାକୁ ଚାହୁଁଛନ୍ତି । ହଁ ଆଜ୍ଞା ସୋସିଆଲ ମିଡିଆରେ ଲକ୍ଷ୍ନୌ ହଜରତଗଞ୍ଜର ଏକ ଭିଡ଼ିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ହଜରତଗଞ୍ଜର ବ୍ୟସ୍ତ ବହୁଳ ରାସ୍ତାରେ ଦୁଇ ପ୍ରେମୀ ଯୁଗଳ ଲୋକ ଲଜ୍ୟା କୁ ଭୁଲି ନିଜ ସ୍କୁଟି ଉପରେ ରୋମାନ୍ସ କରୁଛନ୍ତି।ପ୍ରେମିକ ଜଣଙ୍କ ସ୍କୁଟି ଚଲାଉଛି ଏବଂ ପ୍ରେମିକା ଜଣକ ଆଗ ପଟେ ପେମିକ ଆଡ଼କୁ ଏବଂ ପଛକୁ ମୁଁହ କରି ପ୍ରେମିକ ଉପରେ ବସି ପ୍ରେମିକ କୁ କୁଣ୍ଡେଇବା ସହିତ ଲୋକଙ୍କ ଆଗରେ କିସ୍ କରୁଛି। ଯେମିତି ଲାଗୁଛି ତାଙ୍କ ମନରେ ଲୋକ ଲଜ୍ୟା ବୋଲି କିଛି ନାହିଁ। ଏ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ପୋଲିସ୍ ପ୍ରେମୀ ଯୁଗଳଙ୍କୁ ଅରେଷ୍ଟ୍ କରି ଥାନାକୁ ନେଇଛି।

Leave a Reply

Your email address will not be published. Required fields are marked *