ପେଟରେ ପାଞ୍ଚ ମାସର ପିଲା ! ଗର୍ଭବତୀ ଅବସ୍ଥାରେ ସ୍ୱାମୀକୁ ଏଣେତେଣେ ଖୋଜୁଛି ସ୍ତ୍ରୀ ……

ପ୍ରେମ କଲା ତାପରେ ବିବାହ ବି କଲା । ଆଉ ଶେଷରେ ଗର୍ଭବତୀ କରି ଛାଡ଼ି ପଳାଇଲା । ଯେଉଁ ସ୍ୱାମୀକୁ ତାର ସ୍ତ୍ରୀ କେତେ ଭରସା ରଖି ବିବାହ କରି ଜୀବନ ସାଥି ମାନି ନେଇଥିଲା , ସେ ଯେ ଏମିତି କେବେ ଛାଡ଼ି ପଳାଇବ ତାହା ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା । ଆଉ ଶେଷରେ ତାହା ହିଁ ସତ ହୋଇଗଲା ।

ଜଣେ ଗର୍ଭବତୀ ମହିଳା ପାଞ୍ଚ ମାସର ଗର୍ଭବତୀ ଥିବା ସମୟରେ କେତେବେଳେ ପୋଲିସ ଷ୍ଟେସନ ତ କେତେବେଳେ ମହିଳା କମିଶନର , ଏମିତି ନିଜ ସ୍ୱାମୀର ସନ୍ଧାନରେ ଘୁରି ବୁଲୁଛନ୍ତି । ଯେମିତି ଗୋଟିଏ ଖରାପ ସ୍ୱପ୍ନ ଭଳି ଲାଗୁଛି ସ୍ତ୍ରୀକୁ ।

କାରଣ ବିବାହ ଭରସାର ମୂଳଦୁଆ ଉପରେ ହିଁ ହୋଇଥିଲା । ସ୍ୱାମୀକୁ ଏତେ ଭରସା କରିଥିଲା ସ୍ତ୍ରୀ , କିନ୍ତୁ ବର୍ତ୍ତମାନ ସ୍ତ୍ରୀ ଗର୍ଭବତୀ ହେବା ପରେ ସ୍ବାମୀ କୁଆଡ଼େ ପଳାଇ ଯାଇଛି । ବିବାହ ପରେ ବେଶ ହସ ଖୁସିର ପରିବାର ଥିଲା ଦୁହିଁଙ୍କର । ସେତେବେଳେ ବେଶ ହସଖୁସିରେ ଥିଲେ ଦୁହେଁ ।

ସୌମ୍ୟ ଯେ ପ୍ରତାରଣା କରୁଥିଲା ଏବଂ ମନରେ ଆଉ କିଛି ରଖିଥିଲା ତାହାକୁ ଗାୟତ୍ରୀ ବୁଝି ପାରି ନଥିଲେ । ଏପଟେ ଶାଶୁ ଘର ଲୋକେ ଗାୟତ୍ରୀଙ୍କୁ ଘରେ ପୁରାଇ ଦେଉ ନଥିବା ଗାୟତ୍ରୀ ଅଭିଯୋଗ ଆଣିଛନ୍ତି । ଗାୟତ୍ରୀଙ୍କ ଅନୁଯାୟୀ ଗତ ୨୯.୧୧.୨୦୨୨ ରେ ହିଁ ସୌମ୍ୟ ଘରୁ କୁଆଡ଼େ ପଳାଇ ଯାଇଥିଲେ ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ସୌମ୍ୟ ଯିବା ସମୟରେ ସବୁ ଟଙ୍କା ଏବଂ ଗହଣା ନେଇ ଯାଇଛନ୍ତି । ଏମିତିକି ସ୍ୱାମୀଙ୍କ ଯିବା ପରେ ଗାୟତ୍ରୀ ଭରତପୁର ପୋଲିସ ଷ୍ଟେସନରେ ଏକ ନିଖୋଜ ଖବର ମଧ୍ୟ ଦେଇଥିଲେ । ଯାହା ଆଧାରରେ ପୋଲିସ ଏବେ ସୁଦ୍ଧା ଖୋଜା ଖୋଜି ଜାରି ରଖିଛି । କିନ୍ତୁ ୨୧ ତାରିଖ ଯେତେବେଳେ ଗାୟତ୍ରୀ ସୌମ୍ୟଙ୍କ ଘରକୁ ଅର୍ଥାତ ଗାଁ କୁ ଯାଇଥିଲେ ସେଠାରେ ଶାଶୁ ଘର ଲୋକେ ତାଙ୍କ ସହିତ ଆଦୋୖ ଭଲ ବ୍ୟବହାର କରି ନଥିଲେ । ଏମିତିକି ଗାୟତ୍ରୀଙ୍କୁ ଚିହ୍ନି ନଥିବା ମଧ୍ୟ କହିଥିଲେ ।

ତେବେ ଭୁବନେଶ୍ୱର ଜିଲ୍ଲା ଭରତପୁର ଅଞ୍ଚଳ ଏବଂ ପୁରୀ ଜିଲ୍ଲା ଗଡ଼ିଶାପଦା ଗ୍ରାମରେ ଏଭଳି ଘଟଣା ଘଟି ଯାଇଛି । ତେବେ ଉଭୟଙ୍କ କଥାବାର୍ତ୍ତା ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା । ପ୍ରେମ ସମ୍ବନ୍ଧ ବିଷୟରେ ଘରେ ଜାଣିବା ପରେ ଉଭୟଙ୍କ ବିବାହ ହୋଇଥିଲା ଏବଂ ଉଭୟେ ଭୁବନେଶ୍ବରରେ ଏକ ଭଡ଼ା ଘରେ ରହୁଥିଲେ ।

ମାତ୍ର ଗତ କିଛି ଦିନ ତଳେ ସୌମ୍ୟ ଟଙ୍କା ଏବଂ ଗହଣା ନେଇ ହଠାତ ଫେରାର ହୋଇ ଯାଇଥିଲେ । ଯାହାକୁ ନେଇ ଗାୟତ୍ରୀ ଥାନାରେ ଏକ ଏତଲା ମଧ୍ୟ ଦେଇଥିଲେ । ଗାୟତ୍ରୀ ପାଞ୍ଚ ମାସର ଗର୍ଭବତୀ ଥିବାରୁ ସମସ୍ତଙ୍କୁ ସାହାଯ୍ୟ ମାଗିଛନ୍ତି ଯେ , ଯେମିତି ତାଙ୍କୁ ତାଙ୍କ ଶାଶୁ ଘରେ ରହିବାକୁ ଅନୁମତି ମିଳୁ ।

କିନ୍ତୁ ଶାଶୁ ଘର ଲୋକେ ଓଲଟା ତାଙ୍କୁ ଚିହ୍ନିବାରେ ମନା କରି ଦେଇଥିଲେ । ଲକ୍ଷାଧିକ ଟଙ୍କାର ଗହଣା ଏବଂ ଏକ ଲକ୍ଷ ଟଙ୍କା ନେଇ ସ୍ୱାମୀ ଫେରାର ହେବା ପରେ ସ୍ତ୍ରୀ ବର୍ତ୍ତମାନ ଥାନାରେ ଅଭିଯୋଗ କରିଛି । କିନ୍ତୁ ଏବେ ସୁଦ୍ଧା ସ୍ୱାମୀର କୌଣସି ଖୋଜ ଖବର ନାହିଁ ।

Leave a Reply

Your email address will not be published. Required fields are marked *