ଅନ୍ଧାର କୋଠରୀରେ ରାଜା ଦେଉଛି ନିର୍ଯ୍ୟା-ତନା ।

ଯୁବକଙ୍କ କବ୍ଜାରେ ଯୁବତୀ। ଯେତେ ନେହୁରା ହେଲେ ବି ଯୁବକ ଯୁବତୀଙ୍କୁ ଛାଡୁ ନାହାଁନ୍ତି। କାମ ଦେବାକୁ କହି ଯୁବତୀଙ୍କୁ ନେଇ ଯାଇଥିଲେ ସୁଦୂର ବାହାର ରାଜ୍ୟକୁ । ହେଲେ ଏବେ ଯୁବତୀଙ୍କୁ ମିଳୁଛି ଅକଥନୀୟ ନିର୍ଯା-ତନା। ହଁ ବନ୍ଧୁଗଣ ପୁରା ଘ-ଟଣା ଜାଣିଲେ ଆପଣ ବି ଚକିତ ହୋଇଯିବେ । ଆପଣ ମଧ୍ୟ ଜୀବନରେ ହୁଏତ ଆଉ କାହାକୁ ବିଶ୍ୱାସ କରି ନ ପାରନ୍ତି। ତେବେ ଆସନ୍ତୁ ନଜର ପକାଇବା ପୁରା ଘ-ଟଣା ଉପରେ ।

ଯେତେବେଳେ ଯୁବତୀ ଜଣଙ୍କ ରାଜଧାନୀ ଭୁବନେଶ୍ବର ରେ ଇଭେଣ୍ଟ କାର୍ଯ୍ୟ କରି ବେଶ ଖୁସିରେ ଚକୁଥିଲେ ସେହି ସମୟରେ ରାଜା ନାମକ ଏକ ଯୁବକ ତାଙ୍କୁ ଟଙ୍କାର ଲୋଭ ଦେଖାଇ ବାହାର ରାଜ୍ୟକୁ ଯିବାକୁ କହିଥିଲେ । ଏପରିକି ରାଜା କହିଥିଲେ ଦିନକୁ ଦୁଇ ହଜାର ଟଙ୍କା ମିଳିବ । ଟଙ୍କା ସହିତ ଅନେକ ନାଁ କମେଇବୁ। ମାସକୁ ଷାଠିଏ ହଜାର ଟଙ୍କା। ଟଙ୍କାର ଗଦିରେ ଶୋଇବୁ ଭୁବନେଶ୍ୱର ରେ ଏତେ କମ ଟଙ୍କାରେ କାହିଁକି ପଡି ରହିଛୁ । ଚାଲ ମୁଁ ତତେ ନେଇଯିବି ମୋ ସହ ମାସେ କାମ କରିବୁ ତା ପରେ ମାଲେ ମାଲ ହେଇ ଘରକୁ ଫେରିବୁ ।

ଯୁବକ ରାଜାଙ୍କ କଥାକୁ ସତ ଭାବି ନେଇଥିଲେ ଯୁବତୀ ଜଣଙ୍କ। ଆଉ ଶେଷରେ ଭୁବନେଶ୍ୱର ଛାଡି ରାଜା ସହ ଚାଲିଯାଇଥିଲେ ସୁଦୂର ଉତ୍ତର ପ୍ରଦେଶ । ଆଉ ଯିବା ବେଳେ ଯୁବତୀ ଜଣଙ୍କ ରାଜାଙ୍କ ସହ ଚୁକ୍ତି କରିଥିଲେ କି ସେ ଉତ୍ତର ପ୍ରଦେଶରେ ଏକ ମାସ ରହିବେ। ତେବେ ରାଜା ମଧ୍ୟ ଯୁବତୀଙ୍କ ଏହି କଥାରେ ରାଜି ହୋଇ ଯାଇଥିଲେ । ହେଲେ ଯେତେବେଳେ ଯୁବତୀ ଉତ୍ତର ପ୍ରଦେଶରେ ଯାଇ ପହଞ୍ଚିଥିଲେ ସେତେବେଳେ ଯୁବତୀ ଜଣଙ୍କ ରାଜା ଙ୍କ ଅସଲ ଚେହେରା ଦେଖିବାକୁ ପାଇଥିଲେ ।

ଯେଉଁ ରାଜା ତାଙ୍କୁ ଭୁବନେଶ୍ୱର ରୁ ଟଙ୍କାର ଲୋଭ ଦେଖାଇ ବାହାର ରାଜ୍ୟକୁ ନେଇଥିଲେ ସେ ଜଣେ ସାଧା ସିଧା ଯୁବକ ନଥିଲେ ସେ ଥିଲେ ଖୁବ ଅସାଧାରଣ। ହଁ ଆଜ୍ଞା ଏକଥା ଆମେ କହୁନୁ ଯାହା ଯୁବତୀ ଜଣଙ୍କ ନିଜେ ଭିଡିଓ ଜାରି କରି କହିଛନ୍ତି । ତେବେ କେବଳ ଏତିକି ନୁହେଁ ତାଙ୍କୁ ସେଠାରୁ ମୁକୁଳାଇ ମୁକ୍ତ କରିବାକୁ ମଧ୍ୟ ନିବେଦନ କରିଛନ୍ତି ।

ସୂଚନା ଅନୁଯାୟୀ ଭୁବନେଶ୍ୱରରେ ବିଭିନ୍ନ ଇଭେଣ୍ଟ ମ୍ୟାନେଜମେଣ୍ଟ ରେ କାର୍ଯ୍ୟ କରୁଥିବା ଯୁବତୀଙ୍କର ପରିଚୟ ହୋଇଥିଲା ଭଦ୍ରକ ଜିଲାର ରାଜା ନାମକ ଏକ ଯୁବକ ସହିତ । ଆଉ ରାଜା କହିଥିଲା କି ଏତେ କମ ଟଙ୍କାରେ ଭୁବନେଶ୍ୱର ରେ କାମ ନ କରି ତା ସାଥିରେ ଯିବାକୁ।

ରାଜାର କଥା ଅନୁସାରେ ଯୁବତୀ ଜଣଙ୍କ ବାହାରି ଯାଇଥିଲେ ସିଧା ଉତ୍ତର ପ୍ରଦେଶ। ହେଲେ ସେଠାରେ ରାଜା ତାଙ୍କୁ ମା-ଡ଼ ମା-ରିବା ସହିତ ଜୀବନରୁ ମା-ରି ଦେବାକୁ ମଧ୍ୟ ଧ-ମକ ଦେଉଛନ୍ତି। କେବଳ ଏତିକି ନୁହେଁ ଗୋଟେ ଅନ୍ଧାର କୋଠରୀ ଭିତରେ ଯୁବତୀଙ୍କୁ ବନ୍ଦୀ କରି ରଖିଛନ୍ତି। ଯୁବତୀ ଘରକୁ ଆସିବାକୁ ବାହାରିବା ବେଳେ ଯୁବତୀଙ୍କୁ ହାଣି ଦେବେ ବୋଲି ଧ-ମକ ମଧ୍ୟ ଦେଉଛନ୍ତି ।

ସେପଟେ ଅସହାୟ ହୋଇପଡିଥିବା ଯୁବତୀ ଜଣଙ୍କ ନିଜକୁ ବଞ୍ଚାଇବାକୁ ଯାଇ । ଶେଷରେ ଅନ୍ୟକିଛି ଉପାୟ ନ ପାଇ। ନିଜ ମୋବାଇଲ ରୁ ଲୁ-ଚିକି ଏକ ଭିଡିଓ ବନାଇ ନିଜର ଦୁଃଖ ଓଡିଶା ବାସୀଙ୍କ ନିକଟରେ ପହଞ୍ଚାଇବା ସହିତ ତାଙ୍କୁ ର-କ୍ଷା କରିବାକୁ ଆକୁଳ ନିବେଦନ କରିଛନ୍ତି ।

ତେବେ ଯୁବତୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଯୁବତୀ ଜଣଙ୍କୁ ପୋ-ଲିସ ପ୍ରଶାସନ କେବେ ସାହାଯ୍ୟର ହାତ ବଢ଼ାଇ ସେହି ଅନ୍ଧାର କଠୋରି ମଧ୍ୟରୁ ଉ-ଦ୍ଧାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ହେଲେ ଏହି ଯୁବତୀଙ୍କ ଭଳି କାହାକୁ ସହଜରେ ବିଶ୍ୱାସ କରିଯିବା ଆଦୌ ଠିକ ନୁହେଁ ବୋଲି କହିଛନ୍ତି ଲୋକେ।

Leave a Reply

Your email address will not be published. Required fields are marked *