ଅଯୋଧ୍ୟା ରାମ ମନ୍ଦିରରେ ଦେଖାଗଲା ଅଜବ ଦୃଶ୍ୟ । ମନ୍ଦିର ଚାରି ପାଖରେ ଘରୁ ବୁଲିଲେ ମାଳ ମାଳ ଚିଲ ।

ଜାନୁଆରୀ ୨୨ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିରର ଉଦ୍ଘାଟନ । ଯାହାକି ଏଥରର ନୂଆବର୍ଷର ସବୁଠାରୁ ବଡ଼ ଘଟଣା ଅଟେ । ଆଉ ଭକ୍ତ ଗଣ ମଧ୍ୟ ଏହି ଦିନକୁ ଉଦ୍ବେଗର ସହିତ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏହାରି ମଧ୍ୟରେ ଏକ ଘଟଣା ସମସ୍ତଙ୍କୁ ଯେମିତି ଚକିତ କରି ଦେଇଛି । କାରଣ ଏଭଳି ଘଟଣା କେବେ ଘଟିବ ବୋଲି କେହିବି ତିଳେ ହେଲେ ସୁଦ୍ଧା ଭାବି ନଥିଲେ । କାରଣ ଯେଉଁ ବିଲୁପ୍ତ ପ୍ରଜାତିର ପକ୍ଷୀ ବର୍ଷ ବର୍ଷ ପୂର୍ବରୁ ନଜର ଆସିବା ବନ୍ଦ ହୋଇ ଯାଇଥିଲା ସେହି ପକ୍ଷୀ ବାରମ୍ବାର ଶହ ଶହ ସଂଖ୍ୟାରେ ଦେଖିବାକୁ ମିଳୁଛି । ଆଉ ଯାହାକୁ ଦେଖି ଲୋକଙ୍କ ମନରେ ଅନେକ ପ୍ରକାରର କଳ୍ପନା କଳ୍ପନା ଚାଲିଛି ।

ସୂଚନା ଅନୁଯାୟୀ ଅଯୋଧ୍ୟାରେ ତିଆରି ହୋଇଥିବା ରାମ ମନ୍ଦିର ଉପରେ ଶହ ଶହ ସଂଖ୍ୟାର ଗିଧ ପକ୍ଷୀ ଦେଖିବାକୁ ମିଳିଛି ଯାହା ପ୍ରାୟ ବିଲୁପ୍ତ ପ୍ରଜାତି କହିଲେ ଚଳେ । ଏହି ପକ୍ଷୀକୁ ଦେଖି ଲୋକେ କହୁଛନ୍ତି ଯେ ଏହା ଏକ ଶୁଭ ସଙ୍କେତ ଅଟେ କାରଣ ଏହି ପକ୍ଷୀ ଆଗରୁ କେବେ ଦେଖା ଯାଇ ନଥିବା ବେଳେ ନିକଟରେ ଖୁବ ବଡ଼ ଦିନ ଆସିବାକୁ ଯାଉଛି ।

କାରଣ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ଯେଉଁ ମନ୍ଦିର ପ୍ରତିଷ୍ଠା ହେବା ସହଜ ହୋଇନାହିଁ । କାରଣ ପୂର୍ବରୁ ଏହି ମନ୍ଦିର ପ୍ରତିଷ୍ଠା କ୍ଷେତ୍ରରେ ବିବାଦ ଦେଖା ଦେଇଥିଲା । କିନ୍ତୁ ସେଠାରେ ଯେଉଁ ମନ୍ଦିର ହେବା ନିଶ୍ଚିତ ବର୍ତ୍ତମାନ ତାହା ହିଁ ହୋଇଛି ।

ବର୍ତ୍ତମାନ ସେଠାରେ ରାମ ମନ୍ଦିର ନିର୍ମାଣ ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ପ୍ରତିଷ୍ଠା ହେବାର ମାତ୍ର କିଛିଦିନ ପୂର୍ବରୁ ସେହି ପକ୍ଷୀକୁ ଦେଖିବାକୁ ମିଳିଛି ଯାହା ବହୁ ପୂର୍ବରୁ ଦେଖିବାକୁ ମିଳୁଥିଲା କିମ୍ବା ଶାସ୍ତ୍ରରେ ଭଗବାନ ରାମଚନ୍ଦ୍ରଙ୍କ କଥା ଶୁଣିବା ସମୟରେ ଆପଣ ମାନେ ମଧ୍ୟ ଶୁଣିଥିବେ । କିନ୍ତୁ ବର୍ତ୍ତମାନ ଏହି ପକ୍ଷୀକୁ ଶହ ଶହ ସଂଖ୍ୟାରେ ଦେଖିବାକୁ ମିଳୁଛି ।

ଆଉ ଏହାକୁ ଦେଖି ଲୋକେ ଖୁବ ଆଶ୍ଚର୍ଯ୍ୟ ହେବା ସହିତ ଖୁସି ମଧ୍ୟ ହେଉଛନ୍ତି ଯେ ଏହା ଭଗବାନ ରାମଚନ୍ଦ୍ରଙ୍କ ଆଗମନର ସଙ୍କେତ ଅଟେ ବୋଲି । ତେବେ କହିରଖିବୁ ଯେ ଏହି ଦୃଶ୍ୟ କେତେ ଦୂର ସତ ତାହା କହିବା ସମ୍ଭବ ନୁହେଁ । କିନ୍ତୁ ଏଭଳି ଏକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରସୋରରେ ଭାଇରଲ ହେବା ପରେ ଲୋକେ ନାନା ପ୍ରକାରର କଳ୍ପନା ଜଳ୍ପନା କରୁଛନ୍ତି ଏବଂ ବେଶ ଖୁସି ମଧ୍ୟ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *