ନଅ ମାସର ଶିଶୁ କନ୍ୟାକୁ କୋଳରେ ଧରି ଥା-ନା ଆଗରେ ନ୍ୟା-ୟ ପାଇଁ ଛିଡା ହେଇଛନ୍ତି ମହିଳା।

ସ୍ବାମୀ ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସ-ମ୍ପର୍କ। ବିଶ୍ବାସ ହେଲା ସେହି ସମ୍ପର୍କର ମୂଳଦୁଆ। ଯଦି ସେ ବିଶ୍ବାସ ଭାଙ୍ଗିଯାଏ ତେବେ ବହୁତ୍ ଜଲଦି ସମ୍ପର୍କ ମଧ୍ୟ ଭା-ଙ୍ଗିଯାଏ। ଏମିତି ଏକ ଘଟଣା ଭରତ ପୁର ଥା-ନା ଆଗରେ ଦେଖିବାକୁ ମିଳିଛି।

୨୦୧୬ରେ ମଞ୍ଜୁଲତା ଭୂଇଆ ଏବଂ ପ୍ରତାପ ଜେନାଙ୍କ ଭିତରେ ଭଲ ପାଇବା ଆରମ୍ଭ ହେଇଥିଲା। ଦୁହେଁ ୨୦୧୮ରେ ପରିବାର ସହମତିରେ ପ୍ରଥମେ ମନ୍ଦିରରେ ବାହା ହେଇ ପରେ କୋର୍ଟରେ ବାହା ହେଲେ। କିଛି ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଚାଲିଥିଲା କିନ୍ତୁ ଗତ ଦେଢ଼ ମାସ ହେଲା ମଞ୍ଜୁଲତା ସନ୍ଦେହ କରୁଛନ୍ତି ଯେ ପ୍ରତାପ ଆଉ କାହାକୁ ଭଲ ପାଉଛନ୍ତି।

ମଞ୍ଜୁଲତା ମିଡ଼ିଆ ଆଗରେ କହିଛନ୍ତି ଗତ ୪ ମାସ ହେଲା ପ୍ରତାପ ଘରକୁ ଠିକ୍ ସମୟରେ ଫେରନ୍ତିନି। ମୁଁ ଖାଇବା ଛୁଟିରେ ଯେତେବେଳେ କଲ୍ କରି କୁହେ ଘରକୁ ଖାଇବାକୁ ଆସ ସେ ମତେ ସବୁବେଳେ ମିଛ କୁହନ୍ତି ଯେ ମୁଁ ଦୋକାନ ଜିନିଷ ନେବା ପାଇଁ ବାହାରକୁ ଆସିଛି ଘରକୁ ଯିବାକୁ ଡେରି ହବ କହି ବହୁତ୍ ସମୟ ଘରୁ ବାହାରେ ରୁହନ୍ତି। ଏମିତି କିଛି ଦିନ ଗଲାପରେ ମୁଁ ତାଙ୍କ ୱାତ୍ସଏପ୍ ଚେକ୍ କଲି ଏବଂ ସେଥିରୁ ମୁଁ ଜାଣିବାକୁ ପାଇଲି ସେ ପୁଷ୍ପଲତା ଜେନା ନାମକ ଜଣେ ୪୫ ବର୍ଷୀୟ ମହିଳାଙ୍କ ସହ ସବୁଦିନ କଥା ହେଉଛନ୍ତି ଏବଂ ବାହାରେ ବୁଲାବୁଲି ମଧ୍ୟ କରୁଛନ୍ତି।

ଏ ବିଷୟରେ ମୁଁ ଯେତେବେଳେ ତାଙ୍କୁ ପଚାରିଲି ସେ ମତେ ଏବଂ ମୋ ଝିଅକୁ ବାଡ଼ିଆ ବାଡି କଲେ। ସେଥିପାଇଁ ମୁଁ ନଭେମ୍ବର ୧୪ ରେ ମହିଳା ଥା-ନାରେ ଅଭି-ଯୋଗ କରିଥିଲି। କିନ୍ତୁ କିଛି ଲାଭ ହେଇ ନଥିଲା। କିଛି ଦିନ ପରେ ମୁଁ ପୁଣି ଥା-ନାରେ ଅଭି-ଯୋଗ କଲି କିନ୍ତୁ ପୋ-ଲିସ୍ କିଛି ବୁଝିଲେନି। ସେଥିପାଇଁ ମତେ ଲାଗୁଛି ପ୍ରତାପ ପୋ-ଲିସକୁ ଟଙ୍କା ଦେଉଛନ୍ତି ସେଥିପାଇଁ ପୋ-ଲିସ୍ ଜାଣି ଜାଣି ତାଙ୍କୁ ଘସେଇ ଦଉଛି।

ବର୍ତ୍ତମାନ ପ୍ରତାପ ପୁଷ୍ପଲତାକୁ ନେଇ ଘାଟିକିଆ ବାଲିଆ ଛକର ସମ୍ଭିତ୍ ଭିଲ୍ଳା କଲୋନୀରେ ରହୁଛନ୍ତି। ମୁଁ ଫୋନ୍ କଲେ ଫୋନ୍ ଲାଗୁନି ବେଳେବେଳେ ଲାଗିଲେ ସେ ଫୋନ୍ ଉଠାଉ ନାହାଁନ୍ତି। ୧୧ଦିନ ହେଇଗଲା ଭରତ ପୁର ଥା-ନା ଦଉଡ଼ି ଦଉଡ଼ି କିଛି ସାହାଯ୍ୟ ନ ମିଳିବାରୁ ମଞ୍ଜୁଲତା ଆଜି ଥା-ନା ଆଗରେ ଛିଡା ହେଇ ମିଡ଼ିଆର ସାହାଯ୍ୟ ନେଇଛନ୍ତି।

Leave a Reply

Your email address will not be published. Required fields are marked *