ଗାଆଁ ଦାଣ୍ଡରେ ଟା-ଙ୍ଗିଆ ଧରି ବୁଲୁଛନ୍ତି ଯବାନ , ଭ-ୟଭୀ-ତ ହୋଇ ଯାଉଛନ୍ତି ଲୋକ

ଦେଶର ସୁର-କ୍ଷା ପାଇଁ ପ୍ରତିଜ୍ଞା ନେଇଥିବା ଯବାନ ଦେଶ ପାଇଁ କିଛି ବି କରିବାକୁ ରାଜି ଥାଆନ୍ତି । ଯାହା ଯେତେ ହୋଇ ଯାଉ ପଛକେ ନିଜ ଜୀବନକୁ ବାଜି ଲଗାଇ ଯବାନ ଦେଶ ସୁର-କ୍ଷା କରିଥାନ୍ତି । ଥରେ ଦେଶ ପାଇଁ ନିଜ ଜୀବନ ଦେବାକୁ କଥା ଦେଲେ ଆଉ ସେ ପଛକୁ ଫେରି ଚାହିଁ ନଥାନ୍ତି । ତେବେ ବର୍ତ୍ତମାନ ସମୟର ଚର୍ଚ୍ଚାର ବିଷୟ ପାଲଟିଛି ଏହି ଘ-ଟଣା ।

ନୂଆପଡ଼ା ଥାନା ଖଡିଆଲ ଥା-ନା ଅନ୍ତର୍ଗତ ଗୁଡଭଲି ଗାଆଁରେ ଏପରି କିଛି ଦୃ-ଶ୍ୟ ଦେଖିବାକୁ ମିଳିଛି । ଏହି ଗାଁର ଜଣେ ଯବାନ ପୁଅଙ୍କୁ ହାତରେ ଟା-ଙ୍ଗିଆ ଧରି ଗାଁ ଦାଣ୍ଡରେ ବୁଲୁ ଥିବାର ଦେଖାଯାଇଛି । ତେବେ ଘଟ-ଣାର ସ୍ପଷ୍ଟ କାରଣ କଣ ସେ ବିଷୟରେ ଜଣା ପଡିନାହିଁ । ସୂଚନା ଅନୁଯାୟୀ , ଗୁଡଭଲି ଗାଆଁର ଯଶୋବନ୍ତ ଶବର ଆଇଆରବୀ ବାଟାଲିୟନ ଯବାନ ଭାବରେ କାର୍ଯ୍ୟ କରନ୍ତି ।

ଗତ ନୂଆଖାଇ ଅବସରରେ ସେ ଛୁଟି ନେଇ ଗାଁକୁ ଫେରି ଥିଲେ । ଆଉ ହଠାତ୍ ଏପରି କିଛି ଦୃ-ଶ୍ୟ ଦେଖିବାକୁ ମିଳିଥିଲା । ହାତରେ ଟାଙ୍ଗିଆ ନେଇ ସେ ଗାଁ ଦାଣ୍ଡରେ ବୁଲିବାରେ ଲାଗିଛନ୍ତି । ଆଉ ତାଙ୍କୁ ଦେଖି ଲୋକମାନେ ଭ-ୟଭୀ-ତ ହୋଇ ଯାଇଛନ୍ତି । ଆଉ ଘରେ ଲୁ-ଚି ଯାଉଛନ୍ତି । ସକାଳ ହେଲେ ସେ ଯବାନ ପୋଷାକ ପିନ୍ଧି ଟାଙ୍ଗିଆ ଧରି ବାହାରି ଯାଉଛନ୍ତି ।

ତେବେ ତାଙ୍କ ପାଇଁ ଗୁଡଭଲି ଗାଆଁର ଅବସରପ୍ରାପ୍ତ ଶିକ୍ଷକ ନୃପରାଜ ଶବର ଆଉ ତାଙ୍କ ପରିବାର ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି । ତେବେ ଯାହା ଦେଖି ଲାଗୁଛି ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁ-ତାକୁ ନେଇ ଏପରି ଦୃ-ଶ୍ୟ ଦେଖିବାକୁ ମିଳିଛି । ତେବେ ଏପର୍ଯ୍ୟନ୍ତ ଘଟ-ଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଯବାନ ଜଣକ ଟା-ଙ୍ଗିଆ ଧରି ବୁଲିବାର ଦୃ-ଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

Leave a Reply

Your email address will not be published. Required fields are marked *