କଣ ଆପଣଙ୍କ ହାତରେ ରହିଛି କି ଏହି ଚିହ୍ନ? ଜାଣନ୍ତୁ ଏହା ଆପଣଙ୍କ ପାଇଁ ଶୁଭ କି ଅଶୁଭ

ତେବେ ମନୁଷ୍ୟ ଜୀବନ ଅନେକ ସମୟରେ ବୈଜ୍ଞାନିକ ସହ ଜଡିତ ରହିଥିବା ବେଳେ ଅନେକ ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ସହ ଜଡିତ ରହିଥାଏ। ତେବେ ଯଦି ଏହାକୁ ଅବମାନନା କରନ୍ତି ତାହାଲେ ମନୁଷ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ କିଛି ହସ୍ତ ରେଖା ଶାସ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଆପଣ ନିଜେ ଜାଣି ପାରିବେ ଆପଣଙ୍କ ପାଇଁ ତାହା ଶୁଭ କି ଅଶୁଭ।

ମନୁଷ୍ୟ ଜୀବନ ଅନେକ ସୁଖ ଦୁଃଖ ହାନି ଲାଭ ଦେଇ ଗତି କରିଥାଏ। ମନୁଷ୍ୟ ଯେତେବେଳେ ଦାରିଦ୍ର୍ୟତାର ଶିକାର ହୋଇଥାଏ ସେତେବେଳେ ସେ ନିଜର ସର୍ବସ୍ବ ହରାଇ ଦେଇଥାଏ। ଯେଉଁ ଲୋକମାନେ ଟଙ୍କା ଥିବା ସମୟରେ ପାଖରେ ଥାନ୍ତି ସେହିମାନେ ଦାରିଦ୍ର୍ୟତା ସମୟରେ ଏଡେଇ ହୋଇ ଚାଲି ଯାଆନ୍ତି। ଆଜି ଆମେ ଆପଣଙ୍କୁ ହସ୍ତ ରେଖା ଶାସ୍ତ୍ର ବିଷୟରେ କିଛି ଜ୍ଞାନ ଦେବୁ ଯାହାଦ୍ୱାରା ଆପଣ ଘରେ ବସି ଜାଣି ପାରିବେ ଯେ ଆପଣଙ୍କ ହାତରେ ଥିବା ଖାସ ରେଖା ତାହା ଆପଣଙ୍କ ପାଇଁ କେତେ ଶୁଭ ଓ ଅଶୁଭ।

ତେବେ ଆଜି ଆମେ ଆପଣଙ୍କୁ ୫ ଟି ହସ୍ତରେ ଥିବା ଚିହ୍ନ ବିଷୟରେ କହିବାକୁ ଯାଉଛୁ ତେବେ ପ୍ରଥମଟି ହେଉଛି

୧. ତ୍ରିଶୁଳ ଚିହ୍ନ:-

ଯେଉଁ ଲୋକଙ୍କ ହାତରେ ତ୍ରିଶୁଳ ଚିହ୍ନ ରହିଛି ସେମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି। ସେମାନେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବେ। ଯେ କୌଣସି କ୍ଷେତ୍ରରୁ ଅର୍ଥ ଲାଭ କରିବେ।

୨. ସ୍ୱସ୍ତିକ ଚିହ୍ନ:-

ଏହି ଚିହ୍ନ ଥିବା ବ୍ୟକ୍ତିମାନଙ୍କ ଭାଗ୍ୟ ହଠାତ ଚମକିବ ଏବଂ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରେ ଧନ ମଧ୍ୟ ପ୍ରାପ୍ତ କରିବେ ସହ କୀର୍ତ୍ତି ସ୍ଥାପନ ହେବ। ସେମାନଙ୍କ ହାତରେ ଥିବା ସ୍ୱସ୍ତିକ ଚିହ୍ନ ସେମାନଙ୍କ ପାଇଁ ଶାନ୍ତିର ପ୍ରତୀକ ହୋଇଥାଏ। କେବଳ ସେତିକି ନୁହେଁ ସେମାନେ ଧର୍ମ ଓ ଭଗବାନଙ୍କ ଉପରେ ଗଭୀର ବିଶ୍ୱାସ ରଖନ୍ତି।

୩. ଅଣ୍ଡାକାର ଚିହ୍ନ:-

ଶାସ୍ତ୍ର ଅନୁସାରେ ଯେଉଁ ମାନଙ୍କ ହାତରେ ଅଣ୍ଡାକାର ଚିହ୍ନ ରହିଛି ସେମାନେ ଆସନ୍ତା ସମୟରେ ଜୀବନର ସବୁ ସମସ୍ୟାରୁ ମୁକ୍ତି ମିଳିବ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ। ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ବିଦେଶ ଯାତ୍ରାର ସମ୍ଭାବନା ମଧ୍ୟ ରହିଛି। ଏହା ତାଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।

୪. ହାତୀ ଚିହ୍ନ:-

ହାତୀ ଚିହ୍ନ ଭଗବାନ ଗଣେଶଙ୍କ ସହ ସମ୍ପର୍କ ରହିଥାଏ। ଯେଉଁ ବ୍ୟକ୍ତି ବିଶେଷ ଙ୍କ ହାତରେ ଏହି ଚିହ୍ନ ରହିଛି ସେ ଜଣେ ସୁଜ୍ଞାନୀ ହେବା ସହ ସଫଳ ମଣିଷ ହେବାର ସଙ୍କେତ ଦେଇଥାଏ।

୫. ରଥ ଚିହ୍ନ:-

ରଥ ଚିହ୍ନ ବହୁତ କମ୍ ଲୋକଙ୍କ ହାତରେ ଦେଖିବାକୁ ମିଳିଥାଏ। ଏହା ରାଜଜୋଟକ କୁ ସଂକେତ ଦେଇଥାଏ। ଭବିଷ୍ୟତରେ ରାଜାଙ୍କ ଭଳି ଜଶ୍ଵସୀ ଲାଭ କରିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *