ଶ୍ରୀଲଙ୍କାରେ ଅବସ୍ଥା ଦିନକୁ ଦିନ ବିଗିଡି ବାରେ ଲାଗିଛି, ପ୍ରଧାନମନ୍ତ୍ରୀ ରାଜପକସାଙ୍କ ଇସ୍ତଫା ପରେ ହିଂସାତ୍ମକ ସଂଘର୍ଷ ପାଇଁ ସାଂସଦଙ୍କ ମୃ-ତ୍ୟୁ….

ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ଏବେ ଅତ୍ୟନ୍ତ ଖରାପ ହୋଇଯାଇଛି। ଆର୍ଥିକ ସଙ୍କଟ ପରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକସା ସୋମବାର ଦିନ ଇସ୍ତଫା ଦେଇଛନ୍ତି। ମହିନ୍ଦା ରାଜପକସା ଇସ୍ତଫା ପରେ ପରିସ୍ଥିତି ଅଧିକ ବିଗିଡି ଯାଇଛି। ରାଜପକାସଙ୍କ ସମର୍ଥକ ଏବଂ ସରକାର ବିରୋଧୀ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହିଂସା-ତ୍ମକ ସଂ-ଘ-ର୍ଷ ଘଟିଛି।

ରାଜପକସାଙ୍କ ସମର୍ଥକମାନେ ସରକାର ବିରୋଧୀମାନଙ୍କୁ ଖରାପ ବ୍ୟବହାର ଦେଖଉଛନ୍ତି। ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଦଙ୍ଗା ଭିତରେ ଜଣଙ୍କୁ ମା-ରି ଦିଆଯାଇଛି। ହିଂସା-ତ୍ମ-କ ସଂ-ଘ-ର୍ଷ ପରେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ କର୍ଫ୍ୟୁ ଲାଗୁ ହେଇଛି।

ଶ୍ରୀଲଙ୍କା ବର୍ତ୍ତମାନ ଏକ ଜଟିଳ ସମୟ ଦେଇ ଗତି କରୁଛି। ଦେଶରେ ଗୁରୁତର ଆର୍ଥିକ ସଙ୍କଟ ଦେଖାଦେଇଛି। ବିରୋ-ଧୀମାନଙ୍କ ସଂ-ଘ-ର୍ଷ ସବୁଆଡେ ଦେଖିବାକୁ ମିଳୁଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକସା ସୋମବାର ଦିନ ଇସ୍ତଫା ଦେଇଛନ୍ତି। ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ଗୋତାବାୟା ରାଜପକସାଙ୍କ ଇସ୍ତଫା ପାଇଁ ଦାବି କରୁଛନ୍ତି। କଲମ୍ବୋରେ ସରକାରୀ ସମର୍ଥକ ଗୋଷ୍ଠୀ ଏବଂ ବିରୋଧକାରୀଙ୍କ ମଧ୍ୟରେ ସଂ-ଘ-ର୍ଷ ହେତୁ ସାରା ଦେଶରେ କର୍ଫ୍ୟୁ ଲାଗୁ ହେଇଛି। ବିରୋଧୀଙ୍କ ଉପରେ ହୋଇଥିବା ଆକ୍ରମଣରେ ୨୩ ଜଣ ଆହତ ହେବା ପରେ କଲମ୍ବୋରେ ସେନା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଶ୍ରୀଲଙ୍କା ଗଣମାଧ୍ୟମ ନ୍ୟୁଜ୍ ୱାୟାର ଏହି ସଂଘର୍ଷର ଏକ ଭିଡିଓ ସେୟାର କରିଛି ଯେଉଁଥିରେ ରାଜପକସାଙ୍କ ସମର୍ଥକ ବିରୋଧୀ ସ୍ଥାନ ‘ଗୋଟା ଗୋ ଗାମା’ରେ ସରକାର ବିରୋଧୀଙ୍କୁ ଅତି ନିର୍ମମ ଭାବେ ମାଡ ମାରୁଥିବାର ନଜର ଆସିଛନ୍ତି। ଭିଡିଓକୁ ରିଟ୍ୱିଟ କରି ସାମ୍ବାଦିକ ମିରା ଶ୍ରୀନିବାସନ୍ ଲେଖିଛନ୍ତି ଯେ ଗତ ଏକ ମାସ ଧରି ଶାନ୍ତିପୂର୍ଣ୍ଣ ଭାବରେ ସରକାର ବି-ରୋ-ଧୀ ପ୍ରଦର୍ଶନ ଚାଲିଥିବା କିନ୍ତୁ ଏବେ ଗୋଟା ଗୋ ଗାମାରେ ରାଜପକସାର ସମର୍ଥକମାନେ ସରକାର ବିରୋଧୀଙ୍କୁ ଟାର୍ଗେଟ କରିଥିଲେ।

ସେ ଲେଖିଛନ୍ତି ଯେ ସେମାନଙ୍କ ପଛରେ ଏକ ପୋଲିସ କାର ପାର୍କିଂ ହେଇ ମଧ୍ୟ ପାଞ୍ଚ ଜଣ ଯୁବକ ଜଣେ ଯୁବକକୁ ମା-ଡ ମାରୁ-ଥିଲେ। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକସା ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିବା ପରେ ଏମିତି ସବୁ ଘଟଣା ଘଟିଛି।

ସରକାରଙ୍କ ରାଜକୋଷରେ ଆମଦାନୀ ପାଇଁ ଅର୍ଥ ସରିଯିବାରୁ ଏପ୍ରିଲ ୯ ତାରିଖରୁ ହଜାର ହଜାର ଲୋକ ଶ୍ରୀଲଙ୍କା ରାଜ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ ହେଇଥିଲା। ଶ୍ରୀଲଙ୍କାରେ ସାଧାରଣ ଲୋକ ଖାଇବାକୁ ପାଉ ନାହାଁନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକସା ଏବଂ ରାଷ୍ଟ୍ରପତିଙ୍କୁ ଇସ୍ତଫା ଦେବା ପାଇଁ ସରକାର ବିରୋଧୀ ଏବଂ ସାଧାରଣ ଲୋକମାନେ ଅନଶନ କରିଥିଲେ।

ତେବେ ସୋମବାର ଦିନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକସା ଇସ୍ତଫା ଦେଇଛନ୍ତି। ୧୯୪୫ ମସିହାରେ ବ୍ରିଟେନ ଠାରୁ ସ୍ୱାଧୀନତା ପାଇବା ପରେ ଶ୍ରୀଲଙ୍କା ସବୁଠାରୁ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ମୁଖ୍ୟତ ବୈଦେଶିକ ମୁଦ୍ରାର ଅଭାବ ହେତୁ ଅନେକ ସମସ୍ୟା ଦେଖା ଦେଇଥିଲା। ଖାଦ୍ୟ ସାମଗ୍ରୀ ଏବଂ ଇନ୍ଧନ, ପ୍ରେଟୋଲ୍ ଇତ୍ୟାଦି ଆବଶ୍ୟକ ଜିନିଷର ଆମଦାନୀ ପାଇଁ କୌଣସି ଦେଶ ରାଜି ହୋଇନଥିଲେ। ଶୁକ୍ରବାର ଦିନ କ୍ୟାବିନେଟ ବୈଠକ ପରେ ରାଷ୍ଟ୍ରପତି ରାଜପକସା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଗୋଟେ ମାସ ଭିତରେ ଶ୍ରୀଲଙ୍କାରେ ପ୍ରାୟ ଦୁଇ ଥର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

ଆମେରିକାର ରାଷ୍ଟ୍ରଦୂତ ଏହି ହିଂ-ସାକୁ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମହିନ୍ଦା ରାଜପକସା ସାଧାରଣ ଜନତାଙ୍କୁ ସଂଯମତା ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି। ସେ ଟ୍ୱିଟ୍ କରିଛନ୍ତି ଯେ ଯେତେବେଳେ ଭାବନା ଅଧିକ ଚାଲିଥାଏ, ସେତେବେଳେ ଆମକୁ ମନେ ରଖିବାକୁ ହେବ ଯେ ହିଂସା କେବଳ ହିଂସାକୁ ଜନ୍ମ ଦିଏ। ମହିନ୍ଦା ରାଜପକସା କହିଛନ୍ତି ଯେ ଆମେ ଯେଉଁ ସଙ୍କଟରେ ଅଛେ ସେଥିପାଇଁ ଆମକୁ ଆର୍ଥିକ ସମାଧାନ ଆବଶ୍ୟକ।

Leave a Reply

Your email address will not be published. Required fields are marked *