ଆଉ ନାହାଁନ୍ତି ଓଲିଉଡର ଷ୍ଟାର ପିଣ୍ଟୁ ନନ୍ଦ, ଚିକିତ୍ସାଧିନ ଅବସ୍ଥାରେ ହାଇଦ୍ରାବାଦରେ ଗତକାଲି ରାତିରେ ହୋଇଛି ଦେହାନ୍ତ

ନୀରବି ଯାଇଛି ଓଡ଼ିଆ ଚଳଚ୍ଚିତ୍ର ଜଗତ । ଶୁଭା ଯାଉନାହିଁ ଆଉ ସେ ଉଚ୍ଚ ସ୍ୱର । ଆଉ ସମସ୍ତଙ୍କ ମନରେ ଖାଲି ଭରି ରହିଛି କୋହ । କାହା ପାଖରେ କିଛି କହିବାକୁ ଶବ୍ଦ ନାହିଁ କି , କିଏ କଣ କହିବ ଜାଣି ପାରୁ ନାହିଁ । ସମସ୍ତେ ବାସ୍ ଚୁପ୍ ହୋଇ ବସି ପଡିଛନ୍ତି । କାହା ପାଖରେ ଆଉ କିଛି ଉପାୟ ନାହିଁ । ସମସ୍ତେ ନିଜ ମନରେ ଚାପି ରଖିଥିବା ଅନେକ କୋହକୁ ବ୍ୟକ୍ତ କରି ପାରୁ ନାହାଁନ୍ତି ।

କାହିଁକି ନା ହଠାତ୍ ଏପରି ହୋଇଯିବ ବୋଲି କେହି ଜାଣି ନଥିଲେ । ସମସ୍ତେ ଭାବି ଥିଲେ ଦିନେ ନା ଦିନେ ସୁସ୍ଥ ହୋଇ ଘରକୁ ଫେରି ଆସିବେ ପିଣ୍ଟୁ ନନ୍ଦ । କିନ୍ତୁ କିଏ ବି ଜାଣି ନଥିଲେ ହଠାତ୍ ସେ ଆମ ସମସ୍ତଙ୍କୁ ଏକୁଟିଆ କରି ଦେଇ ଚାଲିଯିବେ । ସମସ୍ତେ ବାସ୍ ଗୁମ୍ ସୁମ୍ ହୋଇ ବସି ଯାଇଛନ୍ତି । କାହାର ପାଟିରେ କିଛି କହିବାକୁ ଶବ୍ଦ ନାହିଁ । କାହିଁକି ନା ହାଇଦ୍ରାବାଦରୁ ଆସି ପହଂଚି ଯାଇଥିବା ଏପରି କଥା ବର୍ତ୍ତମାନ ସମସ୍ତଙ୍କୁ ନିରବୀ ଦେଇଛି ।

ଆଉ ନାହାଁନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଅଫେରା ରାଇଜକୁ ସବୁ ଦିନ ପାଇଁ ଚାଲି ଯାଇଛନ୍ତି ପିଣ୍ଟୁ ନନ୍ଦ । ଯାହା କେହି କେବେ ସ୍ବପ୍ନରେ ବି ଭାବି ନଥିଲେ , ତାହା ସତ ହୋଇଗଲା । ଦୀର୍ଘ ଦିନ ଧରି ଲିଭର ରୋଗରେ ପୀଡ଼ିତ ରହିଥିବା ପିଣ୍ଟୁ ନନ୍ଦଙ୍କର ଚିକିତ୍ସା ଚାଲିଥିଲା । ଏଇ କିଛି ଦିନ ଆଗରୁ ସେ ଦିଲ୍ଲୀ ହସ୍ପିଟାଲରୁ ସ୍ଥାନାନ୍ତର ହୋଇ ହାଇଦ୍ରାବାଦ ଯାଇଥିଲେ । ଓଡ଼ିଶାରୁ ଦିଲ୍ଲୀ ଯିବା ବେଳକୁ ଶୁଣିବାକୁ ମିଳିଥିଲା କି , ତାଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଆଉ ସେଥିପାଇଁ ସମସ୍ତେ ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସିଥିଲେ । ଆଉ ଯେମିତି ସେମିତି ହେଉ ମଧ୍ୟ ଟଙ୍କା ଯୋଗାଡ ହୋଇ ଯାଇଥିଲା । ଏହାପରେ ଚିକିତ୍ସା ମଧ୍ୟ ଆଗେଇ ଯାଇଥିଲା । କଥା ହେଉଥିଲା କି , ତାଙ୍କ ଲିଭର ପ୍ରତ୍ୟାରୋପଣ କରାଯିବ । ତେଣୁ ଏଥିପାଇଁ ତାଙ୍କ ଘର ଲୋକଙ୍କର ରକ୍ତ ପରୀକ୍ଷା ମଧ୍ୟ ହୋଇଥିଲା।

କିନ୍ତୁ ଦୁଃଖର ବିଷୟବସ୍ତୁ ଏହା କି , ତାଙ୍କ ପରିବାର ଲୋକଙ୍କର କାହା ସହିତ ବି ପିଣ୍ଟୁ ନନ୍ଦଙ୍କ ଲିଭର୍ ମିଶି ନଥିଲା । ତେଣୁ ଏହାପରେ ଚିକିତ୍ସା ଚାଲିଥିବା ସମୟରେ ଦିଲ୍ଲୀ ମେଡ଼ିକାଲରେ ତାଙ୍କର ଚିକିତ୍ସା କରା ଯାଇପାରିବ ନାହିଁ ବୋଲି ଶୁଣିବାକୁ ମିଳିଥିଲା। ତେଣୁ ତାଙ୍କୁ ହାଇଦ୍ରାବାଦ ଯୋଶୋଡା ହସ୍ପିଟାଲକୁ ନିଆ ଯାଇଥିଲା । ସମସ୍ତଙ୍କ ଆଶା ରହିଥିଲା କି , ସେଠାକୁ ଗଲେ ତାଙ୍କର ଲିଭର୍ ପ୍ରତ୍ୟାରୋପଣ କରାଯାଇପାରିବ । ଆଉ ଏଥିପାଇଁ ଆଉ ୩୫ ଲକ୍ଷ ଟଙ୍କାର ଆବଶ୍ୟକତା ମଧ୍ୟ ରହିଛି ।

ତେବେ ଏଥିପାଇଁ ଆଉ ଥରେ ସମସ୍ତେ ଏକାଠି ହୋଇ ଟଙ୍କା ଯୋଗାଡ କରିବା ପାଇଁ ପ୍ରସ୍ତୁତ ମଧ୍ୟ ହୋଇ ଯାଇଥିଲେ । ଆଉ ଗତକାଲି ହିଁ ଏ ବିଷୟରେ ଚର୍ଚ୍ଚା ହେଉଥିଲା। କେମିତି ପିଣ୍ଟୁ ନନ୍ଦ ଭଲ ହୋଇ ଓଡ଼ିଶା ଫେରି ଆସିବେ ଆଉ ସମସ୍ତଙ୍କୁ ତାଙ୍କ ଅଭିନୟରେ ପ୍ରଭାବିତ କରିବେ ।

କିନ୍ତୁ ଆଉ କିଛି ହୋଇପାରିଲା ନାହିଁ। ପିଣ୍ଟୁ ନନ୍ଦଙ୍କ ପାଇଁ ଡୋନର ଖୋଜା ଚାଲିଥିବା ବେଳେ ହଠାତ୍ ଆସି ପହଂଚି ଗଲା ଏପରି ଦୁଃଖ ଖବର । ତେବେ ସୂଚନା ଅନୁଯାୟୀ ଗତକାଲି ରାତି ୧୧ ଟା ସମୟରେ ହଠାତ୍ ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥିଲା । ଯାହା ପରେ ତାଙ୍କୁ ଆଉ ବଞ୍ଚାଇବା ସମ୍ଭବପର ହୋଇ ପାରି ନଥିଲା। ତେବେ ବର୍ତ୍ତମାନ ଏହି କଥା ଶୁଣିବା ପରେ ସମସ୍ତେ ଭାଙ୍ଗି ଯାଇଛନ୍ତି ।

ତେବେ ଓଲିଉଡର ଏହି ବାଦଶହା ୨୦୦ ରୁ ଅଧିକ ଚଳଚିତ୍ରରେ କାମ କରିଥିବା ବେଳେ ଅନେକ ଥର ସମ୍ମାନୀତ ହୋଇଛନ୍ତି । ତାଙ୍କ ଅଭିନୟର ଯାଦୁ ସବୁବେଳେ ଲୋକଙ୍କ ମନରେ ରହିବ । ତେବେ କେବେ କେହି ତାଙ୍କ ଅଭିନୟ ଭୁଲି ପାରିବେ ନାହିଁ । ତେବେ ବର୍ତ୍ତମାନ ସମୟରେ ସମସ୍ତେ ପିଣ୍ଟୁ ନନ୍ଦଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *