ଆସନ୍ତା କୁମାର ପୂର୍ଣ୍ଣିମାରେ ହେବ ଚନ୍ଦ୍ର ଗ୍ରହଣ । ଜାଣନ୍ତୁ ପୁରା ନିୟମ,ଏହି ରାଶିରେ ଘଟିବ ଶୁଭ ସଂଯୋଗ …

ଚଳିତ ବର୍ଷର କୁମାର ପୂର୍ଣ୍ଣିମାରେ ଶେଷ ଚନ୍ଦ୍ର ଗ୍ରହଣ ହେବାକୁ ସେହି ଚନ୍ଦ୍ରଗ୍ରହଣ ଏବଂ କେବେ ଗଜଲକ୍ଷ୍ମୀଙ୍କର ପୂଜା କରିବା ଉଚିତ । ଏହାବ୍ୟତୀତ ଚନ୍ଦ୍ର ଗ୍ରହଣ ସମୟରେ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ ସେହି ବିଷୟରେ ମଧ୍ୟ କହିବୁ । କହିରଖିବୁ ଯେ ଆସନ୍ତା ୨୮ ତାରିଖ ଶନିବାର ଦିନ ରାହୁ ଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ ରହିଛି । ତେଣୁ ଶନିବାର ଦିନ ରାତି ୧.୪୫ ପର୍ଯ୍ୟନ୍ତ ପୂର୍ଣ୍ଣିମା ଏବଂ ତାପରେ ପ୍ରତିପଦ ଆରମ୍ଭ ହେଉଛି । ତେଣୁ ଗ୍ରହଣର ପ୍ରଥମ ସମୟ ୧.୦୫ ଏବଂ ମଧ୍ୟ ସମୟ ୧.୪୫ ରହିଛି । ଏହାବ୍ୟତୀତ ସର୍ବମୋକ୍ଷ ରହିଛି ୨.୨୨ ରେ ।

ଶାସ୍ତ୍ର ଅନୁଯାୟୀ ଗ୍ରହଣର ତିନି ପ୍ରହର ପୂର୍ବରୁ ହିଁ ପାକ ନିଷେଧ କରାଯିବା ଉଚିତ । ଏହି ସମୟରେ କୌଣସି ପ୍ରକାରର ପୂଜା ପଦ୍ଧତି କିମ୍ବା କୌଣସି ପ୍ରକାରର ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । ମୋକ୍ଷ ହେତୁ ୨୭ ତାରିଖ ୪.୫୭ ପାଖରୁ ଏହିସବୁ କାମ ବନ୍ଦ କରି ନିଅନ୍ତୁ ଏବଂ ଦେବ ବିଧି ମଧ୍ୟ ବର୍ଜିତ କରନ୍ତୁ ।

କହି ରଖିବୁ ଯେ ସାଧରଣତଃ କୁମାର ପୂର୍ଣ୍ଣିମା ପୂଜା ସନ୍ଧ୍ୟା ସମୟରେ ବୃନ୍ଦାବତୀଙ୍କ ପାଖରେ ହୋଇଥାଏ । ଉପଯୁକ୍ତ ସମୟରେ ପୂଜା କରିବା ଉଚିତ ଏବଂ ଏହା ପୂର୍ବରୁ ମାତା ଲକ୍ଷ୍ମୀଙ୍କ ପୂଜା ମଧ୍ୟ ଶେଷ କରିବା ଜରୁରୀ ଅଟେ । ଧ୍ୟାନ ଦେବେ ପୂଜା ସମୟରେ ଚନ୍ଦ୍ର ଦୃଶ୍ୟ ମାନ ହୁଅନ୍ତୁ କି ନହୁଅନ୍ତୁ କୌଣସି ଅସୁବିଧା ନାହିଁ ।

କାରଣ ବାସ୍ତବରେ ଚନ୍ଦ୍ରମା ସବୁବେଳେ ଉପସ୍ଥିତ ରହନ୍ତି ମାତ୍ର ଦିନରେ ଦୃଶ୍ୟମାନ ହୁଅନ୍ତି ନାହିଁ ଏବଂ କୌଣସି ଅନ୍ୟ କାରଣରୁ ସମୟ ସମୟରେ ଦୃଶ୍ୟମାନ ହୁଅନ୍ତି ନାହିଁ । ଗ୍ରହଣ ସମୟରେ ଯଦି ଆପଣ ଏହି ସମୟରେ କୌଣସି ମନ୍ତ୍ର ଜପ କରନ୍ତି ତେବେ ଆପଣ ବହୁତ ସହଜରେ ଏହି ମନ୍ତ୍ରକୁ ସିଦ୍ଧ କରାଯାଇ ପାରେ ।

ତେଣୁ ଏଥିପାଇଁ ଗ୍ରହଣ ସମୟରେ ସ୍ନାନ କରି ଶୁଦ୍ଧ ବସ୍ତ୍ର ଧାରଣ କରି ଆସନ ପକାଇ ବସନ୍ତୁ ଏବଂ ରୁଦ୍ରାକ୍ଷ ମାଳା ସାହାଯ୍ୟରେ ମୋକ୍ଷ ହେବା ପର୍ଯ୍ୟନ୍ତ ମନ୍ତ୍ର ଜପ କରନ୍ତୁ । ଏହାପରେ ସ୍ନାନ କରିବା ସମୟରେ ଏକ ମନ୍ତ୍ର ” ଯଥା ପଦ ବିମୁକ୍ତସି , ରାହର୍ବଦନ ସଂକଟା , ତଥା ତ୍ଵଂ ରୋହିଣୀ କାନ୍ତ , ଆପଦବାମୁଚୟତ ।। ଜପ କରନ୍ତୁ । ସ୍ନାନ ପରେ ଅର୍ଘ୍ୟ ଦାନ ନିଶ୍ଚୟ କରନ୍ତୁ ।

ଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନେ ଅଧିକ ସତର୍କ ରହିବା ଉଚିତ । ଘରୁ ବାହାରକୁ ଯିବା ଉଚିତ ନୁହେଁ ଏବଂ ଏହି ସମୟରେ କୌଣସି ଧାରୁଆ ଜିନିଷର ପ୍ରୟୋଗ କରିବା ଉଚିତ ନୁହେଁ । ଏହି ସମୟରେ ଗର୍ଭବତୀ ମହିଳା ନିଜ କୋଳରେ ଗୋଟିଏ ନଡ଼ିଆ ଏବଂ ତୁଳସୀ ପତ୍ର ଧରି ଭଗବାନ ଶ୍ରୀହରି ବିଷ୍ଣୁଙ୍କ ନାମ ଜପ କରିବା ଉଚିତ ।

ଏହାଦ୍ବାରା ଗ୍ରହଣର କୁପ୍ରଭାବ ପେଟରେ ଥିବା ସନ୍ତାନ ଉପରେ ପଡ଼ିବ ନାହିଁ । ତୃତୀୟ ଷଷ୍ଠ ଦଶମ ଏବଂ ଏକାଦଶ ରାଶି ପାଇଁ ଗ୍ରହଣ ଶୁଭ ରହିବ ଅର୍ଥାତ ମିଥୁନ , କର୍କଟ , ବିଛା ଏବଂ କୁମ୍ଭ ରାଶି ପାଇଁ ଏହା ଅତ୍ୟନ୍ତ ଶୁଭ ରହିବ । ଏମାନେ ଗ୍ରହଣ ଦର୍ଶନ କରି ପାରିବେ ।

Leave a Reply

Your email address will not be published. Required fields are marked *