ଆସିଲା ବଲିଉଡରୁ ଅଫର । କାହା ସହାୟତାରେ ନୁହେଁ ବରଂ ନିଜ ଦମରେ ବଲିଉଡରେ ଏଣ୍ଟ୍ରି କରିବେ ସୁପରଷ୍ଟାର ବାବୁଶାନ :-

ଓଡ଼ିଆ ଅଭିନେତା ବାବୁଶାନଙ୍କୁ କିଛି ଦିନ ପୂର୍ବରୁ ଜଣେ ଅଭିନେତ୍ରୀଙ୍କ ବାପା କହିଥିଲେ ଯେ , ବାବୁଶାନ କୁଆଡ଼େ ତାଙ୍କ ଝିଅ ଜରିଆରେ ବଲିଉଡକୁ ଏଣ୍ଟ୍ରି କରବାକୁ ଚାହୁଁଛନ୍ତି । ଆଉ ସେତେବେଳେ ଏହି ମାମଲା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ତାହା କହିବା ତ ଆଦୋୖ ଠିକ ନଥିଲା । କାରଣ ବାବୁଶାନଙ୍କ ଭଳି ଜଣେ ଦମଦାର ଅଭିନେତା ବୋଲିଉଡ଼କୁ ଯିବାକୁ କେବେ ଚେଷ୍ଟା କରି ନାହାଁନ୍ତି । ମାତ୍ର ବର୍ତ୍ତମାନ ସମୟରେ ଏକ ଖବର ଶୁଣିବାକୁ ମିଳୁଛି ଯେ ବାବୁଶାନଙ୍କୁ ବୋଲିଉଡ଼ରୁ ଅଫର ମିଳୁଛି ।

ଯଦି ଆମେ ବାବୁଶାନଙ୍କ ସୁଲଭ ବିଷୟରେ ପ୍ରଥମେ କଥା ହେବା ତେବେ ଓଡ଼ିଆ ପ୍ରଶଂସକ ହୁଅନ୍ତୁ କିମ୍ବା ଦର୍ଶକ ସେମାନଙ୍କ ମନରେ ବାବୁଶାନଙ୍କର ଯେଉଁ ଛାପ ରହିଛି ତାହାକୁ ଆଜିଯାଏ ବି କେହି ଭୁଲି ପାରି ନାହାଁନ୍ତି ଏବଂ ଆଗାମୀ ସମୟରେ ବି ଭୁଲିବେ ନାହିଁ । ନିଜ ଅଭିନୟର ଯାଦୁ ଦ୍ୱାରା ରାସ୍ତା ନଥିବା ଗାଁ ରୁ ସହରକୁ ନିଜ ଫ୍ୟାନ ମାନଙ୍କୁ ଆକର୍ଷିତ କରୁଥିଲା ତାଙ୍କ ଅଭିନୟ । ତେବେ ସେମିତିକା ପ୍ରତିଭାଶାଳୀ ହିରୋକୁ କେହିବି ଅଟକାଇ ପାରିବେ ନାହିଁ । ନିକଟରେ ରିଲିଜ ହୋଇଥିବା ଓଡ଼ିଆ ଫିଲ୍ମ ” ଦମନ ” ଜରିଆରେ ବାବୁଶାନ ଏହାକୁ ପ୍ରମାଣ କରିଛନ୍ତି । ବିନା ଆଇଟମ ଗୀତ ବିନା ହିରୋଇନରେ ଚମତ୍କାର ଅଭିନୟ କରି ବାବୁଶାନ ନିଜକୁ ପ୍ରମାଣ କରିଛନ୍ତି ।

ଦର୍ଶକଙ୍କ ପସନ୍ଦ ମୁତାବକ ଅନେକ ସମୟରେ ଅନେକ ଢ଼ଙ୍ଗରେ ଅଭିନୟ କରିଛନ୍ତି ବାବୁଶାନ । ବର୍ତ୍ତମାନ ସମୟରେ ଦେଶର କୋଣ ଅନୁକୋଣରେ ଦମନ ଚଳଚ୍ଚିତ୍ର ସବୁଠି ଚର୍ଚ୍ଚା ସାଉଁଟିଛି । ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ବଡ଼ ବଡ଼ ନିର୍ଦେଶକ ଏବଂ ପ୍ରଯୋଜକଙ୍କ ମୁହଁରେ ବାବୁଶାନଙ୍କ କଥା । ତେଣୁ ବଲିଉଡର ବଡ଼ ବଡ଼ ନିର୍ଦେଶକଙ୍କ ନଜରକୁ ବର୍ତ୍ତମାନ ବାବୁଶାନ ଆସିଛନ୍ତି । ସେମାନଙ୍କ ନିର୍ଦେଶନାରେ ବଡ଼ ବଡ଼ କଳାକାର ସଲମାନ ଖାନ କିମ୍ବା ଶାହଋଖ ଖାନ ଅଭିନୟ କରି ସାରିଛନ୍ତି । ଯଦି ବାବୁଶାନଙ୍କୁ ସୁଯୋଗ ମିଳେ ତେବେ ସେ ସେହି ନିର୍ଦେଶକଙ୍କ ନିର୍ଦେଶନାରେ ଅଭିନୟ କରିବେ ।

ବଲିଉଡ ଏକ ଗ୍ଲେମର୍ସ ଦୁନିଆ । ତେଣୁ ଏଭଳି ଇଣ୍ଡଷ୍ଟ୍ରିରୁ ଯଦି ବାବୁଶାନଙ୍କୁ ଅଫର ଆସେ ତେବେ ଏହାଠାରୁ ବଡ଼ କଥା ଆଉ କଣ ହୋଇପାରେ ? ଶାରୀରିକ ଗଠନ ଠାରୁ ଆରମ୍ଭ କରି ଉଚ୍ଚତା ଏବଂ ଲୁକ ସବୁକିଛି ଜରୁରୀ ଥାଏ । କିନ୍ତୁ ଅଭିନୟ ସାମ୍ନାରେ ଏ ସବୁକିଛି ଯେମିତି ଫିକା ପଡ଼ିଥାଏ । ଦମନ ଫିଲ୍ମରେ ବାବୁଶାନଙ୍କ ଅଭିନୟକୁ ସମସ୍ତେ ଚର୍ଚ୍ଚା କରୁଛନ୍ତି । ଏହି ଫିଲ୍ମରେ ସବୁକିଛି ବେଶ ଭଲ ଭାବରେ ପ୍ରଦର୍ଶିତ ହୋଇଛି । ଯାହା ବଡ଼ ବଡ଼ ନିର୍ଦେଶକଙ୍କୁ ପ୍ରଭାବିତ କରିଛି । ଦମନ ଫିଲ୍ମର ରୋଜଗାର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଇତିହାସ ସୃଷ୍ଟି କରିଛି । ଏମିତିକି ରାଜ୍ୟ ସରକାର ଏହି ଫିଲ୍ମକୁ ଟିକସ ଛାଡ଼ କରି ଦେଇଛନ୍ତି । ତେବେ ଫିଲ୍ମଟି ଖୁବଶୀଘ୍ର ହିନ୍ଦୀ ଭାଷାରେ ରିଲିଜ ହେବାକୁ ଯାଉଛି । ଏହାସହିତ ବାବୁଶାନଙ୍କ ବଲିଉଡ ଏଣ୍ଟ୍ରି ଖବରକୁ ନେଇ ଆହୁରି ଉତ୍ସାହ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *