ଆଉ ସହି ନପାରି ଘର ଛାଡ଼ି ପଳେଇଲେ ଦିନେଶଙ୍କ ଜେଜେ ବାପା ଓ ଜେଜେ ମା !

ଏମିତି କା ନାତି କୁ ଏମିତିକା ଝିଅ। ଆମକୁ ଏକ ମାସ ହେଲାଣି ଶାନ୍ତିରେ ଟିକେ ରଖେଇ ବସେଇ ଦେଉ ନାହାଁନ୍ତି। ହୋ ହା ଘୋ ଘା ଭାରି ଅସହ୍ୟ ହେଲାଣି। କେତେବେଳେ ଶହ ଶହ ଲୋକେ ମେଳି ଲାଗୁଛନ୍ତି ତ ଆଉ କେତେବେଳେ ପୁଣି ଦୀପିକା ଘର ଆଗରେ ବସି ପୂଜା ଅର୍ଚ୍ଚନା କରି ନାଟକ କରୁଛି। ସବୁ ଲୋକ ଦେଖାଣିଆ। ଆଉ ଆମକୁ ଏଠି ଶାନ୍ତି ଟିକେ ମିଳୁନି କାହିଁକି ରହିବୁ ଏ ଘରେ ଯାଉଛୁ ଆଜି ଆମେ ଘର ଛାଡ଼ି।

ବୋଧେ ହୁଏ ଏମିତି କିଛି ଭାବି ଦିନେଶଙ୍କ ଜେଜେ ବାପା ଓ ଜେଜେ ମା ଅଟୋ ରେ ବସି କେଉଁ ଆଡେ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଆଉ ଦିନେଶଙ୍କ ଜେଜେ ବାପା ଜେଜେ ମା ଯିବା କ୍ଷଣି ଦିନେଶଙ୍କ ବାପା ଆଉ ଡେରି ନକରି ଘର କବାଟ ସଙ୍ଗେ ସଙ୍ଗେ ବନ୍ଦ କରି ଦେଉଛନ୍ତି। ନହେଲେ କାଳେ ଦୀପିକା ବାରଣ୍ଡାରୁ ଉଠି ଘରକୁ ଚାଲିଯିବ ବୋଧେ ହୁଏ ଦିନେଶଙ୍କ ବାପା ଏପରି କିଛି ଭାବୁଛନ୍ତି।

ସେପଟେ କଥାରେ ଅଛି ବାପ ଖାଇଲେ ତାଳ ପୁଅକୁ ହେବ କାଳ।ହେଲେ ଏଠାରେ କିନ୍ତୁ କିଛି ଭିନ୍ନ ଚିତ୍ର ସାମ୍ନାକୁ ଆସିଛି ଦିନେଶ ଓ ଦୀପିକାଙ୍କ ଭୁଲ ପାଇଁ କଷ୍ଟ ପାଉଛନ୍ତି ଦୁଇ ପରିବାରର ବରିଷ୍ଠ ଲୋକେ। ଯେଉଁ ବୟସରେ ଦିନେଶଙ୍କ ଜେଜେ ବାପା ଜେଜେ ମା ଘରେ ଖାଇ ପିଇ ଶାନ୍ତିରେ ହରି ନାମ ଜପ କରିବା କଥା ସେହି ବୟସରେ ସେମାନେ ନାତି ପାଇଁ ଶାନ୍ତିରେ ନା ଖାଇ ପାରୁଛନ୍ତି ନା ହିଁ ସୋଇ ପାରୁଛନ୍ତି। ଦିନେଶଙ୍କ ବାପା ମା ମଧ୍ୟ ପୁଅ ପାଇଁ ଭାରି ଚିନ୍ତାରେ। ଦିନେଶ ନିଜେ କହୁଥିଲେ କି ତାଙ୍କ ଜେଜେ ବାପା ଓ ଜେଜେ ମାଙ୍କୁ ଯଥେଷ୍ଟ ଅଧିକ ବୟସ ହୋଇଗଲାଣି। ଆଉ ସେମାନେ ଏଭଳି ପରିସ୍ଥିତିରେ ଟିକିଏ ଶାନ୍ତିରେ ରହିବା କଥା। ମାତ୍ର ନାତିର ଭଲ ପାଇବାକୁ ନେଇ ସେମାନେ ବି ଭାରି ଚିନ୍ତାରେ।

କେବେ କେବେ ଭାବୁଛନ୍ତି କି ଆମେ ଭାବୁଥିଲୁ ନାତି ବାହାଘର ହେବ ନାତୁଣୀ ବୋହୁ ଆସିବ ଆମେ ନାତି ନାତୁଣୀଙ୍କ ସହ ମଜା ଥଟା କରି ବାକି ଜୀବନ କାଟିଦେବୁ। ହେଲେ ବୋଧେ ହୁଏ ଏତେ ସପନକୁ ରାତି ନାହିଁ। ନାତି କଣ ଏମିତି କଲା ଯେ ଗୋଟେ ଝିଅ ଆସି ବାରଣ୍ଡାରେ ଏକ ମାସ ହେବ ବସି ଗୋଟିଏ ପରେ ଗୋଟିଏ ନାଟକ କରୁଛି। କେତେ ବେଳେ ଘର ଆଗରେ ପୋଲିସ କର୍ମଚାରୀ ରହୁଛନ୍ତି ତ ଆଉ କେତେବେଳେ ମିଡିଆ ବାଲା ଡେରା ପକାଇ ବସୁଛନ୍ତି।ଆମେ କେମିତି ଏ ଘର ଭିତରେ ଗଲା ବନ୍ଦୀ ଜୀବନ କାଟିବୁ। ବୋଧେ ହୁଏ ଆଜି ଦିନେଶଙ୍କ ଜେଜେ ବାପା ଜେଜେ ମା ଚିଡି ଯାଇ ଘରୁ ରାଗିକି ଚାଲି ଯାଉଛନ୍ତି କୁଆଡେ।

ସେପଟେ କାଲି ଦୀପିକା ଘର ଆଗରେ ମହା ଆଡମ୍ବରରେ ପୂଜାର୍ଚ୍ଚନା କରିଥିବା ବେଳେ ଦିନେଶଙ୍କ ଭାଇ ଆସି ସବୁକୁ ଭଣ୍ଡୁର କରି ଦେଇଥିଲେ। ଦୀପିକା ପୂଜା ପାଇ ଯେଉଁ ସାଜ ସଜା କରିଥିଲେ ତାକୁ ଚିରିକି ନଷ୍ଟ କରିଦେଇଥିବା ଦୀପିକା ଦୁଃଖର ସହ ଗଣ ମାଧ୍ୟମ ରେ ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ହେଉଛି ଏହି ଘଟଣାର ଅନ୍ତ।

Leave a Reply

Your email address will not be published. Required fields are marked *