ମତେ ଲୁଚେଇକି ଦିନେଶଙ୍କୁ ବିବାହ କରିଦେବେ।

ତାଙ୍କ ମନରେ କଣ ଚାଲିଛି କେ ଜାଣି। ମୁଁ କିଛି ବୁଝିପାରୁନି କି କିଛି ଜାଣିପାରୁନି। ଦୀପିକା କହିଛନ୍ତି କି ଦିନେଶଙ୍କ ପରିବାର ଲୋକେ କେଉଁ ଆଡେ ଚାଲିଯାଇଛନ୍ତି। ସାଙ୍ଗରେ ଲଗଜେ ଧରି ପରିବାରର ସମସ୍ତ ସଦସ୍ୟ ଚାଲିଯାଇଛନ୍ତି। ଆଉ ଦିନେଶଙ୍କ ଘର ଲୋକେ ଘର ଛାଡ଼ି କେଉଁ ଆଡେ ଚାଲିଯିବା ପରେ ଦୀପିକାଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ। ଦୀପିକାଙ୍କ ମନକୁ ପାପ ଛୁଉଁଛି ଆଉ ଦୀପିକା କହୁଛନ୍ତି ମୋ ମନରେ ବି ଡର ଅଛି ମତେ ସବୁବେଳେ ଏମିତି ଲାଗୁଛି ଯେମିତି ମତେ ଲୁଚେଇ ଦିନେଶଙ୍କୁ ସେମାନେ ବାହା କରେଇ ଦେବେ।

କିଛି ନଥିଲା ହଟାତ ଘର ଭିତରେ ଜୋରରେ ପାଟି ଶୁଣା ଗଲା ଆଉ ଦୀପିକା ଯେତେବେଳେ ଚାହିଁଲେ ଦିନେଶଙ୍କ ବାପା କବାଟ ବନ୍ଦ କରିଦେଇଥିବା ଦୀପିକା କହିଛନ୍ତି। କେବଳ ଏତିକି ନୁହେଁ ଦିନେଶଙ୍କ ଘରେ କୁଆଡେ ଜୋରରେ ଗୀତ ବାଜୁଥିଲା ତୁ ମେରି ଗାର୍ଲ ଫ୍ରେଣ୍ଡ ମେ ଟେରା ବୟ ଫ୍ରେଣ୍ଡ। ମାଇଣ୍ଡ ଫ୍ରେସ କରିବାକୁ ବୋଧେ ହୁଏ ସେମାନେ ଗୀତ ଶୁଣୁଥିଲେ ବୋଲି ଦୀପିକା ଅନୁମାନ କରିଥିଲେ ହେଲେ ଗୀତ ବାଜିବାର କିଛି ସମୟ ମଧ୍ୟରେ ଦିନେଶଙ୍କ ଘରର ଜଣଙ୍କ ପରେ ଜଣେ ସଦସ୍ୟ ବ୍ୟାଗ ଧରି ଆଗ ପଛ ହୋଇ କେଉଁଆଡ଼େ ଚାଲିଗଲେ। ସେମାନେ କେଉଁଆଡ଼େ ଗଲେ ତାହା ତ ଦୀପିକା ଜାଣି ନାହାଁନ୍ତି ହେଲେ ଦିନେଶଙ୍କ ପରିବାର ଲୋକେ ଚାଲିଯିବା ପରେ ଦୀପିକା ଭାବୁଛନ୍ତି କି ସେ ଦିନେଶଙ୍କୁ ଲୁଚେଇକି ଆଉ ବିବାହ କରିଦେବେନି ତ ?

ଯଦି ଏମିତି ହୁଏ କଣ ହେବ ତାଙ୍କ ଅବସ୍ଥା କଣ ହେବ ତାଙ୍କ ପୁଅର ଭବିଷ୍ୟତ। ପୁଅ ବଡ଼ ହେଇ ଯେତେବେଳେ ସ୍କୁଲ ଯିବ ଆଉ ସ୍କୁଲରେ ଯେତେବେଳେ ସାଙ୍ଗ ମାନେ ତାଙ୍କ ପୁଅକୁ ପଚାରିବେ ତୋ ବାପା କିଏ ପୁଅ କାହାକୁ ଦେଖାଇ ବାପାର ପରିଚୟ ଦେବ। ଦିନେଶ ଯାହା କରୁଛନ୍ତି କିଛି ଠିକ କରୁନାହାନ୍ତି ମୋ ସହ ସଂସାର କରିବାରର କଥା ଦେଇ କେତେ ଛଳନା କରୁଛନ୍ତି। କେତେ ବେଳେ କହୁଛନ୍ତି ମୁଁ ତାଙ୍କୁ ଫସେଇ ଦେଉଛି ଆଉ କେତେବେଳେ କହୁଛନ୍ତି ମୋ ଛୁଆ ତାଙ୍କର ନୁହେଁ। ସବୁ କଲେ ଶେଷରେ ପ୍ରତାରଣା କରୁଛନ୍ତି ମୋ ସହ ଛଳନା କରୁଛନ୍ତି।

ମୁଁ ବାହାରେ ବସି ଏତେ କଷ୍ଟ ପାଉଛି ଦିନେଶ ଦେଖୁଛନ୍ତି ତାଙ୍କ ପରିବାର ଲୋକେ ଦେଖୁଛନ୍ତି ହେଲେ କାହାର ମନ ପରିବର୍ତ୍ତନ ହେଉନି ମୋ ଦୁଃଖ ଦେଖି ତାଙ୍କ ହୃଦୟ ତରଳିବ କଣ ବଂର ସେ ମତେ ବେସି କଷ୍ଟ ଦେଉଛନ୍ତି। ମୋ ସହ ଲୁଚା ଛପା ଖେଳ ଖେଳୁଛନ୍ତି ବୋଲି ଦୀପିକା ଭାଗ୍ୟକୁ ଏମିତି କହି ମନ ଦୁଃଖ କରୁଛନ୍ତି। ଦିନେଶ ଓ ତାଙ୍କ ପରିବାର ଲୋକେ ଯାହା କରିବା କଥା କରନ୍ତୁ ମୁଁ କିନ୍ତୁ ଏଠାରୁ ଉଠିବି ନାହିଁ ମୁଁ ମୋ ପାଇଁ ଆଉ ମୋ ପୁଅ ପାଇଁ କାନି ପାତି ଭିକ୍ଷା ମାଗୁଛି। ନ୍ୟାୟ ମିଳିଲେ ହିଁ ମୁଁ ଏଠାରୁ ଉଠିବି ନଚେତ କେବେ ହେଲେ ଏଠାରୁ ଉଠିବି ନାହିଁ ବୋଲି ଦୀପିକା କହିଛନ୍ତି

Leave a Reply

Your email address will not be published. Required fields are marked *