ଆଇଁଷ ନଥିଲେ ଯାତ୍ରା ଭଲ ଲାଗିବ ନାହିଁ,ରାଣୀଙ୍କ ସପକ୍ଷରେ ବାହାରିଲେ ଅଭିନେତା ରୁଦ୍ରମନ୍।

ଭଦ୍ରକ ଯାତ୍ରା ପେଣ୍ଡାଲରେ ଅଭିନେତ୍ରୀ ରାଣୀଙ୍କ ଉପରକୁ ଜଣେ ମହିଳା ଚପଲ ଫି-ଙ୍ଗିବା ପରେ ଏହାକୁ ନେଇ ଚର୍ଚ୍ଚା ଓ ଆଲୋଚନା ବେଶ ଲାଗି ରହିଛି।ଏନେଇ ଅନେକ ଜଣ ଅଭିନେତ୍ରୀ ରାଣୀଙ୍କ ସପକ୍ଷରେ ବାହାରୁଥିବା ଦେଖିବାକୁ ମିଳିଛି। ତେବେ ଏହାରି ଭିତରେ ଯାତ୍ରା ଅଭିନେତା ରୁଦ୍ରମନ୍ ବର୍ତ୍ତମାନ ଗଣମାଧ୍ୟମ ସମ୍ମୁଖରେ ମୁଁହ ଖୋଲିଛନ୍ତି। ଆଉ ଗଣମାଧ୍ୟମରେ ନିଜ ମତ ରଖିଛନ୍ତି ସେ କହିଛନ୍ତି କି ରାଣୀ କୌଣସି ଅସିଲ ନୃତ୍ୟ କରି ନାହିଁ।

ସେ ତାଙ୍କ ସୀମା ମଧ୍ୟରେ ରହି ଦର୍ଶକଙ୍କୁ ମନୋରୋଞ୍ଜନ କରୁଥିଲେ। ଗୋଟେ ଅଭିନେତା ଆଉ ଅଭିନେତ୍ରୀ ଙ୍କର କର୍ମ ଆଉ ଧର୍ମ ହେଉଛି ଲୋକଙ୍କୁ ମନୋରଞ୍ଜନ କରିବା। ତେବେ ସେ କହିଛନ୍ତି କି ସେ ରାଣୀଙ୍କର ନୃତ୍ୟର ଯେତିକି ଭିଡିଓ ଦେଖିଛନ୍ତି ସେଥିରେ ରାଣୀ କୌଣସି ସୀମା ଅତିକ୍ରମ କରି ନାହାଁନ୍ତି। ଯାହା ଦ୍ଵାରା କି ଲୋକେ ତାଙ୍କ ନୃତ୍ୟ ଦେଖି ପାରିବେ ନାହିଁ। ତେବେ ରାଣୀ ତାଙ୍କର କର୍ତ୍ତବ୍ୟ କରିଛନ୍ତି। ଆଉ ଲୋକଙ୍କୁ ମନୋରଞ୍ଜନ କରିବାକୁ ଚେଷ୍ଟା କରିଛନ୍ତି।

ତାଙ୍କ ମତରେ ଯେତେବେଳେ ଜଣେ ବ୍ୟକ୍ତି ୨୦୦ ଟଙ୍କା ଖର୍ଚ୍ଚ କରି ଯାତ୍ରା ଦେଖିବାକୁ ଆସେ ସେ ବି ମଧ୍ୟ ଚାହାଁନ୍ତି କି ସେ ମନୋରଞ୍ଜନ ହେବେ। ତେଣୁ ଅନେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳେ କି ଅନେକ ଯୁବକ ଥାନ୍ତି ଯେଉଁ ମାନଙ୍କର ଯାତ୍ରା କହିଲେ କେବଳ ମେଲୋଡ଼ିରେ ଆଗ୍ରହ ଥାଏ। ଆଉ ମେଲୋଡି ଦେଖି ସାରିବା ପରେ ସେ ଚାଲି ଯାଆନ୍ତୁ। ତାଙ୍କର ଯାତ୍ରା ବହି ସହିତ କୌଣସି ସ-ମ୍ପର୍କ ନଥାଏ।

ଆଉ ଏମିତିରେ ମଧ୍ୟ ଯାତ୍ରାରେ ଯଦି କେବଳ ସାଧା ଥିବ ତାହା ଦର୍ଶକଙ୍କୁ ମଜା ଦେଇ ପାରିବ ନାହିଁ ତେଣୁ ଯାତ୍ରାରେ ଆମିଷ ରହିବା ନିହାତି ଦରକାର। ମାତ୍ର ଏହା ମାନେ ନୁହେଁ କି ଜଣେ ଅଭିନେତା ବା ଅଭିନେତ୍ରୀ ତାଙ୍କ ନୃତ୍ୟ ଦ୍ୱାରା ସୀମା ଲ-ଙ୍ଘନ କରିବେ। ହେଲେ ରାଣୀ ଯେହେତୁ ନିଜେ ସେହି ଭଦ୍ରକ ମାଟିର ଝିଅ ତେଣୁ ତାଙ୍କ ମାଟି ମା ପାଇଁ ତାଙ୍କର ଯଥେଷ୍ଟ ସମ୍ମାନ ନିହାତି ଭାବେ ରହିଥିବ।

ତେଣୁ ରାଣୀ କିଛି ଭୁଲ କରି ନାହାଁନ୍ତି। ରୁଦ୍ରମନ ରାଣୀଙ୍କୁ ଗଣମାଧ୍ୟମ ଆଗରେ ସମର୍ଥନ କରିବା ସହିତ କହିଛନ୍ତି ଆହୁରି ଆଗକୁ ଯାଇ ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ। ତାଙ୍କ ମତରେ କଳାକାର ଜଣେ ପାହାଡ଼ ତାଙ୍କୁ ଜୋତା ଚପଲ ମା-ଡ଼ ମା-ରି କେହି ଅଟକାଇ ପାରିବେ ନାହିଁ। କଳାକାର କାହା ଜୋତା ମା-ଡରେ ଡ-ରିଯାଇ ଯାତ୍ରା ଜଗତ ଛାଡି ଦେବେ ନାହିଁ।

ତେବେ କେବଳ ଏତିକି ନୁହେଁ ସମସ୍ତେ ନିଜ ପାଇଁ ପେଟ ପାଇଁ କାମ କରୁଛନ୍ତି। ଆଉ ଯାତ୍ରା ଦର୍ଶକ ଆମିଷ ଦର୍ଶକ ସେମାନେ ଯଦି ଆଇଟମ ଡ୍ୟାନ୍ସ ନ ଦେଖିବେ ତାହାଲେ ସେମାନେ ଯାତ୍ରା ମଞ୍ଚ ପାଖକୁ ଆଦୌ ଯିବେ ନାହିଁ। ତେଣୁ ଦର୍ଶକ ଚାହୁଁଛନ୍ତି ଆଇଟମ ଡ୍ୟାନ୍ସ ଆଉ ରାଣୀ ନିଜ ସୀମା ଭିତରେ ରହି ଡ୍ୟାନ୍ସ କରିଥିଲେ ମାତ୍ର ତାଙ୍କ ସହ ଏପରି କାହିଁକି ଘ-ଟିଲା କେଉଁ ଉଦ୍ୟଶରେ ଘ-ଟିଲା ତାହା ଭଗବାନଙ୍କୁ ଜଣା ଥିବ

ତେବେ ଯେଉଁ ମହିଳା ଜଣଙ୍କ ଅଭିନେତ୍ରୀ ରାଣୀଙ୍କୁ ଯାତ୍ରା ମଞ୍ଚରେ ଚପଲ ମାରିଲେ ସେତେବେଳେ ସେହି ମହିଳା ଜଣଙ୍କ କଣ ଜାଣିନଥିଲେ ଯାତ୍ରାରେ ଏପରି ଘ-ଟଣା ଘଟେ। ଯଦି ମହିଳାଙ୍କୁ ରାଣୀ ଙ୍କ ନୃତ୍ୟ ଖରାପ ଲାଗିଲା ତାହାଲେ ସେ କିପରି ଆସିଥିଲେ ଯାତ୍ରା ଦେଖିବାକୁ ଯାତ୍ରା ଭିତରେ ମଧ୍ୟ ଅନେକ ରେଫ ସିନ ଥାଏ ଯାତ୍ରା ଭିତରେ କମେଡି ଆସିଲେ ଅନେକ କିଛି ଡବଲ ମିନିଙ୍ଗ କଥା କୁହାଯାଏ।

ମହିଳା ଜଣଙ୍କ ଯେହେତୁ ଜଣେ ଯାତ୍ରା ଦର୍ଶକ ଆଉ ଟିକେଟ କାଟି ଯାତ୍ରା ଦେଖିବାକୁ ଆସିଥିଲେ ସେ ନିହାତି ଜାଣିଥିବେ ଯାତ୍ରାରେ ମେଲୋଡି ପୋଗ୍ରାମ ହୁଏ ଆଉ ଯାତ୍ରାରେ ଟିକେ ଆଇଟମ ଡ୍ୟାନ୍ସ ଥାଏ ସବୁ ଜାଣି ଶୁଣି ମହିଳା ଜଣଙ୍କ ଯାତ୍ରା ଦେଖିବାକୁ ଆସି ପାଞ୍ଚ ହଜାର ଲୋକଙ୍କ ସାମ୍ନାରେ କାହିଁକି ମା-ଡ଼ ମା-ରିଲେ ତାହା କେବଳ ଭଗବାନଙ୍କୁ ଜଣା ଥିବ ଆଉ ସେ ମହିଳା ଜାଣିଥିବେ ବୋଲି ସେ କହିବା ସହିତ ଏହା ଜଣେ ଅଭିନେତ୍ରୀଙ୍କ ପାଇଁ ଆଦୌ ଠିକ ନୁହେଁ।

Leave a Reply

Your email address will not be published. Required fields are marked *