ପିଲାମାନଙ୍କ ପାଇଁ କୋର୍ଟରେ ଲଢ଼ିଲେ ଏହି ଅଭିନେତ୍ରୀ । ଛାଡପତ୍ର ପରେ ପାଇଲେ ପିଲାମାନଙ୍କ ହେପାଜତ । ତଥାପି ହାରି ଯାଇଥିଲେ ଜଣେ ।

ହିନ୍ଦୀ ସିନେମାରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯାହାଙ୍କର ବିବାହ ସଫଳ ହୋଇନାହିଁ ଏବଂ ସେମାନଙ୍କୁ ମଧ୍ୟ ସେମାନଙ୍କ ପିଲାମାନଙ୍କର ସୁରକ୍ଷା ପାଇଁ ସଂଘର୍ଷ କରିବାକୁ ପଡିଛି । ସେମନେ ପିଲାମାନଙ୍କ ପାଇଁ କୋର୍ଟରେ ଲଢ଼ିଥିଲେ ଏବଂ ସେମାନଙ୍କୁ ଲାଳପାଳନ କରିବାର ଅଧିକାର ମଧ୍ୟ ପାଇଥିଲେ । ନିମ୍ନରେ ଏହିପରି 6 ଜଣ ଅଭିନେତ୍ରୀ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଶ୍ୱେତା ତିୱାରୀ ।

ଶ୍ୱେତା ତିୱାରୀ ଛୋଟ ପରଦାର ଏକ ବଡ ନାମ । ଶ୍ୱେତା ତିୱାରୀ ତାଙ୍କ ଅଭିନୟ ତଥା ସୌନ୍ଦର୍ଯ୍ୟ ଆଧାରରେ ଏକ ସ୍ୱତନ୍ତ୍ର ଏବଂ ବଡ ପରିଚୟ ସୃଷ୍ଟି କରିଛନ୍ତି । ଶ୍ୱେତା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଅନେକଥର ଚର୍ଚ୍ଚା ରେ ରହିଛନ୍ତି । ଅଭିନେତ୍ରୀ ଦୁଇ ଥର ବିବାହ କରିଛନ୍ତି କିନ୍ତୁ ଉଭୟ ବିବାହ ବିଫଳ ହୋଇଥିଲା । ତାଙ୍କର ପ୍ରଥମ ବିବାହ 1998 ମସିହାରେ ସେ ରାଜା ଚୌଧୁରୀଙ୍କ ସହ ହୋଇଥିଲା ଏବଂ 2012 ରେ ଛାଡପତ୍ର ହୋଇଥିଲା । ଉଭୟଙ୍କର ଗୋଟେ ଝିଅ ହୋଇଥିଲା ଯାହାର ନାମ ପାଲକ ତିୱାରୀ ଅଟେ ।

2013 ମସିହାରେ ଶ୍ୱେତା ଦ୍ୱିତୀୟ ଥର ପାଇଁ ଅଭିନଭ କୋହଲିଙ୍କୁ ବିବାହ କରିଥିଲେ କିନ୍ତୁ ଏହି ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା । ଦୁହେଁ ଦୀର୍ଘ ସମୟ ଧରି ଏକୁଟିଆ ରହୁଛନ୍ତି । ଉଭୟଙ୍କ ଗୋଟେ ପୁଅ ଅଛି ଯାହାର ନାମ ହେଉଛି ରିୟାନ୍ସ କୋହଲି । ଶ୍ୱେତା ଉଭୟ ବିବାହରୁ ହୋଇଥିବା ଉଭୟ ପିଲାଙ୍କ ହେପାଜତ ମିଳିଛି ।

କରିସ୍ମା କପୁର ।

ହିନ୍ଦୀ ସିନେମାର ସର୍ବଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ କରିସ୍ମା କପୁର ଅନ୍ୟତମ । 90 ଦଶକରେ କରିସ୍ମା ଏକ ବଡ ନାମ ଅର୍ଜନ କରିଥିବାବେଳେ ଅନ୍ୟ ପଟେ ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଦୁଃଖ କଷ୍ଟ ଭୋଗୁଥିଲେ । କରିସ୍ମା 2003 ରେ ବିଜିନେସମ୍ୟାନ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି । ଝିଅର ନାମ ସମାୟରା କପୁର ଏବଂ ପୁଅର ନାମ କିୟାନ ରାଜ କପୁର ।

ପରେ କରିସ୍ମା ଏବଂ ସଞ୍ଜୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ଏଭଳି ପରିସ୍ଥିତିରେ 2016 ମସିହାରେ ଦୁହେଁ ସେମାନଙ୍କର 13 ବର୍ଷର ବିବାହ ଖଣ୍ଡନ କରିଥିଲେ ଏବଂ ଉଭୟ ଉଭୟଙ୍କୁ ଛାଡପତ୍ର ଦେଇଥିଲେ । ଛାଡପତ୍ର ପରେ ସଞ୍ଜୟ ଦ୍ୱିତୀୟ ଥର ବିବାହ କରିଥିଲେ ଯେତେବେଳେ କରିସ୍ମା ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । କରିସ୍ମା ତାଙ୍କର ଦୁଇ ପିଲାଙ୍କ ସହିତ ରହୁଛନ୍ତି । କରିସ୍ମା ଏବଂ ସନ୍ନି ମଧ୍ୟ ସେମାନଙ୍କ ପିଲାମାନଙ୍କ ପାଇଁ କୋର୍ଟରେ ଲଢ଼ିଥିଲେ।

ମହିମା ଚୌଧୁରୀ ।

ମହିମା ଚୌଧୁରୀ ଫିଲ୍ମ ‘ପରଦେଶ’ ରେ ଚର୍ଚ୍ଚା କୁ ଆସିଥିଲେ । ତାଙ୍କ ଅଭିନୟ ସହିତ ତାଙ୍କ ସୌନ୍ଦର୍ଯ୍ଯକୁ ମଧ୍ୟ ବହୁତ୍ ପସନ୍ଦ କରାଯାଇଥିଲା । ଯେତେବେଳେ ମହିମା ତାଙ୍କ ଫିଲ୍ମ କ୍ୟାରିୟରର ଶିଖରରେ ଥିଲେ ସେତେବେଳେ ସେ ବିଜିନେସମ୍ୟାନ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ । ଉଭୟଙ୍କ ବିବାହ 2006 ମସିହାରେ ହୋଇଥିଲା । ଉଭୟଙ୍କର ଏକ ଝିଅ ଅଛି ଯାହାର ନାମ ଆର୍ଯ୍ୟାନା ଅଟେ ।

2011 ମସିହାରେ ମହିମା ଏବଂ ବବିଙ୍କ ସମ୍ପର୍କ ଦିନକୁ ଦିନ ଖରାପ ହେବାକୁ ଲାଗିଲା । 2013 ରେ ଉଭୟ ଉଭୟଙ୍କୁ ଛାଡପତ୍ର ଦେଇ ଅଲଗା ହୋଇଗଲେ । ଏହା ପରେ ଦୁହେଁ ଝିଅର ହେପାଜତ ପାଇଁ ଲଢିଥିଲେ କିନ୍ତୁ ଝିଅର ହେପାଜତ ମହିମାଙ୍କ ପାଖକୁ ଆସିଥିଲା । ବର୍ତ୍ତମାନ ମହିମା ତାଙ୍କ ଝିଅ ସହିତ ରହୁଛନ୍ତି ।

ପୁନମ୍ ଢିଲୋନ୍ ।

ପୁନମ୍ ଢିଲୋନ୍ ତାଙ୍କ ସମୟର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ପୁନମ୍ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । 59 ବର୍ଷିୟ ପୁନମ୍ 1988 ମସିହାରେ ଅଶୋକ ଠକେରିଆଙ୍କୁ ବିବାହ କରିଥିଲେ ଏବଂ 1997 ରେ ସେମାନଙ୍କର ସମ୍ପର୍କର ଅନ୍ତ ହୋଇଥିଲା । ଉଭୟଙ୍କ ଅଲଗା ହେବାର କାରଣ ପୁନମଙ୍କ ସ୍ୱାମୀଙ୍କର ଏକ୍ସଟ୍ରା ମ୍ୟାରିଟାଲ ଅଫେୟାର ବୋଲି କୁହାଯାଉଥିଲା ।

ପୁନମ୍ ଏବଂ ଅଶୋକ ଦୁଇଟି ସନ୍ତାନର ପିତାମାତା ହୋଇଥିଲେ । ଜଣଙ୍କର ନାମ ଅନମୋଲ ଠକେରିଆ ଏବଂ ଅନ୍ୟ ଜଣଙ୍କର ନାମ ପଲୋମା ଠକେରିଆ । ଛାଡପତ୍ର ପରେ ପୁନମ୍ ପିଲାମାନଙ୍କର ହେପାଜତ ପାଇଁ ଲଢିଥିଲେ ଏବଂ ସେ ଜିତିଥିଲେ ।

ମଲାଇକା ଆରୋରା ।

ଜଣାଶୁଣା ଅଭିନେତ୍ରୀ ତଥା ଡ୍ୟନ୍ସର ମଲାଇକା ଆରୋରା 1998 ରେ ଅଭିନେତା ଅରବାଜ ଖାନଙ୍କୁ ବିବାହ କରିଥିଲେ । 2002 ମସିହାରେ ସେମାନଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା ଯାହାର ନାମ ଅରହାନ ଖାନ୍ । କିନ୍ତୁ ମଲାଇକା ଏବଂ ଅରବାଜ 2017 ରେ 19 ବର୍ଷର ବିବାହକୁ ଭାଙ୍ଗି ଛାଡପତ୍ର ହୋଇଥିଲେ । ଛାଡପତ୍ର ପରେ ଅରହାନଙ୍କ ହେପାଜତ ମଲାଇକାଙ୍କୁ ମିଳିଥିଲା ।

ରୀନା ରୟ ।

ରୀନା ରୟ 70 ଏବଂ 80 ଦଶକର ହିନ୍ଦୀ ସିନେମାରେ ବହୁତ ଚର୍ଚ୍ଚା ରେ ରହିଥିଲେ । ପାକିସ୍ତାନୀ କ୍ରିକେଟର ମୋହସିନ୍ ଖାନ ପାଇଁ ରୀନା ଙ୍କ ହୃଦୟରେ ଭଲ ପାଇବା ସୃଷ୍ଟି ହୋଇଥିଲା ଏବଂ ସେମାନେ 1983 ମସିହାରେ ବିବାହ କରିଥିଲେ ।

ଏହା ପରେ ସେମାନଙ୍କର ଏକ ଝିଅ ହୋଇଥିଲା । କିନ୍ତୁ ରୀନା ଏବଂ ମୋହସିନ୍‌ଙ୍କ ବିବାହ ସଫଳ ହୋଇପାରିଲା ନାହିଁ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଝିଅର ହେପାଜତ ରୀନା ଙ୍କୁ ନୁହେଁ ବରଂ ମୋହସିନ୍ ଙ୍କୁ ଦିଆଯାଇଥିଲା । କିନ୍ତୁ ବହୁ ବର୍ଷ ପରେ ରୀନା ତାଙ୍କ ଝିଅକୁ ପାଇଥିଲେ ଏବଂ ବର୍ତ୍ତମାନ ଦୁହେଁ ଏକାଠି ରହୁଛନ୍ତି ।

Leave a Reply

Your email address will not be published. Required fields are marked *