ମହିଳା ଶିକ୍ଷୟିତ୍ରୀ ‘କେକରେ ସ୍ପର୍ମ’ ମିଶାଇ ଛାତ୍ରଙ୍କୁ ଖୁଆଇଲେ, ବଳା-ତ୍କାରର ମଧ୍ୟ ଆରୋପ…

ମହିଳା ଶିକ୍ଷୟିତ୍ରୀ ଜଣଙ୍କ ଛାତ୍ରଙ୍କୁ କେକରେ ନିଜ ସ୍ବାମୀଙ୍କ ସ୍ପର୍ମ ମିଶାଇ ଦେଇ ଦେଇଛନ୍ତି। ଏହି ଘଟଣାରେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମହିଳାଙ୍କ ଉପରେ ପିଲାମାନଙ୍କ ଯୌ-ନ ଶୋଷଣରେ ସାମିଲ ହେବାର ମଧ୍ୟ ଆରୋପ ଲାଗିଛି।

ଆମେରିକାରେ ଜଣେ ମହିଳା ଶିକ୍ଷୟିତ୍ରୀ ଛାତ୍ରଙ୍କୁ କେକରେ ନିଜ ସ୍ବାମୀଙ୍କ ସ୍ପର୍ମ ମିଶାଇ ଦେଇ ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଚାକିରିରୁ ଇସ୍ତଫା ଦେବାପାଇଁ ପଡ଼ିଛି। ମହିଳାଙ୍କ ଉପରେ ପିଲାମାନଙ୍କ ବଳାତ୍କାର ଏବଂ ଯୌ-ନ ଶୋଷଣରେ ସାମିଲ ହେବାର ମଧ୍ୟ ଆରୋପ ଲାଗିଛି। ମହିଳା ଜଣଙ୍କ ନିଜ ଉପରେ ଲାଗିଥିବା ଅନେକ ଆରୋପକୁ ସ୍ବୀକାର କରି ନେଇଛନ୍ତି। ବର୍ତମାନ ମହିଳା ଜଣଙ୍କୁ ୪୧ବର୍ଷ ଜେଲ ଦଣ୍ଡ ଶୁଣାଯାଇଛି।

‘ଡେଲି ଷ୍ଟାର’ରେ ଛପା ହୋଇଥିବା ଖବର ମୁତାବକ, ଲୁସିୟାନାରେ ରହୁଥିବା ଏହି ମହିଳାଙ୍କ ନାମ ସିନ୍ଥିୟା ପର୍କିଂସ ଅଟେ। ସିନ୍ଥିୟା ଗୋଟିଏ ସ୍କୁଲରେ ପଢ଼ାଉଥିଲେ, ଯେଉଁଠାରେ ଛାତ୍ର ମାନଙ୍କୁ କପ କେକରେ ସେ ନିଜ ସ୍ବାମୀଙ୍କ ସ୍ପର୍ମକୁ ମିଶାଇ ଦେଇ ଦେଇଛନ୍ତି।

ଏହି ଘଟଣାରେ ବର୍ଷ ୨୦୧୯ରେ ସିନ୍ଥିୟା ଏବଂ ତାଙ୍କ ସ୍ବାମୀ ଡେନିସଙ୍କୁ ଗିରଫ କରି ନିଆଯାଇଛି।ଡେନିସ ଜଣେ ପୋଲିସ ଅଫିସର ଥିଲେ,ଯିଏ ବର୍ତ୍ତମାନ ସିନ୍ଥିୟାଙ୍କ ଠାରୁ ଛାଡ଼ପତ୍ର ନେଇ ସାରିଛନ୍ତି। ତଦନ୍ତରୁ ଜଣାପଡ଼ିଛି କି ସିନ୍ଥିୟା ଯୌନ ଶୋଷଣ ଏବଂ ପିଲାମାନଙ୍କ ଅଶ୍ଲୀଳ ଭିଡିଓ ବନେଇବା ଭଳି ଅପରାଧରେ ମଧ୍ୟ ସାମିଲ ଥିଲେ। ହେଲେ, ପ୍ରଥମେ ତ ସିନ୍ଥିୟା ଏହି ଆରୋପ ଗୁଡିକୁ ମନା କରିଦେଇଥିଲେ କିନ୍ତୁ ପରେ ସେ ନିଜ ଦୋଷକୁ ସ୍ବୀକାର କରି ନେଇଥିଲେ।

ଗତ ସପ୍ତାହରେ କୋର୍ଟରେ ଛାତ୍ରଙ୍କ କେକରେ ସ୍ପର୍ମ ମିଶାଇବାର ଘଟଣାରେ ସିନ୍ଥିୟାଙ୍କୁ ୧ବର୍ଷର ଦଣ୍ଡ ଶୁଣା ଯାଇଛି ଏବଂ ବାକି ୪୦ବର୍ଷର ଦଣ୍ଡ ତାଙ୍କୁ ଯୌନ ଅପରାଧରେ ସାମିଲ ହେବା କାରଣରୁ ଦିଆଯାଇଛି। ବର୍ତମାନ ଆଗାମୀ ଶୁଣାଣି ଉପରେ ସିନ୍ଥିୟା ନିଜ ପୂର୍ବ ସ୍ବାମୀଙ୍କ ଏହି କେସରେ ସାମିଲ ହେବା ଘଟଣା ଉପରେ ବୟାନ ଦେବେ।

ସିନ୍ଥିୟା ଏବଂ ଡେନିସଙ୍କୁ ଆରମ୍ଭରେ ବଳାତ୍କାର, ଚାଇଲ୍ଡ ପର୍ନୋଗ୍ରାଫି ସହିତ ୧୫୦ ଗମ୍ଭୀର ଆରୋପର ସାମ୍ନା କରିବା ପାଇଁ ପଡ଼ିଥିଲା।ସିନ୍ଥିୟାକୁ ପ୍ରଥମେ ୭୨ବର୍ଷର ଜେଲ ହେବାର ଥିଲା, କିନ୍ତୁ ନିଜ ଦୋଷ ସ୍ବୀକାର କରିବା କାରଣରୁ ତାଙ୍କ ଦଣ୍ଡକୁ ୪୧ବର୍ଷ କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *