ବାହାଘରର ଛଅ ବର୍ଷ ପରେ ସ୍ୱାମୀ ଜାଣିଲା ସ୍ତ୍ରୀ ର ରହସ୍ୟ ଆଉ ତାପରେ…

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ।

ସମ୍ପର୍କକୁ ବଞ୍ଚେଇ ରଖିବା ପାଇଁ ଦୁହେଁ ପରସ୍ପର ଠାରୁ ଅନେକ ସତ ଲୁଚେଇ ରଖନ୍ତି। ହେଲେ ଏହି ସତ ଯେତେବେଳେ ସାମ୍ନାକୁ ଆସିଯାଏ ସେତେବେଳେ ଅନେକ ସମ୍ପର୍କ ଭାଙ୍ଗିଥିବାର ଦେଖିବାକୁ ମିଳିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏହାସହ ଜଡିତ ଏକ ଖବର କହିବାକୁ ଯାଉଛୁ ଯାହାକି ଜାଣିବା ପରେ ଆପଣଙ୍କୁ ମଧ୍ୟ ଏହାକୁ ନେଇ ବିଶ୍ୱାସ କରିବା ଅସମ୍ଭବ ହୋଇଯିବ।

ବାହାଘରର ଛଅ ବର୍ଷ ପରେ ପତି ପତ୍ନୀର ରହସ୍ୟ ବିଷୟରେ ଜାଣିଲା।

ତେବେ ଏହି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଆମେରିକାରେ ଘଟିଛି। ତେବେ ଜଣେ ଆମେରିକୀୟ ମହିଳା ବାହାଘରର ୬ ବର୍ଷ ପରେ ନିଜ ସ୍ୱାମୀକୁ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ରହସ୍ୟ ବିଷୟରେ କହିଥିଲା। ଯେଉଁ ବିଷୟରେ ଜାଣିବା ପରେ ସ୍ବାମୀ ମଧ୍ୟ କିଛି ମୂହୁର୍ତ୍ତ ପାଇଁ ସ୍ତବ୍ଧ ହୋଇ ପଡ଼ିଥିଲା।

ଲକଡାଉନ ସମୟରେ ପତ୍ନୀ ସତ କହିବା ପାଇଁ ସାହସ ଜୁଟେଇଲା

ପ୍ରକାଶିତ ମିରର ୱେବ ସାଇଟ ଅନୁଯାୟୀ, ନିକୋଲେଟ୍ ପୋପା ଏବଂ ରିଆନ୍ ୬ ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ପରେ ଦୁହେଁ ବୈବାହିକ ଜୀବନରେ ବେସ ଖୁସିରେ ରହୁଥିଲେ। ତେବେ ୨୦୨୦ କରୋନା ମହାମାରୀ ସମୟରେ ଉଭୟ ଏକାଠି ରହିବା ଏବଂ ଅଧିକ ସମୟ ଅତିବାହିତ କରିବାର ସୁଯୋଗ ପାଇଲେ। କରୋନା ଲକଡାଉନ୍ ସମୟରେ ଦୁହେଁ ଜାପାନରେ ଏକାଠି ଥିଲେ।

ପତ୍ନୀ କହିଥିଲେ ଯେ ସେ ଜଣେ ଲେସବିୟାନ୍ ମହିଳା ଅଟନ୍ତି।

ତେବେ ଏହି ସମୟରେ ନିକୋଲେଟ୍ ଏପରି ଏକ ସତ କଥା ଅବା ରହସ୍ୟ କଥା ନିଜ ପତିକୁ କହିଥିଲେ ଯାହାକି ସେ କେବେ ଆଗରୁ ମଧ୍ୟ କହି ନଥିଲେ। ନିକୋଲେଟ୍ ନିଜ ସ୍ୱାମୀ ରିଆନ୍ କୁ କହିଥିଲେ ଯେ ସେ ଜଣେ ଲେସବିୟାନ୍ ଅଟନ୍ତି। ତେବେ ସେ ପୁରୁଷ ସହିତ ନୁହେଁ ବରଂ ମହିଳା ମାନଙ୍କ ସହ ସମ୍ପର୍କ ରଖିବା ପାଇଁ ଅଧିକ ପସନ୍ଦ କରନ୍ତି। ତେବେ ଏହି କଥା କହିବା ପରେ ନିକୋଲେଟ୍ ଭାବି ଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କ ଉପରେ କ୍ରୋଧ କରି ପାରନ୍ତି।

ପତି ର ପ୍ରତିକ୍ରିୟା ଆଶ୍ଚର୍ଯ୍ୟ ଜନକ ଥିଲା

ନିକୋଲେଟ୍ ଙ୍କ ବାସ୍ତବତା ଜାଣିବା ପରେ ରିୟାନ୍ ତାଙ୍କୁ କହିଥିଲେ ଯେ ତାଙ୍କର ଏଥିରେ କୌଣସି ଅସୁବିଧା ନାହିଁ। ଧ୍ୟାନ ଦେବା କଥା ହେଉଛି ନିକୋଲେଟ୍ ଙ୍କ ବିଷୟରେ ସତ୍ୟତା ଜାଣିବା ପରେ ମଧ୍ୟ ତାଙ୍କ ସ୍ୱାମୀ ତାଙ୍କ ସହିତ ଅଛନ୍ତି ଏବଂ ଉଭୟ ଭଲ ବନ୍ଧୁ ପରି ଜୀବନଯାପନ କରୁଛନ୍ତି।

Leave a Reply

Your email address will not be published. Required fields are marked *