ଓୟୋ ରୁମ ଯିବା ଆଗରୁ ମାତ୍ର ଥରୁଟିଏ ପଢି ଦିଅନ୍ତି ଏହି ଖବର।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଓୟୋ ଏମିତି ଏକ ହୋଟେଲ ଯାହାକି ବହୁତ କମ୍ ଦିନରେ ଅଧିକ ଲୋକପ୍ରିୟତା ହାସଲ କରିଦେଲା। ତେବେ ଅନେକ ବିବାହିତ ଏବଂ ଅବିବାହିତ ଦମ୍ପତି ଏହି ରୁମକୁ ଆସିବା ପାଇଁ ଅଧିକ ଭଲ ପାଆନ୍ତି। ସବୁବେଳେ ସୋସିଆଲ ମିଡ଼ିଆରେ ଓୟୋକୁ ନେଇ ଚର୍ଚ୍ଚା ଚାଲିଥାଏ। ତେବେ ଏହି ହୋଟେଲ ସହ ଜଡିତ କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ ଏବଂ ପୋ-ଲି-ସର ରେଡ଼ ମଧ୍ୟ ପଡିଥାଏ। ତେବେ ଏହା ପଛରେ ସତ୍ୟତା କଣ ଆସନ୍ତୁ ଜାଣିବା।

ତେବେ ଓୟୋକୁ ଆସିବା ପାଇଁ ଅନେକ ଅବିବାହିତ କପଲ ଆସିବା ପାଇଁ ପସନ୍ଦ କରନ୍ତି। କାରଣ ଦୁହେଁ ଅନେକ ସମୟ ଏକୁଟିଆ ରହିବା ପାଇଁ ପସନ୍ଦ କରିଥାନ୍ତି ଏବଂ ଓୟୋ ମଧ୍ୟ ସ୍ୱଳ୍ପ ମୂଲ୍ୟରେ ଅତି ଆକର୍ଷଣୀୟ ରୁମ ମଧ୍ୟ ପ୍ରଦାନ କରିଥାଏ। ତେବେ ହୋଟେଲ ବୁକ କରିବା ପୂର୍ବରୁ ପ୍ରଥମେ ଫୋନ ମାଧ୍ୟମରେ ରେଜିଷ୍ଟର କରିବାକୁ ପଡିଥାଏ। ଏହାପରେ ଆଧାରକାର୍ଡ ଦେଖାଇ ଏଣ୍ଟ୍ରି କରିବାକୁ ପଡିଥାଏ।

ମହିଳା କର୍ମଚାରୀଙ୍କ ଅନୁସାରେ, ଓୟୋ କେବଳ କପଲ ମାନଙ୍କ ପାଇଁ ହିଁ କରାଯାଇଛି। ତେବେ ଯେତେବେଳେ କୌଣସି ଗେଷ୍ଟ ଆସୁଛନ୍ତି ତେବେ ପ୍ରଥମ କାମ ହେଉଛି ସେମାନଙ୍କ ଆଇଡି ପୃଫ ରଖା ଯାଇଥାଏ। ତେବେ ଆଇଡି ପ୍ରୁଫ୍ ରେ ଆମେ ଡ୍ରାଇଭିଙ୍ଗ ଲାଇସେନ୍ସ, ଆଧାର କାର୍ଡ ଗ୍ରହଣ କରିଥାଉ କିନ୍ତୁ କଲେଜ ଆଇଡି କିମ୍ବା ପାନ କାର୍ଡ ଆମେ ଗ୍ରହଣ କରୁନାହୁଁ। ତେବେ ଆଇଡି ପ୍ରୁଫ୍ ରେ ଆମେ ଗେଷ୍ଟ ମାନଙ୍କ ବୟସ ସର୍ଵ ପ୍ରଥମେ ଦେଖିଥାଉ। ନିୟମ ଅନୁସାରେ କେବଳ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ ବ୍ୟକ୍ତି ମାନଙ୍କୁ ରହିବା ପାଇଁ ଅନୁମତି ରହିଛି।

ଯଦି କେହି ଅଣ୍ଡର ଏଜେ ଆସେ ଅର୍ଥାତ ୧୮ ବର୍ଷରୁ କମ୍ ବୟସ୍କ ଆସନ୍ତି ତେବେ ଆମେ ତାଙ୍କୁ ମନା କରି ଦେଇଥାଉ। ଏମିତି କେ-ସ କେବେ ଦେଖିବାକୁ ମିଳେ ନାହିଁ। ସ୍ପେସାଲିଟି ହେଉଛି କପଲସ୍ ମାନଙ୍କ ପାଇଁ ହିଁ। ତେବେ ଆପଣମାନେ ଜାଣିଛନ୍ତି ଆଗରୁ ଅବିବାହିତ କପଲ ମାନଙ୍କୁ କୌଣସି ହୋଟେଲ କିମ୍ବା ଲଜ୍ ମିଳୁ ନଥିଲା। ସେଥିପାଇଁ ଓୟୋ ହୋଇଛି। ତେବେ ଏହା ସମ୍ପୂର୍ଣ୍ଣ ରୂପେ ନିରା-ପଦ ଅଟେ। ଗେଷ୍ଟ ମାନଙ୍କ ଆଇଡି ଡିଟେଲସ କୌଣସି ବାହାର ଲୋକଙ୍କୁ ଦିଆଯାଏ ନାହିଁ।

ଏହା ସମ୍ପୂର୍ଣ୍ଣ ରୂପେ ଗୋପ-ନୀୟ ରଖା ଯାଏ। ତେବେ କୌଣସି ଅସୁବିଧା ହେଲେ କିମ୍ବା ପୋ-ଲି-ସ ଯାଞ୍ଚ ବେଳେ ଡିଟେଲସ ପ୍ରଦାନ କରାଯାଇଥାଏ। କେବଳ ସେତିକି ନୁହେଁ ଆମେ ଆଇଡି ପ୍ରୁଫ୍ ରଖିବା ସହ ଗେଷ୍ଟ ମାନଙ୍କ ଫଟୋ ମଧ୍ୟ ନେଇ ଥାଏ। ଯଦି ସେମାନଙ୍କ ଆଇଡି ପ୍ରୁଫ୍ ସହ ଫଟୋ ନ ମିଳେ ତେବେ ଏହି ବିଷୟରେ ଟିକେ ଅଧିକ ଚେକ କରିବାକୁ ପଡିଥାଏ। ଓୟୋ ରୁମକୁ ସମ୍ପୂର୍ଣ୍ଣ ରୂପେ ନିରା-ପଦ ରଖିବା ପାଇଁ କର୍ମଚାରୀ ମାନେ ଚେଷ୍ଟା କରନ୍ତି।

ବର୍ତ୍ତମାନ ସମୟରେ ଓୟୋ ଯୁବପିଢ଼ି ମାନଙ୍କ ପାଇଁ ଆକ-ର୍ଷଣୀ-ୟ କେନ୍ଦ୍ର ସାଜିଛି। କାରଣ ଓୟୋ ସ୍ୱଳ୍ପ ମୂଲ୍ୟରେ ନିଜ କଷ୍ଟମର ପାଇଁ ଅତି ସୁନ୍ଦର ରୁମ ପ୍ରଦାନ କରିଥାଏ। ତେବେ କେବଳ କପଲ ମାନେ ନୁହେଁ ବରଂ ବ୍ୟାଙ୍କ କର୍ମଚାରୀ ମଟିଙ୍ଗ ପାଇଁ ହେଉ ଅବା ପରିବ୍ରାଜକ ମାନେ ମଧ୍ୟ ରହିବା ପାଇଁ ପସନ୍ଦ କରନ୍ତି। ତେବେ ସାଧାରଣ ଲୋକ ରହିବାର ବ୍ୟବସ୍ଥା ରହିଛି। ଓୟୋର ଜଣେ କର୍ମଚାରୀ କିପରି ରୁମକୁ ନିୟନ୍ତ୍ରଣ ରଖାଯାଏ ଏବଂ କଣ କରାଯାଏ ସେ ବିଷୟରେ କହିଛନ୍ତି।

Leave a Reply

Your email address will not be published. Required fields are marked *