ବହୁଦିନ ପରେ ସାମ୍ନାକୁ ଆସିଲେ ତପସ୍ଵିନୀ , କହିଲେ ବଡ ଚାକିରୀ କରିବେ

ବ୍ରହ୍ମପୁରର ଚର୍ଚ୍ଚିତ ପାରିବାରିକ ମାମ-ଲା ତପସ୍ଵିନୀ ଏବଂ ସୁମିତ୍ ମାମ-ଲାରେ ଗତ କିଛି ମାସ ହୋଇଗଲାଣି ଆଉ କିଛି ନୂଆ ଖବର ଆସିନଥିଲା । କଥାଟି ବହୁତ ଦିନ ହୋଇଗଲାଣି ଥମି ଯାଇଥିଲା ଆଉ ସେ ବିଷୟରେ ଆଲୋଚନା ହେଉ ନଥିଲା । ପାରିବାରିକ ମାମ-ଲାରେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ତପସ୍ଵିନୀ ଏବଂ ସୁମିତ । ସୁମିତ ତପସ୍ଵିନୀ ଙ୍କୁ ଗ୍ରହଣ କରିବାପାଇଁ ନାରାଜ ଥିଲେ ।

ଅନ୍ୟପକ୍ଷରେ ତପସ୍ଵିନୀ ସୁମିତଙ୍କ ଘର ଆଗରେ ବହୁତ ଦିନ ଧରି ଧାର-ଣାରେ ବସିଥିଲେ । କଥା ଯାଇ ହାଇକୋର୍ଟରେ ପହଞ୍ଚି ଯାଇଥିଲା । କିନ୍ତୁ ପରିଣାମ କିଛି ହୋଇ ପାରିନଥିଲା । ଶେଷରେ ଅଲଗା ହୋଇ ଯାଇଥିଲେ ଦୁହେଁ । ତପସ୍ଵିନୀଙ୍କୁ ଗ୍ରହଣ କଲେ ନାହିଁ ତାଙ୍କ ସ୍ଵାମୀ । ଯାହାଙ୍କୁ ସେ ବାହା ହୋଇ ଥିଲେ ଆଉ ଘର ସଂସାର କରିବେ ବୋଲି ସ୍ବପ୍ନ ଦେଖି ଥିଲେ , ସେ ତାଙ୍କୁ ଅଲଗା କରି ଦେଇଥିଲେ ।

ତେବେ ବର୍ତ୍ତମାନ ଘଟ-ଣାରେ ନୂଆ ମୋଡ଼ ଆସିଛି । ତପସ୍ଵିନୀ ଜୀବନରେ ଭଲ ଆଉ ବଡ କାମ କରିବେ ବୋଲି ଶପଥ ନେଇଛନ୍ତି । ବଡ ଚାକିରୀ କରିବେ ଆଉ ବଡ ଅଫିସର ହେବେ ତପସ୍ଵିନୀ ଆଉ ସାରା ଦୁନିଆଁ କୁ ଦେଖାଇ ଦେବେ ସେ ବି କାହା ଠାରୁ କମ୍ ନୁହଁନ୍ତି । ତେବେ ଏ ବାବ-ଦରେ ବର୍ତ୍ତମାନ ସେ ଗଣମାଧ୍ୟମ ଆଗରେ ଖୋଲାସ କରିଛନ୍ତି ।

ତେବେ ସେ କହିଛନ୍ତି କି , ସେ କିଛି ବଡ କରିବାକୁ ଯାଉଛନ୍ତି କିନ୍ତୁ କଣ କରିବେ ସେ ବିଷୟରେ ସେ ପରେ କହିବେ । ଯେତେବେଳେ ତାଙ୍କୁ ସଫଳତା ମିଳିଯିବ ଆଉ ସେ ପରୀକ୍ଷାରେ ପାସ ହୋଇ ଯିବେ , ସେ ସମସ୍ତଙ୍କୁ ଏହି ଖୁସି ଖବର ଜଣାଇବେ , ସେ ପର୍ଯ୍ୟନ୍ତ ସେ କାହାକୁ ବି ଏ ବିଷୟରେ କହି ପାରିବେ ନାହିଁ । ସେ ଏକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *