ଭୁବନେଶ୍ବର ପ୍ରସିଦ୍ଧ କିଶୋର ଭାଇନା ମୋଟନ ଦୋକାନ ଉପରେ ଚଢାଉ , ଖାଦ୍ୟ ପଞ୍ଜିକରଣ ବାତିଲ କଲା ବିଏମସି

ଖାଇବାକୁ କାହାକୁ ବା ଭଲ ନ ଲାଗେ । ସମସ୍ତଙ୍କର ଖାଇବା ଅତ୍ୟନ୍ତ ପ୍ରିୟ ହୋଇଥାଏ । ଆଉ ବିଶେଷ କରି ଆମିଷ କଥା କହିଲେ ସମସ୍ତଙ୍କ ପାଟିରୁ ଲାଳ ବାହାରି ଆସିଥାଏ । ତାର ବାସ୍ନା ଟିକିଏ ଅଲଗା ଥାଏ, ଯାହା ନାକରେ ବାଜିବା ମାତ୍ରେ ମନ ଖୁସି ହୋଇଯାଏ ଆଉ ଖାଇବା ପାଇଁ ଟିକେ ମନ କରିଥାଏ । ତେବେ ଖାଇବା ପୂର୍ବରୁ ତାର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଆବଶ୍ୟକ ।

ଆଉ ସମସ୍ତେ ମଧ୍ୟ ପରିଷ୍କାର ରହିବାକୁ ବହୁତ ଭଲ ପାଇଥାନ୍ତି । ଯଦି ଆମେ ପରିଷ୍କାର ନ ରହୁଛନ୍ତି ଆଉ ସ୍ୱଚ୍ଛତା ନ ବଜାୟ ରଖୁଛନ୍ତି , ତେବେ ରୋଗ ହେବାର ନିହାତି ସମ୍ଭାବନା ରହିଥାଏ । ତେବେ ସେଥିପାଇଁ ସବୁ ଖାଦ୍ୟରେ ହାଇଯେନ୍ ପରୀକ୍ଷା କରାଯାଏ । ବଡ ବଡ ହୋଟେଲ ରେଷ୍ଟୁରାଣ୍ଟକୁ ଖାଦ୍ୟ ପରୀକ୍ଷା ଦଳ ଯାଇ ଯାଞ୍ଚ କରିଥାନ୍ତି ।

ତେବେ ଆମ ଓଡ଼ିଶାରେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହୋଇଥିବା ଗୋଟିଏ ହୋଟେଲ୍ ହେଉଛି କିଶୋର ଭାଇନା ମୋଟନ , ଯାହାକି ଭୁବନେଶ୍ୱରରେ ରହିଛି । ସେଠାକୁ ପ୍ରତିଦିନ ହଜାର ହଜାର ଲୋକ ଆସିଥାନ୍ତି ଆଉ ସେହି ମୋଟନର ସ୍ଵାଦ ମଧ୍ୟ ଚାଖିଥାନ୍ତି ଆଉ ମନ ଖୁସି କରି ଘରକୁ ଫେରିଥାନ୍ତି । ଚାରିଆଡ଼େ ଚର୍ଚ୍ଚା ହୋଇଥାଏ କିଶୋର ଭାଇନା ମୋଟନ ବିଷୟରେ ।

ବର୍ତ୍ତମାନ ସମୟରେ କିଶୋର ଭାଇନା ହୋଟେଲର ଖାଦ୍ୟ ପଞ୍ଜିକରଣ ବାତିଲ କରାଯାଇଛି । କାରଣ ବିଏମସିର ଖାଦ୍ୟ ସୁରକ୍ଷା ଦଳ କାଲି ସେଠାରେ ଚଢ଼ାଉ କରି ହୋଟେଲକୁ ଯାଞ୍ଚ କରିଥିଲା । ହୋଟେଲରେ ଖାଇବା ରଙ୍ଗ , ଏକ୍ସପାଇରୀ ଡେଟ୍ ପଳାଇଥିବା ସସ୍ ଏବଂ ଷ୍ଟଲ୍ କ୍ରାବ୍ ନଷ୍ଟ ହୋଇଥିଲେ ମଧ୍ୟ ଏହାକୁ ବ୍ୟବହାର କରାଯାଉଥିଲା । ଏହାବ୍ୟତୀତ ଖାଦ୍ୟରେ ଆଦୌ ସ୍ୱଚ୍ଛତା ନଥିଲା । ତେଣୁ ପଞ୍ଜିକରଣ ବାତିଲ କରାଯାଇଛି ।

Leave a Reply

Your email address will not be published. Required fields are marked *