ଏତେ ଦିନ ପରେ ଗଣମାଧ୍ୟମ ସାମ୍ନାକୁ ଆସିଲା ଜଗବନ୍ଧୁଙ୍କ ବଡ ଭାଇ ବଳିଆ , କହିଲେ ଅର୍ଚ୍ଚନାଙ୍କୁ ଜାଣି ନାହିଁ

ସାରା ଓଡ଼ିଶାରେ ଗୋଟିଏ ନାମରେ ଚର୍ଚ୍ଚା ହେଉଛି ଆଉ ସେ ହେଉଛି ଅର୍ଚ୍ଚନା ନାଗ । ଯିଏ ନିଜ ଜାଲରେ ଶହ ଶହ ଲୋକଙ୍କୁ ଫସାଇ ତାଙ୍କ ଠାରୁ ଲୁଟି ଚାଲିଥିଲା କୋଟି କୋଟି ଟଙ୍କା । ଆଉ ଏହି ତାଲିକାରେ କେହି ବି ସାଧାରଣ ଲୋକ ସାମିଲ ନଥିଲେ ବରଂ ବଡ ବଡିଆ ଲୋକଙ୍କ ନାମ ରହିଥିଲା । ଆଉ ଏହି ବଡ ବଡ ଲୋକ ମାନେ ପାଲଟି ଯାଉଥିଲେ ଅର୍ଚ୍ଚନା ନାଗଙ୍କ ରାତିର ସାଥୀ । ନିଜର ଶଯ୍ୟା ସାଥି ବନାଇ ଅର୍ଚ୍ଚନା ନାଗ ତାଙ୍କୁ ବ୍ଲାକମେଲ କରି ଚାଲିଥିଲା ଆଉ ତାଙ୍କ ଠାରୁ ଟଙ୍କା ଖାଇ ଚାଲିଥିଲା । ତେବେ ଏତିକିରେ ଅଟକି ନଥିଲା ସେ ।

ଏହି କାରବାରରେ ନିଜ ସ୍ବାମୀଙ୍କୁ ମଧ୍ୟ ଟାଣି ଆଣିଥିଲେ ଆଉ ସ୍ଵାମୀ ସ୍ତ୍ରୀ ମିଶି ହୋଇ ଯାଇଥିଲେ କୋଟିପତି । ସେମାନଙ୍କ ପାଖରେ କଣ ନଥିଲା । ସବୁକିଛି ରହିଥିଲା ସେମାନଙ୍କ ପାଖରେ । ବିଳାସପୂର୍ଣ୍ଣ ଘର କରି ସେମାନେ ବଞ୍ଚିଥିଲେ ଜୀବନ । ଦାମୀ ଦାମୀ କାର , କୁକୁର , ଦାମୀ ଜିନିଷ ତାଙ୍କ ଘରେ ରହିଥିଲା । ଆଉ ଏଥିରେ ସ୍ଵାମୀ ସ୍ତ୍ରୀ ନିଜ ଖୁସିର ଜୀବନ ବଞ୍ଚି ଚାଲିଥିଲେ । ଗୋଟିଏ ସାଧାରଣ ଘରର ପିଲା କିପରି ଏତେ ଟଙ୍କାର ମାଲିକ ପାଲଟି ଯାଇଥିଲେ , ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଥିଲା ।

ତେବେ ଏହାପରେ ଅର୍ଚ୍ଚନା ନାଗର ସବୁ ସତ କଥା ସାମ୍ନାକୁ ଆସିଥିଲା ଆଉ ଗୋଟି ଗୋଟି ସତ ସବୁ ସମସ୍ତେ ଜାଣି ପାରିଥିଲେ । ସମସ୍ତେ ଜାଣି ପାରିଥିଲେ କିପରି ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ ଏତେ ଟଙ୍କା ରୋଜଗାର କରି ଚାଲିଥିଲେ । ତେବେ ଆଗରୁ ଆପଣ ସମସ୍ତେ ଜଗବନ୍ଧୁଙ୍କ ପରିବାର ଆଉ ଘର ବିଷୟରେ ଜାଣି ସାରିଥିବେ । ଏକ ମଧ୍ୟବିତ୍ତ ପରିବାର ଲୋକ ହୋଇ ତାଙ୍କ ପାଖରେ ଏତେ ଟଙ୍କା କେଉଁଠାରୁ ଆସିବ , ସେ କଥା ସମସ୍ତେ ଭାବୁଥିଲେ । ତେବେ ଆଗରୁ ତାଙ୍କ ପରିବାରର ଲୋକ ସାମ୍ନାକୁ ଆସି ନଥିବା ବେଳେ ବର୍ତ୍ତମାନ ଜଗବନ୍ଧୁଙ୍କ ବଡ ଭାଇ ବଳିଆ କ୍ୟାମେରା ଆଗକୁ ଆସିଛନ୍ତି ।

ତେବେ ତାଙ୍କ କହିବା କଥା ଏହା ଯେ , ସେ ଅର୍ଚ୍ଚନା ନାଗଙ୍କୁ ଜାଣି ନାହାଁନ୍ତି । ସେ କିଏ ବି ସେ ଚିହ୍ନି ନାହାଁନ୍ତି । ଆଗରୁ ସେ ତାଙ୍କ ଭାଇଙ୍କ ଏପରି କାଣ୍ଡ ବିଷୟରେ ଜାଣି ନଥିଲେ । କାରଣ ସେ ଗାଆଁରେ ରହୁଥିଲେ ଆଉ ଜଗବନ୍ଧୁ ଏପଟେ ସହରରେ ରହୁଥିଲେ । ତେଣୁ ଏଠାରେ ରହି ସେ କଣ କରୁଥିଲେ , ସେ ବିଷୟରେ ବଳିଆଙ୍କୁ କିଛି ଜଣା ନଥିଲା ବୋଲି ସେ ସଫା ସଫା ଗଣମାଧ୍ୟମ ଆଗରେ କହିଥିଲେ । ଅନ୍ୟ ପକ୍ଷରେ ସେ ଇଡି କାର୍ଯ୍ୟାଳୟକୁ ଠାକୁର ସାର ଙ୍କୁ ଦେଖା କରିବାକୁ ଆସିଥିଲେ ବୋଲି କହିଥିଲେ । ତା ବ୍ୟତୀତ ସେ ଆଉ କିଛି ଜାଣି ନାହାଁନ୍ତି ବୋଲି କହି ଚାଲି ଯାଇଥିଲେ ।

Leave a Reply

Your email address will not be published. Required fields are marked *