ଦିଅର ପ୍ରେମରେ ପାଗଳ ହୋଇ ସ୍ୱାମୀକୁ ଛାଡିଥିଲା, ସ୍ଵାମୀ ଦେହ ଖରାପ ଜାଣି ଘରକୁ ଫେରିଲେ ମମତା ହେଲେ ଘରେ ପୁରେଇଲେ….

ନିଜ ସ୍ଵାମୀ ଥାଉ ଥାଉ ଆଜିକାର ମହିଳା ମାନେ ଅନ୍ୟ ପୁରୁଷ ପ୍ରତି ଆକର୍ଷିତ ହୋଇ ଯାଉଛନ୍ତି । ତେବେ ଏହା କେବଳ ମହିଳା ମାନେ କରୁ ନାହାଁନ୍ତି ବରଂ ପୁରୁଷ ମାନେ କରୁଛନ୍ତି । ନିଜ ଘରେ ସ୍ତ୍ରୀ ପିଲା ଥାଉ ଥାଉ ଅନ୍ୟ ପ୍ରେମରେ ଉବୁଡ଼ୁବୁ ହୋଇ ଘର ଛାଡ଼ି ପଳାଇ ଯାଉଛନ୍ତି । ତେବେ ଏପରି ଖବର ସାମ୍ନାକୁ ଆସିବା କିଛି ନୂଆ କଥା ନୁହେଁ । ଆଗରୁ ଏପରି ଅନେକ ଖବର ବିଷୟରେ ଆପଣ ଶୁଣି ସାରିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଅଲଗା କଥା ବିଷୟରେ କହିବାକୁ ଯାଉଛୁ ।

ଆଜି ଆମେ ଆପଣଙ୍କୁ ଜଣେ ମହିଳାଙ୍କ କଥା କହିବାକୁ ଯାଉଛୁ , ଯିଏ ନିଜ ଦିଅର ପାଇଁ ସିନା ସ୍ବାମୀଙ୍କୁ ଛାଡି ଚାଲି ଯାଇଥିଲେ । କିନ୍ତୁ ପୁଣିଥରେ ସ୍ଵାମୀଙ୍କ ଦେହ ଖରାପ କଥା ଶୁଣି ଘରକୁ ଫେରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ କାହାଣୀରେ ନୂଆ ମୋଡ଼ ଆସିଛି । ତେବେ ସୂଚନା ଅନୁଯାୟୀ , ଘଟଣାଟି ବଲାଙ୍ଗୀର ଜିଲ୍ଲା ଚୂଡାପାଲି ପଞ୍ଚାୟତର ଅଟେ । ଏହି ପଞ୍ଚାୟତର ମମତା ନାମକ ମହିଳାଙ୍କୁ ମଧ୍ୟ ପରକୀୟା ପ୍ରୀତି ପାଗଳ କରି ଦେଇଥିଲା । ତାଙ୍କ ମନ ବି ଆଉ କାହା ପ୍ରତି ଆକର୍ଷିତ ହୋଇ ଯାଇଥିଲା । ଆଉ ଏହାପରେ ସେ ଭୁଲ ପଦକ୍ଷେପ ମଧ୍ୟ ନେଇ ଯାଇଥିଲେ।

ତେବେ ସୂଚନା ଅନୁଯାୟୀ , ୨୦୧୬ ମସିହାରେ ମମତା ନିଜ ଦିଅର ପ୍ରେମରେ ପଡି ଯାଇଥିଲେ । ଆଉ ନିଜ ସ୍ବାମୀଙ୍କୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ଘରେ ନିଜ ସ୍ବାମୀଙ୍କୁ ଆଉ ଶାଶୁ ଶଶୁରଙ୍କୁ ଛାଡି ଦେଇ ସେ ନିଜ ପ୍ରେମିକ ତଥା ଦିଅର ସହିତ ଗୁଜୁରାଟ ଚାଲି ଯାଇଥିଲେ । ଆଉ ଦୁହେଁ ସେଠାରେ ସୁନାର ସଂସାର ଗଢିବେ ବୋଲି ଭାବିଥିଲେ । ଆଉ ତାହା ହିଁ ହେଲା ସେମାନେ ଗୁଜୁରାଟ ଯାଇ କାମ କରି ନିଜ ପେଟ ପୋଷି ଥିଲେ । ଆଉ ଅନେକ ଖୁସିରେ ମଧ୍ୟ ଦିନ ବିତାଉ ଥିଲେ । ଯେଉଁଥିରେ ତାଙ୍କର କିଛି ସମସ୍ୟା ନଥିଲା । କିନ୍ତୁ ବର୍ତ୍ତମାନ ସମୟରେ ମମତା ଏପରି କିଛି କରିଛନ୍ତି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ବର୍ତ୍ତମାନ ସମୟରେ ମମତା ନିଜ ସ୍ଵାମୀଙ୍କ ଦେହ ଖରାପ ଖବର ଶୁଣିଥିଲେ । ତାଙ୍କ ସ୍ଵାମୀ ଯକ୍ଷ୍ମା ରୋଗରେ ପୀଡ଼ିତ ଅଛନ୍ତି ବୋଲି ସେ ଖବର ପାଇ ନିଜ ସ୍ଵାମୀଙ୍କ ଚିକିତ୍ସା କରିବା ପାଇଁ ଗାଆଁକୁ ଫେରି ଆସିଥିଲେ । ଆଉ ଗାଆଁକୁ ଆସି ସେ ନିଜ ସ୍ଵାମୀଙ୍କ ଚିକିତ୍ସା ମଧ୍ୟ କରାଇ ଥିଲେ । କିନ୍ତୁ ସେ ଯେତେବେଳେ ନିଜ ସ୍ବାମୀଙ୍କୁ ନେଇ ଶାଶୁ ଘରକୁ ଯାଇଥିଲେ । ସେତେବେଳେ ଶାଶୁ ଘର ଲୋକ ନିଜ ପୁଅକୁ ଘରେ ପୁରାଇ ଦେଇଥିଲେ କିନ୍ତୁ ମମତାଙ୍କୁ ନୁହେଁ । ଯାହା ପରେ ମମତା କାନ୍ଦି କାନ୍ଦି ଥାନାର ଦ୍ଵାରସ୍ଥ ହୋଇଛନ୍ତି ଏବଂ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *